text
stringlengths 10
173k
| timestamp
stringlengths 0
20
| url
stringlengths 0
4.91k
| source
stringclasses 4
values |
---|---|---|---|
<bos>ଟିଟିଲାଗଡ଼: ମୁଣ୍ଡ ଉପରେ ଟାଣ ଖରା। ଛିନାଛିନା ରାସ୍ତାଘାଟ। ରାସ୍ତା କଡ଼ ଗଛ ମୂଳେ ଲୋକେ ବିଶ୍ରାମ ନେଉଥିବା ବେଳେ ପାଣି ମୁନ୍ଦିଏ ପାଇଁ ଧାଁ ଦଉଡ଼। ଜୀବନ ଜିଇଁବା ପାଇଁ କସରତ ଖାଲି ଏତିକିରେ ସରିନାହିଁ। ନିଜ ସହ ନିଜ ପରିବାର ମୁହଁରେ ମୁଠାଏ ଆହାର ଯୋଗାଇ ଦେବାପାଇଁ ଚାଲିଛି ସଂଗ୍ରାମ। ମୁଣ୍ଡ ଗୁଞ୍ଜିବା ପାଇଁ ଚାଳ ନାହିଁ। କ୍ଷୀର ଛାଡି ନଥିବା ପିଲାଠାରୁ ଆରମ୍ଭ କରି ବୟସର ଅପରାହ୍ନରେ ପହଞ୍ଚିଥିବା ବୃଦ୍ଧବୃଦ୍ଧା ମଧ୍ୟ ପଲିଥିନ ଢଙ୍କା ତମୁରେ ମୁଣ୍ଡ ଗୁଂଜିଛନ୍ତି। ତତଲାଗଡ଼ରେ ତାତିରୁ ନିସ୍ତାର ମିଳୁ ନଥିବା ବେଳେ ପଲିଥିନ୍ ତଳେ ଯାଯାବର ଜୀବନର କିଛି ନିରାଟ ଦୃଶ୍ୟ ଦେଖିବାକୁ ମିଳିଛି ଟିଟିଲାଗଡ଼ ବ୍ଲକ ପିପଲପଦର ଗାଁ ନିକଟରେ।
ଟିଟିଲାଗଡ଼ ସହରର ବିଭିନ୍ନ ଅଞ୍ଚଳରେ କିଛି ନୂଆ ଲୋକ ଘୂରି ବୁଲୁଛନ୍ତି। ପାଣି ଡ୍ରମ ବିକିବା ପାଇଁ ଏ ପଡ଼ାରୁ ସେ ପଡ଼ା ବୁଲୁଛନ୍ତି ଏହି ଅଣଓଡ଼ିଆ ଲୋକେ। ଏମାନେ ରହନ୍ତି ଟିଟିଲାଗଡ଼ ବ୍ଲକ ପିପଲପଦର ଗାଁ ପଡ଼ିଆରେ ପଲିଥିନ ଘରେ। ନୂଆଣିଆ ତମ୍ବୁ ଟଣା ହୋଇଛି। ପ୍ରାୟ ୭ରୁ ୮ଟି ତମ୍ବୁ ଘରେ ଏହି ବୁଲା ବିକାଳିମାନେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ରମେଶ ଗଟ୍ଟର। ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାରେ ରମେଶଙ୍କ ଘର। ନାଗପୁରରୁ ସେଠ୍ ଡ୍ରମ ପଠାଏ। ସେହି ଡ୍ରମଗୁଡ଼ିକୁ ସେମାନେ ବିଭିନ୍ନ ଅଞ୍ଚଳରେ ବୁଲି ବିକ୍ରି କରନ୍ତି। ସ୍ତ୍ରୀ, ଦୁଇ ପୁଅ ଓ ମା’ଙ୍କୁ ବି ସାଙ୍ଗରେ ଆଣିଛନ୍ତି ରମେଶ। ଦିନ ତମାମ ଡ୍ରମ ବିକିବା ପରେ ପଲିଥିନ୍ ତଳକୁ ଫେରି ଆସନ୍ତି। ଏଠାକୁ ବ୍ୟବସାୟ ପାଇଁ ଆସିଥିବା ରମେଶ କେବଳ ଏକା ନୁହଁନ୍ତି।
ତାଙ୍କ ପରି ରାଜକୁମାର ଚୌହାନ, ଗଙ୍ଗାରାମ ଟାକିଆ, ଦେବା ଟାକିଆ ପରି ପ୍ରାୟ ଦଶ ଜଣ ପୁରୁଷ ନିଜ ବ୍ୟବସାୟ ପାଇଁ ଟିଟିଲାଗଡ଼ ଆସିଛନ୍ତି। ଆଉ ଏମାନଙ୍କ ସହ ଆସିଛନ୍ତି ତାଙ୍କ ପରିବାର ଲୋକେ। ପିପଲପଦର ଗାଁ ନିକଟ ଖୋଲା ପଡିଆରେ ପଲିଥିନ ତମ୍ବୁ ବାନ୍ଧି ଏଥିରେ ରହିଛନ୍ତି ପିଲାବୁଢ଼ା ମିଶାଇ ପ୍ରାୟ ତିରିଶ ଜଣ। ମାସେ ତଳୁ ଏମାନେ ଆସି ଏଠାରେ ବସତି ବାନ୍ଧିଥିବା ବେଳେ ଆଉ ଆଠ ଦଶ ଦିନ ମଧ୍ୟରେ ଏଠାରୁ ତମ୍ବୁ କାଢ଼ି ଅନ୍ୟତ୍ର ବାହାରି ଯିବା ପାଇଁ ସଜବାଜ ହେଉଛନ୍ତି।
ଖରାରେ ଓ ପଲିଥିନ୍ ତଳେ ରହିବା ସଂପର୍କରେ ରମେଶ କହିଥିଲେ ଯେ, ଖରାକୁ ନେଇ ଅନେକ ହଇରାଣ ହେଉଛନ୍ତି। ସମୟ ସମୟରେ ପିଇବାକୁ ପାଣି ମୁନ୍ଦିଏ ମିଳିବା ମଧ୍ୟ କଷ୍ଟକର ହୋଇ ପଡୁଛି। କିଛି ସ୍ଥାନରେ ତମ୍ବୁ ଲଗାଇଲେ ଲୋକେ ଦୟା କରି କିଛି କହୁ ନଥିବା ବେଳେ କିଛି ସ୍ଥାନରେ ଆମକୁ ଚୋର ଆଖ୍ୟା ଦେଇ ଲୋକେ ଘଉଡ଼ାଇ ମଧ୍ୟ ଦେଉଛନ୍ତି। ବିଶେଷ କରି ଏପରି ଖରା ସମୟରେ ଛୋଟ ଛୁଆମାନେ ଅନେକ ହଇରାଣ ହେଉଛନ୍ତି ବୋଲି ରମେଶ କହନ୍ତି। କିନ୍ତୁ ଡ୍ରମ ବିକ୍ରି କରି ସେମାନେ ଦିନକୁ ୨ଶହରୁ ତିନିଶହ ଟଙ୍କା ରୋଜଗାର କରୁଥିବାରୁ ସେମାନେ ଜୀବନକୁ ଏମିତି ଜିଇଁବାକୁ ଏକପ୍ରକାର ବାଧ୍ୟ ହୋଇ ସାରିଲେଣି ବୋଲି କହନ୍ତି ନଥି ରାଜପୁତ। ତେବେ ଟିଟିଲାଗଡରେ ଦୁଇ ତିନି ଦିନରେ ପିଏଚ୍ଡି ପାଣି ଆସୁଥିବା ବେଳେ ଜଳ ସମସ୍ୟା ଉତ୍କଟ। ତେଣୁ ଏହି ଡ୍ରମ ବିକାଳିଙ୍କୁ ଖୋଜାପଡ଼େ ବୋଲି ଡ୍ରମ କିଣିବାକୁ ଆସିଥିବା ବେଳେ କହିଥିଲେ ହାଟପଦା ପଡ଼ାର ଝୁନା ସାହୁ।<eos> | OSCAR-2019 |
||
<bos>ପାକିସ୍ତାନର ସରକାରୀ ୱେବସାଇଟ୍ ହେଲା ହ୍ୟାକ୍ ! ରାଷ୍ଟ୍ରୀୟ ଧ୍ୱଜ ସହ ଜାତୀୟ ସଙ୍ଗୀତ ପୋଷ୍ଟ କଲେ ହ୍ୟାକର୍ସ | Kanak News
ହ୍ୟାକ୍ ହେଲା ପାକିସ୍ତାନର ସରକାରୀ ୱେବସାଇଟ୍ । ସୂଚନା ମୁତାବକ, ଗୁରବାର ଦିନ ପାକିସ୍ତାନ ସରକାରଙ୍କ ଏକ ୱେବସାଇଟ୍ ହ୍ୟାକ୍ କରାଯାଇଛି ଏବଂ ହ୍ୟାକର୍ସ ୱେବସାଇଟର ସନ୍ଦେଶ ବୋର୍ଡରେ ଭାରତୀୟ ରାଷ୍ଟ୍ରୀୟ ସଙ୍ଗୀତ ଏବଂ ସ୍ୱତନ୍ତ୍ରତା ଦିବସ ସମ୍ବନ୍ଧରେ କିଛି ଲେଖା ପୋଷ୍ଟ ହୋଇଥିବା ଖବର ମିଳିଛି ।
ତେବେ ୱେବସାଇଟରେ ଲେଖାଯାଇଛି କି, ‘ପାକିସ୍ତାନ ସରକାରଙ୍କ ନିକଟରେ ପହଂଚିବାର ଅଧିକାରୀକ ରାସ୍ତା’ । ଖାଲି ସେତିକି ନୁହେଁ ପାକିସ୍ତାନ ସରକାରଙ୍କ ୱେବସାଇଟକୁ ହ୍ୟାକ୍ କରି ସେଥିରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ‘ହ୍ୟାକଡ୍ ବାଏ ଏନଇଜିରୋ-ଏଚଫୋରସିକେଥ୍ରିଆର୍’ । ପରେ ଏହାକୁ ଠିକ୍ କରି ଦିଆଯାଇଛି ।
ସୂଚନା ମୁତାବକ, କିଛି ମାସ ପୂର୍ବରୁ ପାକିସ୍ତାନୀ ହ୍ୟାକର ସଦସ୍ୟମାନେ ଭାରତର ଚାରୋଟି ପ୍ରମୁଖ ଶିକ୍ଷାନୁଷ୍ଠାନ ସଂସ୍ଥା ଯଥା- ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଦିଲ୍ଲୀ ଆଇଆଇଟି), ଆଇଆଇଟି (ବନାରସ), ଅଲୀଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ) ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ର ୱେବସାଇଟ୍ ହ୍ୟାକ୍ କରାଯାଇଥିଲା ।
ପରେ ଲଗାତର ଭାବେ ଭାରତୀୟ ହ୍ୟାକର ଗ୍ରୁପମାନେ ପାକିସ୍ତାନର ୱେବସାଇଟ୍ ହ୍ୟାକ୍ କରିଥିବା ଦାବି କରିଛନ୍ତି । ଅନ୍ୟପଟେ, ପାକିସ୍ତାନ ହ୍ୟାକର୍ସ ‘କ୍ରୃ’ ନାମକ ଏକ ସମୂହ କହିଛି କି, ‘ମୂଳ ୱେବସାଇଟରୁ କିଛି ବି ତଥ୍ୟ ନଷ୍ଟ କିମ୍ବା ଚୋରି କରାଯାଇନାହିଁ । ଆମେ ଏଠାରେ କେବଳ ଭାରତୀୟଙ୍କୁ ନିଜର ସନ୍ଦେଶ ପଠାଇଛୁ’ ।<eos> | OSCAR-2019 |
||
<bos>ପୁରୀ : ଦିନେ କି ଦୁଇ ଦିନ ନୁହେଁ, ୧୨ ଦିନ ହେଲା କୋଇଲି ବୈକୁଣ୍ଠରେ ତାଲା ଝୁଲୁଛି। ଟେଣ୍ଡର ବିବାଦକୁ ନେଇ ଏଭଳି ଅଭାବନୀୟ ପରିସ୍ଥିତି ଦେଖା ଦେଇଥିବା ବେଳେ ଶ୍ରୀମନ୍ଦିରକୁ ବୁଲି ଆସୁଥିବା ଭକ୍ତମାନେ ପବିତ୍ର କୋଇଲି ବୈକୁଣ୍ଠ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ପୂର୍ବବର୍ଷ ତୁଳନାରେ ଟେଣ୍ଡର ପରିମାଣ କମ୍ ମୂଲ୍ୟର ପଡ଼ିବାରୁ ଏଭଳି ସ୍ଥିତି ଉପୁଜିଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ଭଳି କୋଇଲି ବୈକୁଣ୍ଠର ଗୁରୁତ୍ୱ ଭକ୍ତଙ୍କ ଧାର୍ମିକ ଭାବନା ସହ ଜଡ଼ିତ। ନବକଳେବର ସମୟରେ ଏଠାରେ ବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନ ଚାରି ଠାକୁରଙ୍କର ବିଗ୍ରହକୁ ଏଠାରେ ପାତାଳି କରାଯାଏ। ଏହି ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି। ମହାପ୍ରଭୁଙ୍କ ପସନ୍ଦ ତୁଳସୀ ଗଛର ବିଶାଳ ବଗିଚା ବି ଏଠାରେ ରହିଛି। ଏହିଠାରୁ ହିଁ ତୁଳସୀ ପତ୍ର ତୋଳାଯାଇ ଦୈନିକ ମହାପ୍ରଭୁଙ୍କଠାରେ ଲାଗି ହୋଇଥାଏ। ଠାକୁରଙ୍କ ମାହାତ୍ମ୍ୟ ଦୃଷ୍ଟିରୁ କୋଇଲି ବୈକୁଣ୍ଠକୁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ୫ ଟଙ୍କା ପ୍ରବେଶ ଟିକେଟ୍ ଦେଇ ବୁଲିଥାନ୍ତି। ନୀତି ପ୍ରଶାସକ ଶ୍ରୀ ଦାଶ କହିବାନୁସାରେ, ପ୍ରତିବର୍ଷ କୋଇଲି ବୈକୁଣ୍ଠକୁ ନିଲାମ ଦିଆଯାଏ। ଏଥି ପାଇଁ ନିର୍ଦ୍ଦିଷ୍ଟ ନିଲାମ୍ ଦର ଧାର୍ଯ୍ୟ ହୋଇଥାଏ। ଗତବର୍ଷ ୪୦ ଲକ୍ଷରୁ ଅଧିକ ଟଙ୍କାରେ କୋଇଲି ବୈକୁଣ୍ଠକୁ ନିଲାମ୍ ଦିଆଯାଇଥିଲା। ଗତବର୍ଷ ଯିଏ କୋଇଲି ବୈକୁଣ୍ଠର ନିଲାମ୍ ନେଇଥିଲେ ତାଙ୍କ କାର୍ଯ୍ୟକାଳ ଗତ ଏପ୍ରିଲ୍ ୩୦ରୁ ଶେଷ ହୋଇଗଲାଣି। ତେଣୁ ନିୟମ ଅନୁସାରେ ନୂଆ ଟେଣ୍ଡର ଆହ୍ଵାନ କରାଯାଇଥିଲା। କିନ୍ତୁ ଗତବର୍ଷ ଟେଣ୍ଡର ପରିମାଣ ଯେତିକି ରହିଥିଲା ତା’ଠାରୁ ବହୁ କମ୍ ମୂଲ୍ୟରେ ଟେଣ୍ଡର ପେପର ପକାଯାଇଥିଲା। ଯେଉଁଥି ପାଇଁ ପୁଣି ଥରେ ଟେଣ୍ଡର ଆହ୍ଵାନ କରାଯାଇଛି। ଏହି ପ୍ରକ୍ରିୟା ବର୍ତମାନ ସୁଦ୍ଧା ଚାଲିଛି। ଗତ ମେ ୧ରୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ୍ଷକଙ୍କ ଅଧୀନରେ କୋଇଲି ବୈକୁଣ୍ଠର ଦାୟିତ୍ଵ ରହିଛି। କିନ୍ତୁ ଅଧିକ୍ଷକ କୌଣସି କାରଣରୁ ଏହାକୁ ବନ୍ଦ କରି ଦେଇଛନ୍ତି। ତେବେ କୋଇଲି ବୈକୁଣ୍ଠ କେବେ ଖୋଲିବ ସେ ସଂପର୍କରେ ଶ୍ରୀ ଦାଶ କିଛି ଜାଣିନଥିବା କହିଥିଲେ।<eos> | OSCAR-2019 |
||
<bos>କେନ୍ଦୁଝର, ୧୬.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସହରର ମାଇନିଂରୋଡ ନିଉକଲୋନୀ ସ୍ଥିତ ପୁରାତନ ଲେଡିଜ କ୍ଳକ ଉର୍ବି, ପକ୍ଷରୁ ଉତ୍ସାହ ଉଦ୍ଦିପନା ସହ ୭୨ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଥିବା ବେଳେ, ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅବସପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଭାରତୀ ବେହେରା ପତାକା ଉତୋଳନ କରିଥିଲେ । ଡାକ୍ତର ବେହେରା ତାଙ୍କ ଅଭିଭାଷଣରେ ମହିଳା ସଶକ୍ତି କରଣ ଉପରେ ଆଲୋକପାତ କରିବା ସହ ମହିଳାମାନଙ୍କର ସ୍ୱବାଲମ୍ବୀ ହେବା ଆବଶ୍ୟକତା ଦିଗରେ ପରାମର୍ଶ ଦେଇଥିଲେ । କାଉନସିଲର ପରେଶ ବାହାଦୂର ସିଂ, ଲମ୍ବୋଧର କର ପ୍ରମୁଖ ଉପସ୍ଥିତ ରହି କ୍ଳବ ସଦସ୍ୟା ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାଲୁଲତା ପାଣିଗ୍ରାହୀ , ଲିଳା ପଣ୍ଡା , ଛନ୍ଦା ପଟ୍ଟନାୟକ, ସଂଯୁକ୍ତା(ସଂଯୁକ୍ତା)ନାଥ, ରୋଶନା ପଣ୍ଡା , ଶୁଶୀଳା ପାଣିଗ୍ରାହୀ , ମାନୀ ପଣ୍ଡା , ପ୍ରଭା ବେହେରା,ମାନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବାବେଳେ କ୍ଳବ ପକ୍ଷ ସମସ୍ତଙ୍କୁ ଟିଫିନ ବଣ୍ଟନ କରାଯାଇଥିଲା । ପରେ ପରେ କ୍ଳବର ସଦସ୍ୟା ମାନେ ଗୋବିନ୍ଦପୁର ସ୍ଥିତ ଆଦୃତ, ଅନୁଷ୍ଠାନକୁ ଯାଇ ଅନାଥ ଶିଶୁମାନଙ୍କୁ ବିସ୍କୁଟ ଫଳ ବଣ୍ଟନ କରିଥିଲେ ।<eos> | OSCAR-2019 |
||
<bos>ଭୁବନେଶ୍ୱର : ଚଳିତ ମାସ ୧୬ ତାରିଖରେ ଚିଲିକାରେ ଡଙ୍ଗାବୁଡ଼ି ଜଣେ ଶିଶୁଙ୍କ ସମେତ ୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାକୁ ନେଇ ତଦନ୍ତ କରୁଥିବା ଅନ୍ତର୍ଦେଶୀୟ ଜଳପଥ ନିର୍ଦେଶାଳୟ ନିର୍ଦେଶକ ଆଜି ବିଭାଗୀୟ ପ୍ରମୁଖ ସଚିବଙ୍କୁ ରିପୋର୍ଟ ଦେଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଥିଲା ବୋଲିଏହି ରିପୋର୍ଟରେ ଦର୍ଶାଯାଇଛି। ସବୁ ପବନର ଦୋଷ। କାଳବୈଶାଖୀ ଯୋଗୁଁ ବହୁଥିବା ପ୍ରବଳ ପବନ ହିଁ ଦୁର୍ଘଟଣାର କାରଣ। ଏ ପଟେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସଙ୍କ ସୂଚନା ମୁତାବକ ସେହି ଡଙ୍ଗା ନିମନ୍ତେ ପ୍ରଶାସନ ତରଫରୁ ୨୦ଟି ଲାଇଫ ଜ୍ୟାକେଟ୍ ଦିଆଯାଇଥିଲା। ଏହା ସ୍ପଷ୍ଟ ଯେ କେହି ଯାତ୍ରୀ ସେହି ଜ୍ୟାକେଟ୍ ବ୍ୟବହାର କରିନଥିଲେ। ସେତିକି ନୁହେଁ, ଯଦି କେହି ଜ୍ୟାକେଟ୍ ବ୍ୟବହାର କରିନଥିଲେ, ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ସେଗୁଡ଼ିକ ଥିଲା କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଛି।
ତଦନ୍ତ ରିପୋର୍ଟରେ ପବନକୁ ଦୋଷ ଦେଇ ପ୍ରଶାସନ ଉପରୁ ଦୋଷ ଖସାଇଛି। ଏହି ରିପୋର୍ଟ ବୟାନ କରୁଛି ଡଙ୍ଗାରେ ୧୫ଜଣଙ୍କ ପାଇଁ ବସିବାକୁ ଜାଗା ଥିଲା। ସେହି ଡଙ୍ଗା ପାଇଁ ୨୦ଟି ଲାଇଫ ଜ୍ୟାକେଟ୍ ଦିଆଯାଇଥିଲା। କାଳିଜାଈରୁ ଫେରିବା ବେଳକୁ ଚିଲିକା ମଝିରେ କାଳବୈଶାଖୀ ମାଡ଼ି ଆସିଥିଲା। ଭୀଷଣ ବେଗରେ ପବନ ବହୁଥିଲା। ନାଉରିଆ ଡଙ୍ଗାକୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଲା। ଫଳରେ କାଳିଜାଈ ଗଣ୍ଡରେ ଡଙ୍ଗା ବୁଡ଼ିଗଲା। ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଲା। ଏ ସଂପର୍କରେ ପଚାରିବାରୁ ବିଭାଗୀୟ ପ୍ରମୁଖ ସଚିବ କହିଲେ, ଲାଇଫ ଜ୍ୟାକେଟ୍ ଥିଲା କି ନାହିଁ ସେ କଥା ତଦନ୍ତକାରୀ ନିର୍ଦେଶକ କହିପାରିବେ। କିନ୍ତୁ ଏହା ସ୍ପଷ୍ଟ ଯେ କେହି ଲାଇଫ ଜ୍ୟାକେଟ୍ ପିନ୍ଧି ନ ଥିଲେ। ତେବେ ଏ ନେଇ ସଂପୃକ୍ତ ନିର୍ଦେଶକଙ୍କୁ ମୋବାଇଲ୍ ଯୋଗେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ବି ସେ ଏଡ଼ାଇ ଯାଇଥିଲେ।
ଏଥିରୁ ସ୍ପଷ୍ଟ ଯେ ଯଦି ଯାତ୍ରୀମାନେ ଲାଇଫ ଜ୍ୟାକେଟ୍ ବ୍ୟବହାର କରିଥାନ୍ତେ, ସେମାନଙ୍କର ଅମୂଲ୍ୟ ଜୀବନ ରକ୍ଷା ପାଇବାର ସମ୍ଭାବନା ଥିଲା। ଲାଇଫ ଜ୍ୟାକେଟ୍ ବ୍ୟବହାର କଲେ, ଅନ୍ତତଃପକ୍ଷେ ଜଣେ ଗଭୀର ଜଳରେ ନ ବୁଡ଼ି ଭାସି ରହିଥାନ୍ତେ। ଏହା ଫଳରେ ରାଜ୍ୟ ସରକାର ଜାରି କରିଥିବା ବାଜି ରାଉତ ନୌକା ସୁରକ୍ଷା ନିୟମାବଳୀ ଉଲ୍ଲଂଘନ ହୋଇଛି। ଏଭଳି ଗୁରୁତର ତ୍ରୁଟି ସଂପର୍କରେ ତଦନ୍ତକାରୀ ଅଧିକାରୀ କାହିଁକି ଆଖିବୁଜି ଦେଲେ, ସେ ନେଇ ସନ୍ଦେହ ଉଙ୍କି ମାରୁଛି। କେବଳ ଏହି ଦୁର୍ଘଟଣା ନୁହେଁ, ଚିଲିକା ଓ ଅନ୍ୟାନ୍ୟ ନଦୀରେ ଡଙ୍ଗା ଚାଳନା ବେଳେ ଲାଇଫ ଜ୍ୟାକେଟ୍ ଡଙ୍ଗାରେ ସାଇତି ରଖାଯାଉଥିଲେ ମଧ୍ୟ କଡ଼ାକଡ଼ି ଭାବେ ବ୍ୟବହାର କରାଯାଉନାହିଁ। ଫଳରେ ଶହ ଶହ ଯାତ୍ରୀଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ିଛି। ରିପୋର୍ଟରେ ତଦନ୍ତକାରୀ ନିର୍ଦେଶକ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ଥିଲା ଦର୍ଶାଇଥିବା ବେଳେ ଖାଲି ପବନକୁ ଦୋଷ ଦେଇ ନିଜ ଦାୟିତ୍ୱ ସାରି ଦେଇଥିବା ଅଭିଯୋଗ ହେଉଛି। ଏ ନେଇ ବିଭାଗୀୟ ପ୍ରମୁଖ ସଚିବ କହିଛନ୍ତି ଯେ ରିପୋର୍ଟ ଚୂଡ଼ାନ୍ତ ଥିଲେ ବି ତା’ର ପରୀକ୍ଷା କରାଯିବ। ସୂଚନାନୁସାରେ ଏହି ଦୁର୍ଘଟଣାଗସ୍ତ ଡଙ୍ଗାରେ ଭୁବନେଶ୍ୱର ଓ ନୟାଗଡ଼ ଅଞ୍ଚଳର ଯାତ୍ରୀମାନେ କାଳିଜାଈରେ ମା’ଙ୍କ ଦର୍ଶନ ସାରି ଫେରୁଥିଲେ। ସେତେବେଳେ ଚିଲିକା ହ୍ରଦ ମଝିରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ପବନ ହୋଇ ଡଙ୍ଗା ବୁଡ଼ିଥିଲା। ଏହି ଦୁର୍ଘଟଣା ନେଇ ବିଭିନ୍ନ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି ପାଇଥିଲା। ଫଳରେ ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ।<eos> | OSCAR-2019 |
||
<bos>ହେଟ ଷ୍ଟୋରୀ ୪ ଫିଲ୍ମର ଟ୍ରେଲରରେ ଏକ ଡାଇଲଗକୁ ନେଇ ଏହି ଉର୍ବସୀଙ୍କୁ ଜୀବନରୁ ମାରିବାର ଧମକ ଦିଆଯାଇଛି। ଲୋକଙ୍କ କହିବା ଅନୁସାରେ ଉର୍ବସୀ ଦ୍ରୈାପଦୀଙ୍କର ଅପମାନ କରିଛନ୍ତି। ଏହି ଫିଲ୍ମ ରିଲିଜ ହେବା<eos> | OSCAR-2019 |
||
<bos>ଦେଶରେ ଏକକ ନିର୍ବାଚନ ପ୍ରସ୍ତାବକୁ ନେଇ ଆସନ୍ତା ୧୦ ତାରିଖ ଦିନ ଲ’ କମିଶନଙ୍କ ନିକଟରରେ ପକ୍ଷ ରଖିବ ବିଜେଡି । ଏନେଇ ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ଏକକ ନିର୍ବାଚନର ପ୍ରବର୍ତକ ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ହିଁ ୨୦୦୪ ମସିହାରେ ଏହି ପଦକ୍ଷେପ ନେଇଥିଲେ । ୨୦୦୫ ମସିହାରେ ରାଜ୍ୟର ନିର୍ବାଚନ ହେବାକୁ ଥିବାବେଳେ ଆଗୁଆ ବିଧାନସଭା ଭାଙ୍ଗି ଏଭଳି ନିର୍ବାଚନ କରିଥିଲେ । ଭାରତରେ କୌଣସି ମୁଖ୍ୟମନ୍ତ୍ରୀ ଏଭଳି ସାହସ କରିନାହାନ୍ତି ବୋଲି କହିଛନ୍ତି ପିନାକୀ ମିଶ୍ର ।
ତେବେ ଚଳିତ ନୀତି ଆୟୋଗ ବୈଠକରେ ଏକକ ନିର୍ବାଚନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଲୋଡିଥିଲେ । ନୀତି ଆୟୋଗରେ ଯୋଗ ଦେଇନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ ମୋଦିଙ୍କୁ ସମର୍ଥନ ଜଣାଇବା ନେଇ ଚର୍ଚ୍ଚା ହୋଇଥିଲା । ଏଠି ପ୍ରଶ୍ନ ଉଠୁଛି ଯେ ଏକାସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଲେ କାହାକୁ ଫାଇଦା ମିଳିବ ଏବଂ କାହାର କ୍ଷତି ହେବ ତାକୁ ନେଇ ବର୍ତ୍ତମାନ ତର୍ଜମା ଚାଲିଛି । ୨୦୦୪ରୁ ଦୁଇଟିଯାକ ନିର୍ବାଚନ ଏକାଠି ସାମ୍ନା କରୁଥିବା ବିଜେଡି ପାଇଁ ଏଭଳି ନିଷ୍ପତି ପ୍ରଭାବହୀନ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।
କେନ୍ଦ୍ରରେ ଏନଡିଏ-ୱାନ ସରକାର ସମୟରେ ଯେତେବେଳେ ଆଗୁଆ ଲୋକସଭା ନିର୍ବାଚନ ହେଲା, ସେତେବେଳେ ନବୀନ ମଧ୍ୟ ବିଧାନସଭାକୁ ଭଙ୍ଗକରି ବର୍ଷକ ପୂର୍ବରୁ ଆଗୁଆ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଯାଇଥିଲେ । ଯାହାର ଫାଇଦା ମଧ୍ୟ ବିଜୁ ଜନତା ଦଳକୁ ବେଶ ଭଲଭାବେ ମିଳିଥିଲା । ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏପରି ଏକକ ନିର୍ବାଚନକୁ ଗ୍ରୀନ ସିଗନାଲ ଦେଇଛନ୍ତି । ତେବେ ଆସନ୍ତା ୧୦ ତାରିଖ ଦିନ ବିଜେଡି ତରଫରୁ ସାଂସଦ ପିନାକୀ ମିଶ୍ର ଲ’ କମିଶନଙ୍କ ନିକଟରେ ବିଜୁ ଜନତା ଦଳର ଏକକ ନିର୍ବାଚନକୁ ନେଇ ବିଦ୍ଧିବଧଭାବେ ପକ୍ଷ ରଖିବାକୁ ଥିବାବାବେଳେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଯାହାକି ଆୟୁଷ୍ମାନ ଭାରତକୁ ବିରୋଧ, ନୀତି ଆୟୋଗ ବୈଠକରୁ ଦୂରେଇ ରହିଥିବା ନବୀନ । ହଠାତ୍ କିଭଳି ଏକକ ନିର୍ବାଚନକୁ ସମ୍ମତି ଜଣାଇଲେ ତାକୁ ନେଇ ନିକଟରେ ନବୀନଙ୍କୁ ବିରୋଧୀମାନେ ସମାଲୋଚନା ମଧ୍ୟ କରିଛନ୍ତି ।
ମାତ୍ର ୯୨ ପଇସା ଖର୍ଚ୍ଚ କଲେ ମିଳିବ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ! ହେଲେ ଏଥିପାଇଁ ଆପଣଙ୍କୁ କରିବାକୁ ପଡିବ ଗୋଟିଏ ଛୋଟିଆ କାମ
ବଢ଼ୁଥିବା ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଏମଆଇସିର ନୂଆ ପଦକ୍ଷେପ : ଦେଶର ଏହି ସହରରେ ହେବ ଇକୋ-ଫ୍ରେଣ୍ଡଲୀ ଅନ୍ତିମ ସଂସ୍କାର<eos> | OSCAR-2019 |
||
<bos>କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ୪୦ ଦିନ ଧରି ଏହି ଯାତ୍ରା ଚାଲିବ । ଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବା ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଜମ୍ମୁରୁ ଏହି ଯାତ୍ରା ଆରମ୍ଭ ହୋଇଛି । ଅମରନାଥ ଯାତ୍ରା ପାଇଁ ଅଢେଇ ଲକ୍ଷ ଲୋକ ପଞ୍ଜୀକରଣ କରିଛନ୍ତି ।
ଅନନ୍ତନାଗ ଓ ଗନ୍ଦଲବଲରୁ ପ୍ରଥମ ପର୍ଯ୍ୟାୟ ଯାତ୍ରାକୁ ଜମ୍ମୁ-କାଶ୍ମୀର ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟରେ ୨୨ ଶହ ୮୦ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସାଟେଲାଇଟ ଟ୍ରାକିଂ ସିଷ୍ଟମକୁ ସାମିଲ କରାଯାଇଛି ।<eos> | OSCAR-2019 |
||
<bos>ଭୁବନେଶ୍ୱର: ୪୦ ଡିଗ୍ରି ଖରାରେ କୋମଳମତି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଡାକି ପଢ଼ାଇବା ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧କୁ ମହଙ୍ଗା ପଡ଼ିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟର ଗ୍ରୀଷ୍ମ ଛୁଟିକୁ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି। କିନ୍ତୁ କେନ୍ଦ୍ରୀୟ ବିଦ୍ୟାଳୟ କର୍ତୃପକ୍ଷ ନିର୍ଦେଶକୁ ଖାତିର ନ କରି ସ୍କୁଲ ଖୋଲିଥିଲେ। ପିଲାଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରୁଥିଲେ। ଅଭିଭାବକମାନେ ଏନେଇ ଅଭିଯୋଗ କଲେ ମଧ୍ୟ ବିଦ୍ୟାଳୟ କର୍ତୃପକ୍ଷ ଶୁଣି ନ ଥିଲେ। ଏନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ-୧ ଅଧ୍ୟକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ର୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ଜୁନ୍ ୨୧ ଓ ଜୁନ୍ ୨୫ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟିକୁ ବୃଦ୍ଧି କରିଥିଲେ। କୌଣସି ପରିସ୍ଥିତିରେ କ୍ଲାସ ନ କରିବାକୁ ବି କୁହାଯାଇଥିଲା। କିନ୍ତୁ କେଉଁ ପରିସ୍ଥିତିରେ ସ୍କୁଲ ଖୋଲା ରଖିଥିଲ। ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନର ସେକ୍ସନ-୫୧(ବି)କୁ ଉଲ୍ଲଂଘନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦେଶନାମାକୁ କାହିଁକି ଉଲ୍ଲଂଘନ କରାଗଲା ତାହାର ଜବାବ ୩ ଦିନ ମଧ୍ୟରେ ରଖିବାକୁ କୁହାଯାଇଛି। ଏଥିସହ ୨୫ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଜାରି ହୋଇଛି। କାରଣଦର୍ଶାଅ ନୋଟିସ୍ ମିଳିବା କ୍ଷଣି ବିଦ୍ୟାଳୟ କର୍ତୃପକ୍ଷ ସ୍କୁଲରେ ତାଲା ପକାଇଛନ୍ତି। ଜୁନ୍ ୨୫ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଏହାର ଉତ୍ତରରେ ବିଦ୍ୟାଳୟ କର୍ତୃପକ୍ଷ ଗଣମାଧ୍ୟମକୁ କହିଛନ୍ତି ଯେ ଏପ୍ରିଲ ୧୧ରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ଛୁଟି ଘୋଷଣା କରିବାର ବହୁ ପୂର୍ବରୁ ଛୁଟି କରାଯାଇଥିଲା। ମେ’ ୩୦ରେ ଖୋଲିଥିଲା। ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ କ୍ଲାସ ହେଉଥିଲା। ଏନେଇ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଖୋର୍ଧା ଜିଲ୍ଲାପାଳଙ୍କୁ ସ୍କୁଲ ଖୋଲାଯାଇଥିବା ସମ୍ପର୍କରେ ଅବଗତ କରାଯାଇଥିଲା। ଏହାପରେ ସ୍କୁଲରେ ପାଠପଢ଼ା ହେଉଥିଲା। ଗ୍ରୀଷ୍ମ ଛୁଟି ଅଧିକ ଦିନ ହୋଇଯାଉଛି। ନିର୍ଧାରିତ ସମୟରେ ସିଲାବସ୍ ସାରିବାକୁ ପଡ଼ିବ। ଖରାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିଲା। ଏବେ ଛୁଟି କରାଯାଇଛି। ୨୫ ତାରିଖଠାରୁ ନିୟମିତ ଭାବେ କ୍ଲାସ ଚାଲିବ।
ଗ୍ରୀଷ୍ମ ଯୋଗୁଁ ସବୁ ବିଦ୍ୟାଳୟ ଛୁଟି ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ଖୋର୍ଧା ଜିଲ୍ଲାପାଳ କେଉଁ ଆଧାରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। କାରଣଦର୍ଶାଅ ନୋଟିସ୍ ପରେ ବିଦ୍ୟାଳୟ କର୍ତୃପକ୍ଷ ସଫେଇ ଦେଇଛନ୍ତି ଯେ ବିିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କୁ ସ୍କୁଲ ଖୋଲିବା ନେଇ ଅବଗତ କରାଯାଇଥିଲା। ଏଭଳି ସଫେଇ ପରେ ଏବେ ପ୍ରଶ୍ନ ଉଠିଛି କିଏ ବଡ଼? ରାଜ୍ୟ ସରକାର ନା ଖୋର୍ଧା ଜିଲ୍ଲାପାଳ? ଗୋଟିଏ ପଟେ ରାଜ୍ୟ ସରକାର ତଥା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ଛୁଟି ବୃଦ୍ଧି ନେଇ ଘୋଷଣା କରୁଥିବା ବେଳେ କେଉଁ ଆଧାରରେ ଜିଲ୍ଲାପାଳ ସ୍କୁଲ ଖୋଲିବାକୁ କହିଲେ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।
କେନ୍ଦ୍ରୀୟ ବିଦ୍ୟାଳୟକୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ହେଲେ ଭୁବନେଶ୍ୱରରେ ଏକାଧିକ ଘରୋଇ ବିଦ୍ୟାଳୟ କିନ୍ତୁ ଖୋଲା ରହିଛି। କେତେକ ବିଦ୍ୟାଳୟରେ ଏବେ ବି ପରୀକ୍ଷା ଚାଲିଛି। ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ମୁହଁ ଖୋଲିପାରୁ ନାହାନ୍ତି। ହେଲେ ସେମାନଙ୍କ ପ୍ରତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କୌଣସି ବି କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇପାରିଲେନି। ଅବଶ୍ୟ କେନ୍ଦ୍ରୀୟ ବିଦ୍ୟାଳୟକୁ କାରଣଦର୍ଶାଅ ନୋଟିସ୍ ଜାରି ହେବା ପରେ କେତେକ ବିଦ୍ୟାଳୟ ୨୫ ତାରିଖ ଯାଏ ଛୁଟି ଘୋଷଣା କରିଦେଇଛନ୍ତି।<eos> | OSCAR-2019 |
||
<bos>ଅନେକ ସମୟରେ କାର୍ କିମ୍ବା ବସ୍ରେ ଯାତ୍ରା କଲାବେଳେ ନିଦ ଆସିବାରୁ କେତେକ ଲୋକ ଶୋଇଯାଆନ୍ତି। ଖାଲି ଯାତ୍ରୀମାନେ ନୁହଁନ୍ତି ଏପରିକି ଗାଡି ଚଳାଉଥିବା ଡ୍ରାଇଭରମାନେ ଅନେକ ସମୟରେ ଗାଡ଼ି ଚାଳନା ସମୟରେ ନିଦ ମାଡିବାରୁ ଶୋଇପଡନ୍ତି। କିନ୍ତୁ କେବେ ଭାବିଛନ୍ତି କି ଏପରି କାହିଁକି ହୋଇଥାଏ? ଗାଡିଟି ସ୍ୱାଭାବିକ ଭାବରେ ହଲିବା ଦ୍ୱାରା ଲୋକମାନଙ୍କୁ ନିଦ ଲାଗିଥାଏ। ଆଉ ଏଥି ପାଇଁ ଏକାଗ୍ରତା ଏବଂ ସାବଧାନତା ଉପରେ ପ୍ରଭାବ ପଡିଥାଏ।
ଅନୁସନ୍ଧାନକାରୀଙ୍କ ମତ ଅନୁସାରେ, ୨୦ ପ୍ରତିଶତରୁ ଅଧିକ ସଡକ ଦୁର୍ଘଟଣା ଚାଳକମାନଙ୍କର ଥକାପଣ ଏବଂ ଶୋଇଯିବା କାରଣରୁ ହୋଇଥାଏ। ସେମାନେ ଆଶା ରଖିଛନ୍ତି ଯେ, ସେମାନଙ୍କର ଏହି ଅଧ୍ୟୟନ ଦ୍ୱାରା କାର ନିର୍ମାତା କମ୍ପାନୀମାନେ କାରର ସିଟ୍ ଡିଜାଇନକୁ ଅଧିକ ଭଲ କରିବାକୁ ନିହାତି ଚେଷ୍ଟା କରିବେ, ଯେପରିକି ଚାଳକଙ୍କୁ ନିଦ ନଲାଗେ।
ଶରୀର ଫିଟ୍ ରହିବାରେ ନିଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ୭ରୁ ୯ ଘଣ୍ଟା ଶୋଇବାର ଆବଶ୍ୟକତା ରହିଛି। ଯଦି ଆପଣ ରାତିରେ ବିଳମ୍ବରେ ଶୋଉଛନ୍ତି ଏବଂ ସକାଳୁ ଜଲଦି ଉଠୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଆଦୌ ଭଲ ନୁହେଁ। ଠିକ ସମୟରେ ଶୋଇବା ଏବଂ ଉଠିବା ଶରୀରକୁ ଅନେକ ଲାଭ ଦେଇଥାଏ। ଆବଶ୍ୟକତା ଠାରୁ କମ ଶୋଇବା କିମ୍ବା ଆବଶ୍ୟକତା ଠାରୁ ଅଧିକ ଶୋଇବା ଶରୀର ପାଇଁ ବିପଦଜନକ ଅଟେ।
ଆଜିର ମାନବ ସମାଜରେ ସବୁଠୁ ବଡ଼ ମହାମାରୀ କ’ଣ? ଅନେକେ ହୁଏତ ଏହି ପ୍ରଶ୍ନର ଉତ୍ତରରେ ‘ଏଡ୍ସ’ ବୋଲି କହିବେ। ଏହା ଭୁଲ। ସଡ଼କ ଦୁର୍ଘଟଣା ହିଁ ଏବେ ସବୁଠୁ ବଡ଼ ମହାମାରୀ। ବିଶ୍ୱରେ ବର୍ଷକୁ ପ୍ରାୟ ୧୦ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ଏଥିରୁ ଭାରତରେ ପ୍ରାୟ ଦେଢ଼ ଲକ୍ଷ ଲୋକ ମରନ୍ତି ଓ ପ୍ରାୟ ୫ ଲକ୍ଷ ଗୁରୁତର ଆହତ ହୋଇ ଭିନ୍ନକ୍ଷମ ପାଲଟନ୍ତି। ଭାରତରେ ହାରାହାରି ପ୍ରତିଦିନ ଘଟୁଥିବା ୧୩୧୨ ମରଣାନ୍ତକ ଦୁର୍ଘଟଣାରେ ୪୧୩ ଜଣଙ୍କର ଜୀବନ ଯାଏ। ଅର୍ଥାତ ଘଣ୍ଟାକୁ ଆମ ଦେଶରେ ସଡ଼କ ଉପରେ ୧୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୁଏ। ସେଥିରୁ ୨୫% ବାଇକ ଆରୋହୀ (ଓଡ଼ିଶାରେ ଏହା ୩୫%)। ଆର୍ଥିକ ଦୃଷ୍ଟିରୁ ଦେଖିଲେ ଏଥିନିମନ୍ତେ ମୋଟ ଉପରେ ଦେଶର ଜିଡିପିର ୩ ପ୍ରତିଶତ କ୍ଷତି ହୁଏ। ଓଡ଼ିଶା ସ୍ଥିତି ମଧ୍ୟ ତଦ୍ରୂପ। ୨୦୧୭ରେ କେବଳ ଓଡ଼ିଶାରେ ୪,୭୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ହଜାରରୁ ଅଧିକ ଗୁରୁତର ଆହତ ହୋଇଥିଲେ, ଯାହା କି ପୂର୍ବ ବର୍ଷ ତୁଳନାରେ ୭.୩୩% ଅଧିକ।
ଆମ ରାଜ୍ୟରେ ପ୍ରତି ୧୦୦ ଦୁର୍ଘଟଣାରେ ୪୬ ଜଣଙ୍କ ପ୍ରାଣହାନି ଘଟେ। ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ମଧ୍ୟ ଏହି ହାର ବୃଦ୍ଧିପାଇଥିବାରୁ ବର୍ଷଶେଷକୁ ପୁଣି ଏକ ନୈରାଶ୍ୟଜନକ ଚିତ୍ର ମିଳିବା ଆଶଙ୍କାକୁ ଏଡ଼ାଇଦିଆଯାଇନପାରେ।
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୧୦ ଜଣଙ୍କ ଜୀବନହାନି ଘଟିଛି। ସେଥିମଧ୍ୟରୁ ଅନୁଗୁଳ ଜିଲ୍ଲାର ଜରପଡ଼ା ଥାନା କଲେଜ ଛକଠାରେ ଘଟିଥିବା ଦୁର୍ଘଟଣା ଅଧିକ ମର୍ମନ୍ତୁଦ। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ପ୍ରାଣହାନୀ ଘଟିଛି। ସେହିଭଳି, ବାଲେଶ୍ୱରଠାରେ ଘଟିଥିବା ଅନ୍ୟ ଏକ ଦୁର୍ଘଟଣାରେ ଦୁଇ ଶଳା-ଭିଣୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି।
ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଜରପଡ଼ା ଥାନା କଲେଜ ଛକଠାରେ ଦୁର୍ଘଟଣା ଘଟିଥିଲା। ଦ୍ରୁତ ଗତିରେ ଆସୁଥିବା କଣ୍ଟେନର୍ ଏକ କାର୍କୁ ଧକ୍କା ଦେଇଥିଲା। ଏହି କାର୍ରେ ଦୁଇ ପରିବାରର ସଦସ୍ୟ ଥିଲେ। ସାଲେପୁରର ଏହି ପରିବାର ଭିଲାଇ ଯାଉଥିଲେ। ଦୁର୍ଘଟଣା ଯୋଗୁଁ କାର୍ରେ ଥିବା ୬ ଜଣଙ୍କ ମଧ୍ୟରୁ ଅଶୋକ ପୃଷ୍ଟି(୫୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ପୁଅ ହେମନ୍ତ ପୃଷ୍ଟି(୨୮) ଓ ପତ୍ନୀ ସଂଯୁକ୍ତା ପୃଷ୍ଟି(୪୦)ଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ମୃତକ ଅଶୋକଙ୍କ ଭଣଜା ସୌରଭ ଲେଙ୍କା(୩୨), ଅନିତା ଲେଙ୍କା(୨୮)ଙ୍କ ସହ ସାମାନ୍ୟ ଆହତ ସୌରଭଙ୍କ ଝିଅ ଇଶିକା ଲେଙ୍କା(୫)ଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସେହିଭଳି, ଗତକାଲି ରାତିରେ ବାଲେଶ୍ୱର ସଦର ଥାନା ଅଧୀନ ସଲ୍ଟ ରୋଡ୍ର ପାଗନଈ ଛକଠାରେ ଘଟିଥିବା ଅନ୍ୟଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଚାନ୍ଦିପୁର ଥାନା ଅଧୀନ ବାଙ୍କପଡ଼ାର ପୀତାମ୍ବର ହେମ୍ବ୍ରମ୍ଙ୍କ ପୁଅ ସୁଦର୍ଶନ(୨୨) ଓ ବିହୁଆ ବାରାଙ୍କ ପୁଅ କାଳିଆ ଓରଫ୍ ଚିତ୍ତରଂଜନ ବାରା(୪୧)। ଉଭୟ ପରସ୍ପର ଶଳା- ଭିଣୋଇ ସମ୍ପର୍କ ହେବେ।
ଅନ୍ୟପକ୍ଷରେ, ଏନ୍ଟିପିସି ଓଭରବ୍ରିଜ୍ ନିକଟରେ ଆଜି ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ରାଧା ପାତ୍ର (୫୦)ଙ୍କ ମୃତ୍ୟୁ ଘଟିଛି। ଢେଙ୍କାଳନାଳ ସଦର ଥାନା ଅନ୍ତର୍ଗତ କମାରମୁଣ୍ଡାଠାରେ ଜଣେ ବାଇକ ଚାଳକ ଗଛରେ ପିଟି ହୋଇ ପ୍ରାଣ ହରାଇଛନ୍ତି। ମୃତ ବାଇକ୍ ଚାଳକଙ୍କ ନାମ ନିରାକାର ପାତ୍ର ଓ ତାଙ୍କ ଘର ଓଡ଼ାପଡ଼ା ବ୍ଲକ ଲୁଣି ଗ୍ରାମରେ ବୋଲି ଜଣାପଡ଼ିଛି। ଆଠଗଡ଼ ଥାନା ଆଠଗଡ଼-କଟକ ଭାୟା ମୁଣ୍ଡଳୀ ରାସ୍ତାର ବନଖଣ୍ଡି ନିକଟରେ ସଡ଼କ ଦୁର୍ଘଟଣାରେ ରେଭେନ୍ସା କଲେଜ +୩ ପ୍ରଥମ ବର୍ଷ ଛାତ୍ର ରୋସେସ୍ ଦାସ ପ୍ରାଣ ହରାଇଛନ୍ତି। ସେହିଭଳି ସାଲେପୁର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର କଳାଗ୍ନି ଛକ ନିକଟରେ ଏକ ବାଇକ୍ ଧକ୍କାରେ ଚନ୍ଦ୍ରାଦେଇପୁର ପଞ୍ଚାୟତ ଲୁଣାହାର ଗ୍ରାମର ବରଫକଳ ନିକଟରେ ରହୁଥିବା ବନ୍ଧୁନାଥ ଦାସ(୬୪)ଙ୍କର ମୃତ୍ୟୁ ଘଟିଛି।<eos> | OSCAR-2019 |
||
<bos>ବୌଦ୍ଧ,୧୬ା୦୨(ସଜ୍ଜନ କୁମାର ଅଗ୍ରୱାଲା): ଗତ ୨ ତାରିଖ ରୁ ନିଖୋଜ ଥିବା କଣ୍ଟାମାଳ ଥାନା ମହୀବିଲା ଗ୍ରାମର ସୁମନ୍ତ ମାହାର(୧୨) ଆଠ ତାରିଖ ଗୁରୁବାର ଦିନ ମହିବିଲା ଗ୍ରାମର ପାଣିଟୋଲା ଜଙ୍ଗଲ ର ଏକ ପଥର କୋରଡ ରେ ଗଳିତ ଶବ ପାଇବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଏବଂ ଏହା ହତ୍ୟା ନା ଦୁର୍ଘଟଣା ନା ଅନ୍ୟ କୋଣସି କାରଣ ଏହାକୁ ନେଇ ବିଭିନ୍ନ ମହଲରୁ ନାନ ଗୁଜବ ମାନ ଶୁଣିବାକୁ ମିଳୁଥିବା ବେଳେ କଣ୍ଟାମାଳ ପୋଲିସ ଚାପ ରେ ରହି ସସପେନସ ଲାଗିରହିଥିଲା । କଣ୍ଟାମାଳ ପୋଲିସ ଏବଂ ବୈାଦ୍ଧ ଏସଡିପିଓ ମଧ୍ୟ ଏହାର ସତ୍ୟ ଜାଣିବା ପାଇ ଏବଂ ପ୍ରକୃତ ରହସ୍ୟ ଜାଣିବା ପାଇଁ ଦିନରାତି ଏକ କରିଦେଇଥିବାବେଳେ ଆଜି ଘଟଣା ର ୧୩ ଦିନ ପରେ ଏହାର ସତ୍ୟତା ର ଖୁଲାଶା ହୋଇଛି । କଣ୍ଟାମାଳ ପୋଲିସ ପକ୍ଷରୁଦିଆଯାଇଥିବା ଏକ ପ୍ରେସ ମିଟ ଜରିଆରେ ଜଣାଯାଇଛି ଯେ, ଘଟଣା ଦିନ ଅର୍ଥାତ ୨ ତାରିଖ ଅପରାହ୍ନ ପ୍ରାୟ ୩.୩୦ ମିନିଟ ସମୟ ରେ ସୁମନ୍ତ ଜଙ୍ଗଲ ଆଡୁ ଗାଁ ଆଡକୁ ଆସୁଥିବାବେଳେ ଅପରପାର୍ଶରୁ ଦ୍ରୁତ ଗତି ରେ ଆସୁଥିବା ଟ୍ରାକ୍ଟର ରେ ଧକ୍କାହୋଇଥିଲା । ଏବଂ ଉକ୍ତ ଟ୍ରାକ୍ଟର ଡ୍ରାଇଭର ନିଜକୁ ଦୋଷ ମୁକ୍ତ କରିବା ପାଇଁ ମୁମୂର୍ଶ ଅବସ୍ଥା ରେ ଥିବା ସୁମନ୍ତ କୁ ଆସାମୀ ତାର ନିଜ ଗାମୁଛା ରେ ତଣ୍ଟିକୁ ଭିଡିଦେଇଥିଲା ।ଫଳ ରେ ତାର ପ୍ରାଣ ଚାଲିଯାଇଥିଲା ।ଏବଂ ତାକୁ ପାଖ ଜଙ୍ଗଲ ରେ ଲୁଚାଇ ଦେଇଥିଲା ।ଘଟଣା ଘଟାଇ ସାରିବା ପରେ ଟ୍ରାକ୍ଟର ଖରାପ ଥିବା କହି ନିଜ ଗ୍ରାମ ଶ୍ରୀମାଲ କୁପଳାଇ ଆସିଥିଲା । ଏପଟେ ଉକ୍ତ ଘଟଣା ପୋଲିସ ପାଇଁ ଚାଲେଞ୍ ସଦୃଶ ଥିବା ବେଳେ ସ୍ଥାନୀୟ ଜନସାଧାରଣ ଦୋଷୀ କୁ ଶିଘ୍ର ଧରିବା ଏବଂ ପରିବାର କୁ କ୍ଷତିପୂରଣ ଦାବୀ ଏନେଇ ରାସ୍ତା ରୋକ ମଧ୍ୟ କରିଥିଲେ । ଏବଂ ଶେଷରେ ଏସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ହତ୍ୟା ଆସାମୀ କୁ ଧରିବାକୁ ସମର୍ଥ ହୋଇପାରିଛି । ଉକ୍ତ ଘଟଣା ର ମୂଖ୍ୟ ଆସାମୀ କଣ୍ଟାମାଳ ଥାନା ଶ୍ରୀମାଲ ଗ୍ରାମର ଗଦୀଶ ରଣା(୨୦) ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପୋଲିସ କହିଛି । ଏବଂ ହତ୍ୟାକାଣ୍ଡ ରେ ବ୍ୟବହୃତ ଟ୍ରାକ୍ଟର ଓଡି.୧୭.ବି.୮୭୫୭ କୁ ଜବତ କରିଥିବାବେଳେ ପୁର୍ବରୁ ୦୩.୦୨.୧୮ ରିଖ ରେ କଣ୍ଟାମାଳ ଥାନା କେସ ନଂ ୨୨/୨୦୧୮ରେ ହୋଇଥିବା ଦଫା ୩୬୩ ଆଇପିସି ଟର୍ଣ ହୋଇ ୩୬୩/୩୦୨/୨୦୧ ହୋଇଥିବା ପ୍ରେସ ରିଲିଜ ମାଧ୍ୟମ ରେ ବୈାଦ୍ଧ ଏସଡିପିଓ ଏସ.ଟିଗା କହିଛନ୍ତି ।ଏବଂଏହାର ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ତଦନ୍ତ ଜାରି ରହିଥିବା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟ ରେ କଣ୍ଟାମାଳ ଆଇ.ଆଇ.ସି ନରେଶ ପ୍ରଧାନ,ସବ-ଇନସସ୍ପେକ୍ଟର ବିଜୟ କୁମାର ବାରୀକ,ଏ.ଏସ.ଆଇ. ଶୁଶିଳ କୁମାର ପଟ୍ଟନାୟକ, ଏବଂ ଅନ୍ୟ ଷ୍ଟାପ ଉପସ୍ଥିତ ଥିଲେ ।
ବଡ ବ୍ୟବଧାନରେ ବିଜେପୁର ଜିତିବା ନେଇ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ୧୮ ବର୍ଷ ଶାସନ କରିବାର ଅହଙ୍କାର – ଧର୍ମେନ୍ଦ୍ର ପ୍ରଧାନ<eos> | OSCAR-2019 |
||
<bos>– ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଭର୍ତି କରିବାର କ୍ଷମତା ରହିଥିବା ବେଳେ ସ୍ଥାନୀୟ ଯୁବ ଗୋଷ୍ଠୀ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ –...
ବଲାଙ୍ଗୀରରେ ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚର ଶୁଭ ଉଦଘାଟନ
– ଉଦଘାଟିତ ସାଟେଲାଇଟ୍ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ସିଆରସିରେ ପରିବର୍ତିତ କରିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ – ୧୦ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ଦେଲେ ପ୍ରତିଶ୍ରୁତି ଭୁବନେଶ୍ୱର,...
ଦଳୀୟ ଅନୁଶାସନ ଓ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଉପ ସଭାପତି ଏବଂ ବଲାଙ୍ଗୀର ଜିଲ୍ଲା ନଗର ସଭାପତି ନିଲମ୍ବିତ ଭୁବନେଶ୍ୱର, ତା.୧୪/୦୫ (ଓଡ଼ିଆ ପୁଅ): ଦଳୀୟ ଅନୁଶାସନ...
ଟିଟିଲାଗଡ ୧୫-୪ (ଓଡ଼ିଆ ପୁଅ) ଟିଟିଲାଗଡ ସ୍ଥାନୀୟ ଭାଟିପଡା ଗ୍ରାମର ପୂର୍ଣ୍ଣିନାଗ (ଛଦ୍ମନାମ) ନାମ୍ନୀ ଜଣେ ତିରିଶ ବର୍ଷୀୟ ବିଧବା ମହିଳାଙ୍କୁ ଗୁରୁତର ଭାବେ ଅସୁସ୍ଥ ଅବସ୍ଥାରେ ତାଙ୍କ ଘରୁ...
ଟିଟିଲାଗଡ ୧୧-୪ (ଓଡ଼ିଆ ପୁଅ) ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ...<eos> | OSCAR-2019 |
||
<bos>କନକ ବ୍ୟୁରୋ: ରଥଯାତ୍ରାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ସମେତ ଆଖପାଖ ଅଂଚଳର ଅଗ୍ନିଶମ କେନ୍ଦ୍ରଗୁଡିକୁ ସଜାଗ କରି ରଖାଯାଇଛି । ପୁରୀ ସମୁଦ୍ରକୂଳ ଓ ୫ଟି ପୁଷ୍କରିଣୀ ନିକଟରେ ଲାଇଭଗାର୍ଡ, ବୋଟ୍ ଓ ସ୍କୁବା ଡାଇଭରଙ୍କୁ ମୁତୟନ କରାଯାଇଛି ।
ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଭିଡକୁ ଦେଖି ମାଳତୀପାଟପୁର, ତାଳବଣିଆ, ଶରଧାବାଲି, ପାନ୍ଥ ନିବାସ, ମହୋଦଧୀ, ପର୍ଯ୍ୟଟନ ଅଫିସରେ ସ୍ୱତନ୍ତ୍ର କଂଟ୍ରୋଲ ରୁମ ଖୋଲାଯାଇଛି । ସୁରକ୍ଷିତ ଭାବରେ ଏବଂ ଶାନ୍ତି ଶୃଙ୍ଖଳା ଭାବରେ କିପରି ରଥଯାତ୍ରା ସରିବ ସେନେଇ ଉଦ୍ୟମ ଚାଲିଛି ।
ହସ୍ପିଟାଲ, ଶରଧାବାଲି, ଦିଗବାରେଣୀ ନିକଟରେ ଶ୍ରଦ୍ଧାଳୁଙ୍କ ପାଇଁ ବଡ ଏଲଇଡି ଟିଭି ପ୍ରଥମ ଥର ପାଇଁ ଲଗାଯାଇଛି । ଏହା ସହ ପ୍ରଥମ ଥର ପାଇଁ ଫେସବୁକ୍ ଓ ଟ୍ୱିଟରରେ ରଥଯାତ୍ରା ଲାଇଭ୍ ପାଇଁ ବ୍ୟବସ୍ଥା ହୋଇଛି ।
ଶ୍ରୀଜିଉଙ୍କୁ ଅଣସର ପିଣ୍ଡିରେ ନବଯୌବନ ଦର୍ଶନ, ପହଣ୍ଡି, ରଥଯାତ୍ରା ଆଦିକାମ ସୁରୁଖୁରୁରେ ହେବା ନେଇ ସେବାୟତ ଓ ଭକ୍ତଙ୍କ ସହଯୋଗ କାମନା କରିଛି ପ୍ରଶାସନ । ପ୍ରଭୁଙ୍କ ଆଶିର୍ବାଦ ସହ ଭକ୍ତ ଓ ସେବାୟତଙ୍କ ସହଯୋଗରେ ଚଳିତ ବର୍ଷ ରଥଯାତ୍ରା ଭଲରେ ସରିବ ବୋଲି ଆଶା ରଖିଛି ପ୍ରଶାସନ ।<eos> | OSCAR-2019 |
||
<bos>ଓଡ଼ିଶା ଝିଅଙ୍କ ବିଦେଶରେ ସୁନାମ ଅର୍ଜନ । ଜଗତସିଂପୁର ଜିଲ୍ଲାର ସୁନା ଝିଅ ସଶ୍ମିତା ନାଥ ଶର୍ମା ଇଂଲଣ୍ଡ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସିନିଅର ଖୋଖୋ କ୍ରୀଡ଼ା ରେ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି । ସଶ୍ମିତା ନାଥ ଶର୍ମା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆ ଗାଁର ସରୋଜ ନାଥ ଙ୍କ ଝିଅ । ସେ ଶାରଳା ଦାସ କଲେଜର+୩ର ୨ବର୍ଷର ଛାତ୍ରୀ । ଏହି କୃତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ହଜାର ଟଙ୍କା ପୁରଷ୍କାର ମିଳିଥିବା ବେଳେ ଜଗତସିଂପୁର କ୍ରୀଡ଼ା ସଂସଦ ପକ୍ଷରୁ ୫ହଜାର ଟଙ୍କା ପୁରଷ୍କାର ପ୍ରଦାନ କରିଛନ୍ତି । ଏହି ପୁରଷ୍କାର ରାଶି ପାଇ ସଶ୍ମିତା ନାଥ ଖୁସି ବ୍ୟକ୍ତ କରିଛନ୍ତି । ଜିଲ୍ଲାପାଳ ୟାମିନୀ ଷଡ଼ଙ୍ଗୀ ଏହି ପ୍ରତିଭାକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।<eos> | OSCAR-2019 |
||
<bos>ବନ୍ଧୁତ୍ୱ ଦିବସ: ମନୁଷ୍ୟଙ୍କ ଠାରୁ ମହାନ୍ ବାଘଙ୍କ ବନ୍ଧୁତ୍ୱ, ୭ ବର୍ଷ ହେବ ଏକାଠି ରହୁଛନ୍ତି କିଶନ ଓ ଗଙ୍ଗା | Sambad
ରାୟପୁର: ମନୁଷ୍ୟଙ୍କ ବନ୍ଧୁତ୍ୱର ଉଦାହରଣ କେହି ବି ବର୍ଣ୍ଣନା କରିପାରିବେ କିନ୍ତୁ ଧଳା ବାଘଙ୍କ ୭ ବର୍ଷର ବନ୍ଧୁତ୍ୱ ହେଉଛି ବିରଳ। ଏମିତି ଦୃଶ୍ୟ ପଡୋଶୀ ଛତିଶଗଡ଼ର ଇସ୍ପାତ ସହର ‘ଭିଲାଇ’ର ମୈତ୍ରୀବାଗ୍ ଦେଖିବାକୁ ମିଳିଛି। ଧଳା ବାଘ ‘କିଶନ’ ଓ ଗଙ୍ଗା ‘ଧଳା ବାଘୁଣୀ’ ୭ ବର୍ଷ ହେବ ଏକାଠି ରହି ପ୍ରାଣୀ ଉଦ୍ୟାନ କର୍ମଚାରୀ ତଥା ଏଠାକୁ ଆସୁଥିବା ଦର୍ଶକଙ୍କୁ ବନ୍ଧୁତ୍ୱର ପ୍ରେରଣା ବାଣ୍ଟୁଛନ୍ତି।
ଜାତୀୟ ଗଣମାଧ୍ୟମକୁ ପ୍ରାଣୀ ଉଦ୍ୟାନର ଜଣେ କର୍ମଚାରୀ କହିଛନ୍ତି ଗଙ୍ଗା ଓ କିଶନ ୭ ବର୍ଷ ହେବ ଏକାଠି ରହି ଆସୁଛନ୍ତି। ଏହାରି ଭିତରେ ଉଭୟଙ୍କ ମଧ୍ୟରେ କଳି ହୋଇ ନାହିଁ ଅର୍ଥାତ ଜଣେ ଅନ୍ୟ ଉପରେ ଆକ୍ରମଣ କରି ନାହିଁ। ପିଲା ଜନ୍ମ କରିବା ପରେ ମଧ୍ୟ କିଶନ ଓ ଗଙ୍ଗାକୁ ଭିନ୍ନ ଭିନ୍ନ ସ୍ଥାନରେ ରଖାଯାଇଛି। ଏହା ପରେ ମଧ୍ୟ ଜଣେ ଅନ୍ୟକୁ ଦେଖାଦେଖି କରନ୍ତି। କାରଣ ଉଭୟଙ୍କୁ ନିକଟରେ ୨ଟି ଏନକ୍ଲୋଜରରେ ରଖାଯାଇଛି। କର୍ମଚାରୀମାନେ ଏମାନଙ୍କର ବନ୍ଧୁତ୍ୱ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି।
ସୂଚନାଯୋଗ୍ୟ ବାଘୁଣୀ ପିଲା ଜନ୍ମ ଦେବା ପରେ ବାଘ ଠାରୁ ଅଲଗା ରହିବାକୁ ଭଲ ପାଏ ଏହା ପରେ ବାଘୁଣୀକୁ ବାଘ ଆକ୍ରମଣ କରିଥାଏ। ଫଲରେ ବାଘ-ବାଘୁଣୀକୁ ଅଲଗା ପିଞ୍ଜରାରେ ରଖାଯାଇଥାଏ। କିନ୍ତୁ ପିଲା ଜନ୍ମ କରିବା ପରେ ମଧ୍ୟ ଗଙ୍ଗା ଓ କିଶନ ଏକାଠି ରହୁଛନ୍ତି ଓ ସେମାନେ ବାଘ ଶାବକଙ୍କ ସହିତ କୌତୁକ କରୁଛନ୍ତି।
ଜାକର୍ତା: ବିଜେତା ଭାରତୀୟ ପୁରୁଷ ହକି ଦଳ ଏସୀୟ କ୍ରୀଡ଼ାର ଅଷ୍ଟାଦଶ ସଂସ୍କରଣରେ ମଙ୍ଗଳବାର ଏକ ମ୍ୟାଚ୍ରେ ଗୋଲ୍ର ବର୍ଷା କରିଦେଇଛି। ଗତଥରର ବିଜେତା ଭାରତ ଏହି ମ୍ୟାଚ୍ରେ ଶ୍ରୀଲଙ୍କାକୁ ୨୦-୦ ଗୋଲ୍ରେ ପରାସ୍ତ କରିଦେଇଛି। ପୁଲ୍-ଏରେ ଭାରତର ଏହା ଚତୁର୍ଥ ତଥା ଶେଷ ମ୍ୟାଚ୍ ଥିଲା। ଆଉ ଏହି ମ୍ୟାଚ୍ ଜିତି ଭାରତ ମଧ୍ୟ ପୁଲ୍-ଏରେ ଅପରାଜେୟ ସହ ସେମିଫାଇନାଲ୍ ପ୍ରବେଶ କରିଛି। ଭାରତ ୪ ମ୍ୟାଚ୍ରୁ ମୋଟ ୭୬ ଗୋଲ୍ ପ୍ରତିପକ୍ଷଙ୍କ ଉପରେ ଲଦି ଦେଇଥିଲା ବେଳେ ମାତ୍ର ୩ ଗୋଲ୍ ବରଣ କରିଛି। ପୁଲ୍-ଏର ଶୀର୍ଷ ଦଳ ଭାବେ ଭାରତ ପୁଲ୍-ବିର ଦ୍ୱିତୀୟ ସ୍ଥାନ ପାଇଥିବା ମାଲେସିଆକୁ ସେମିଫାଇନାଲ୍ରେ ଭେଟିବ। ଗୁରୁବାର ସେମିଫାଇନାଲ୍ ଖେଳାଯିବ। ଅନ୍ୟପକ୍ଷରେ ଗତ ସଂସ୍କରଣର କାଂସ୍ୟ ବିଜୟିନୀ ଭାରତୀୟ ମହିଳା ଦଳ ଆସନ୍ତାକାଲି ସେମିଫାଇନାଲ୍ରେ ଗତଥରର ରୌପ୍ୟ ବିଜୟିନୀ ଚୀନ୍ ସହ ମୁହାଁମୁହିଁ ହେବ। ମହିଳାର ଅନ୍ୟ ସେମିଫାଇନାଲ୍ରେ ବିଜୟିନୀ କୋରିଆକୁ ଭେଟିବ ଜାପାନ।
ବିଶ୍ୱ ମାନ୍ୟତାର ପଞ୍ଚମ ଭାରତ ଏବଂ ୩୮ ମାନ୍ୟତା ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ମ୍ୟାଚ୍ ସଂପୂର୍ଣ୍ଣ ଏକପାଖିଆ ରହିଥିଲା। ଆରମ୍ଭରୁ ଆଧିପତ୍ୟ ଜମାଇଥିବା ଭାରତ ନବମ ମିନିଟ୍ରୁ ଗୋଲ୍ ଅଭିଯାନ ଆରମ୍ଭ କରିଥିଲା। ଏହି ମ୍ୟାଚ୍ରେ ଆକାଶଦୀପ୍ ସିଂହ ହ୍ୟାଟ୍ରିକ୍ ଅର୍ଜନ କରିବା ସାଙ୍ଗକୁ ଏକାକି ୬ ଗୋଲ୍ କରିଥିଲା ବେଳେ ରୂପୀନ୍ଦର ପାଲ୍ ସିଂହ, ହର୍ମନ୍ପ୍ରୀତ୍ ସିଂହ ଓ ମନ୍ଦୀପ୍ ସିଂହ ୩ଟି ଲେଖାଏଁ ଗୋଲ୍ ଦେଇଥିଲେ। ଆକାଶଦୀପ୍ ମ୍ୟାଚ୍ର ଦଶମ, ଏକାଦଶ, ଅଷ୍ଟାଦଶ, ୨୩ତମ, ୩୩ତମ ଓ ୪୩ତମ ମିନିଟ୍ରେ ଗୋଲ୍ କରିଥିଲା ବେଳେ ନିଜର ୨୦୦ତମ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ରୁପୀନ୍ଦର ଦ୍ୱିତୀୟ, ୫୨ତମ ଓ ୫୩ତମ ମିନିଟ୍ରେ, ହର୍ମନ୍ପ୍ରୀତ୍ ଷଷ୍ଠ, ୨୨ତମ ଓ ୩୩ତମ ମିନିଟ୍ ଏବଂ ମନ୍ଦୀପ୍ ୩୬, ୪୪ ଓ ୫୯ତମ ମିନିଟ୍ରେ ଗୋଲ୍ ଦେଇ ଭାରତକୁ ବଡ଼ ବ୍ୟବଧାନରେ ବିଜୟୀ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲଲିତ ଉପାଧ୍ୟାୟ (୫୮ ଓ ୫୯ ମିନିଟ୍) ଦୁଇଟି ଏବଂ ବିବେକ ସାଗର ପ୍ରସାଦ (୩୨ ମିନିଟ୍), ଓଡ଼ିଆ ପୁଅ ଅମିତ୍ ରୋହିଦାସ (୩୦ ମିନିଟ୍) ଏବଂ ଦିଲ୍ପ୍ରୀତ୍ ସିଂହ (୨ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ିଥିଲେ। ଏହି ୨୦ ଗୋଲ୍ ମଧ୍ୟରୁ ଭାରତ ୧୨ ଫିଲ୍ଡ ଗୋଲ୍ କରିଥିଲା ବେଳେ ପେନାଲ୍ଟି କର୍ନରରୁ ୭ ଏବଂ ପେନାଲ୍ଟି ଷ୍ଟ୍ରୋକ୍ରୁ ଗୋଟିଏ ଗୋଲ୍ କରିଥିଲା।<eos> | OSCAR-2019 |
||
<bos>ଭୁବନେଶ୍ୱର: ଚଳିତ ମୌସୁମୀ ବର୍ଷା ରାଜଧାନୀବାସୀଙ୍କୁ ପୂରା ଡରାଇ ଦେଇଛି। ଲୋକ ଏମିତି ସ୍ଥିତିରେ ଅଛନ୍ତି ଯେ ଆକାଶରେ ବର୍ଷା ହେଲେ ଛାତିରେ ଛନକା ପଶିଯାଉଛି। କାରଣ ଅସରାଏ ବଡ଼ ବର୍ଷା ରାଜଧାନୀ ଭିତରେ କେଉଁଠି ଉଚ୍ଚା କେଉଁଠି ଖାଲ କିଛି ମାନୁନି। ସବୁଠି ଜୁଆର ଭଳି ପାଣି ମାଡ଼ୁଛି। ରାସ୍ତାଘାଟରୁ ଆରମ୍ଭ କରି ଶୋଇବା ଘର ପର୍ଯ୍ୟନ୍ତ ସବୁଠି ଅଣ୍ଟେ ଉଚ୍ଚରେ ପାଣି ଜମା ହେଉଛି। ଯିଏ ଉଚ୍ଚା ସ୍ଥାନରେ ଘର କରିଛନ୍ତି ବୋଲି ଆଗରୁ ଛାତି ଫୁଲାଇ ଚାଲୁଥିଲେ ସେମାନଙ୍କ ଘରେ ବି ଏଥର ଆଣ୍ଠୁଏ ପାଣି। ଜୁଲାଇ ମାସରେ ରାଜଧାନୀ ଯେପରି ଜଳବନ୍ଦୀ ହେଲା ସେଭଳି ସ୍ଥିତି ଆଗରୁ କେବେ ସୃଷ୍ଟି ହୋଇନଥିଲା। ଏହାପରେ କିଏ ବିଏମ୍ସିର ଡ୍ରେନେଜ୍ ବ୍ୟବସ୍ଥାକୁ ଦାୟୀ କରୁଛନ୍ତି ତ କିଏ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଫ୍ଲାଇ ଓଭର ନିର୍ମାଣ ଶୈଳୀକୁ। କିନ୍ତୁ ପ୍ରକୃତରେ ରାଜଧାନୀର ଜଳବନ୍ଦୀ ସମସ୍ୟା ପାଇଁ ଦାୟୀ କିଏ? ରାଜଧାନୀର ପୂରା ବ୍ୟବସ୍ଥାକୁ ଦେଖିଲେ ବିଏମ୍ସି, ବିଡିଏ, ପୂର୍ତ୍ତ ବିଭାଗ, ଓପିଟିସିଏଲ୍, ଜଳସମ୍ପଦ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ରାଜସ୍ୱ ବିଭାଗ ସମସ୍ତେ ହିଁ ଏହି ଜଳବନ୍ଦୀ ସମସ୍ୟା ପାଇଁ ଉଣା ଅଧିକେ ଦାୟୀ। ଏହି ସବୁ ବିଭାଗର ବେପରୁଆ ମନୋଭାବ ଏବଂ ଅଣଯୋଜନାଭିତ୍ତିକ କାର୍ଯ୍ୟଶୈଳୀ ଯୋଗୁଁ ହିଁ ରାଜଧାନୀରୁ ବର୍ଷା ଜଳ ନିଷ୍କାସନ ହୋଇପାରିଲାନି। କିନ୍ତୁ ସମସ୍ତେ ବିଏମ୍ସି ଉପରେ ଦୋଷ ଲଦି ଚୁପ୍ଚାପ୍ ବସି ପଡ଼ିଲେ। ରାଜଧାନୀବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବା ବିଏମ୍ସିର କର୍ତ୍ତବ୍ୟ ହୋଇଥିବାରୁ ବିଏମ୍ସି ହିଁ ଅଧିକ ପରିମାଣରେ ଦାୟୀ।
ବିଏମ୍ସି: ଚଳିତ ବର୍ଷାରେ ରାଜଧାନୀରେ ଯେଉଁଭଳି ଜଳବନ୍ଦୀ ସମସ୍ୟା ହେଲା ତାହାର କାରଣ ହେଲା ୧୦ଟି ଯାକ ମୁଖ୍ୟ ଡ୍ରେନ୍ କି ରାଜଧାନୀ ଭିତରେ ଥିବା ଅନ୍ୟ ଡ୍ରେନ୍ରେ ପାଣି ନିଷ୍କାସନ ହୋଇପାରିଲାନି। ଡ୍ରେନ୍ଗୁଡ଼ିକୁ ପରବର୍ତ୍ତୀ ସମୟରେ ସଫା କରିବାରୁ ଦେଖାଗଲା ଏଥିରୁ ଯେତିକି ଆବର୍ଜନା ବାହାରିଲା ସେଥିରେ ଅଧାରୁ ଅଧିକ ପ୍ଲାଷ୍ଟିକ୍ ଆବର୍ଜନା ଥିଲା। କୁଢ଼କୁଢ଼ ପଲିଥିନ୍, ପ୍ଲାଷ୍ଟିକ୍ ବୋତଲ ବାହାରିଲା। ଯଦି ବିଏମ୍ସି ପକ୍ଷରୁ ଠିକ୍ ଭାବେ ସଫେଇ ହୋଇଥାନ୍ତା ବା ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଲାଗିଥାନ୍ତା, ତେବେ ଏହି ସମସ୍ୟା ଉପୁଜିନଥାନ୍ତା। କେବଳ ଏତିକି ନୁହେଁ ଡ୍ରେନ୍ଗୁଡ଼ିକୁ ବର୍ଷା ଦିନ ପୂର୍ବରୁ ଡିସିଲଟିଂ କରାଯାଇନଥିବାରୁ ପୋତି ହୋଇ ଯାଇଥିବା ଡ୍ରେନ୍ରେ ପାଣି ଯେପରି ବହିବା କଥା ବହିଲାନି।
ବିଡିଏ: ରାଜଧାନୀରେ କେତେକ ଘର ବେଆଇନ ଭାବେ ନିର୍ମାଣ ହୋଇଛି। କିନ୍ତୁ ଯେତିକି ଘର ପ୍ଲାନ୍ରେ ନିର୍ମାଣ ହୋଇଛି, ସେଥିରୁ ୯୯% ଘରର ପ୍ଲାନ୍ ବିଡିଏ ଅନୁମୋଦନ କରିଛି। ପ୍ଲାନ୍ ଦେବା ବେଳେ କର୍ତ୍ତୃପକ୍ଷ ଦେଖିଲେନି ଘର ପାଖରେ ଡ୍ରେନ୍ ଯାଇଛି ନାଳ ଅଛି। ଖାଲୁଆ ଜମି କି ପୂର୍ବରୁ କେଉଁ କିସମର ଥିଲା। ଯେଉଁଠି ଘରବାଡ଼ି କିସମର ଦେଖିଲେ ସେଠାରେ ପ୍ଲାନ୍ ଦେଇଦେଲେ। ଏପରିକି ବିଡିଏ ଗଠନ ହେବା ପରେ ପ୍ରାୟ ତିନି ଥରରୁ ଅଧିକ ଥର ସିଡିପି ପ୍ରସ୍ତୁତ ହୋଇଥିଲେ ହେଁ କେବଳ ନକ୍ସାରେ ଓସାରିଆ ଡ୍ରେନ୍, ରାସ୍ତା ଚିହ୍ନ ରଖାଯାଇଛି। କିନ୍ତୁ ଏହା କିପରି ବାସ୍ତବ ରୂପ ନେବ, ସେନେଇ ପଦକ୍ଷେପ ନିଆଯାଇନି। ଏବେ ରାଜଧାନୀ ଜଳବନ୍ଦୀ ହେବା ପରେ ଗୋଟିଏ ପରେ ଗୋଟିଏ ପ୍ଲାନ୍ ବାତିଲ୍ କରାଯାଉଛି। ଏହା ଆଗରୁ କରିବାକୁ କର୍ତ୍ତୃପକ୍ଷଙ୍କ ମୁଣ୍ଡକୁ କେମିତି ବୁଦ୍ଧି ଜୁଟି ନଥିଲା ବୋଲି ପ୍ରଶ୍ନ ଉଠିଲାଣି।
ପୂର୍ତ୍ତ ବିଭାଗ: ରାଜଧାନୀର ପ୍ରମୁଖ ଅଞ୍ଚଳରେ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରିଛି। ପୂର୍ତ୍ତ ବିଭାଗର ୫୧୮.୧୮୩କିମି ରାସ୍ତା ଥିବା ବେଳେ ସବୁ ରାସ୍ତା କଡ଼ରେ ଡ୍ରେନ୍ ନାହିଁ। ମାତ୍ର ୨୨୮.୮୩କିମିର ଡ୍ରେନ୍ ଅଛି। ହେଲେ ଏହି ଡ୍ରେନ୍ ନିର୍ମାଣ ହେବା ଦିନରୁ କେବେ ସଫା ହୋଇନି। ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ କହୁଛନ୍ତି ଡ୍ରେନ୍ ନିର୍ମାଣ କରିବା ଆମ ଦାୟିତ୍ୱ। ସଫେଇ କରିବା ବିଏମ୍ସିର ଦାୟିତ୍ୱ। ଏଥିପାଇଁ ଆମର ବଜେଟ୍ ନାହିଁ। ଏନେଇ ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି ଯେ ପୂର୍ତ୍ତ ବିଭାଗ ଡ୍ରେନ୍ ସଫେଇ ପାଇଁ ଅର୍ଥ ଦେଲେ ଆମେ ନିୟମିତ ସଫେଇ କରିବାରେ କିଛି ଅସୁବିଧା ନାହିଁ। ବିଏମ୍ସିର ସୀମିତ ସମ୍ବଳରେ ୨୦୦କିମିରୁ ଅଧିକ ଡ୍ରେନ୍ ସଫା କରିବା ସମ୍ଭବ ନୁହେଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷ: ଜାତୀୟ ରାଜପଥ- ୧୬ ଉପରେ ପଳାସୁଣିରୁ ବରମୁଣ୍ଡା ପର୍ଯ୍ୟନ୍ତ ଫ୍ଲାଇ ଓଭର ନିର୍ମାଣ ହେବା ପରେ ରାଜଧାନୀରେ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି। ବ୍ରିଜ୍ ନିର୍ମାଣ ଶୈଳୀ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଥିଲେ ହେଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ମାନୁନାହାନ୍ତି। ଏନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜଧାନୀରେ ଯେକୌଣସି ପ୍ରକାରର ନିର୍ମାଣ ହେବ ସେଥିପାଇଁ ବିଡିଏ କି ବିଏମ୍ସିର ଅନୁମତି ନେବା ଦରକାର। କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଫ୍ଲାଇ ଓଭର ନିର୍ମାଣ ପାଇଁ କୌଣସି ଅନୁମତି ନେଇନାହାନ୍ତି। ଆମ ନିକଟରେ ପ୍ଲାନ୍ ଦାଖଲ କରିଥିଲେ ଆମେ ବର୍ଷା ଜଳ ନିଷ୍କାସନ ନେଇ କିଛି ପ୍ରସ୍ତାବ ଦେଇପାରିଥାନ୍ତୁ।
ରାଜସ୍ୱ ବିଭାଗ: ଘର ପ୍ଲାନ୍ ଓ ଘର ନିର୍ମାଣରେ ସମସ୍ୟା ଯୋଗୁଁ ଜଳବନ୍ଦୀ ସମସ୍ୟା ହେଲା ବୋଲି କହୁଛନ୍ତି। କିନ୍ତୁ ଘର ନିର୍ମାଣ ପାଇଁ ଲୋକ ଜମି କିଣିବା ପୂର୍ବରୁ ହେଉ କି ପରେ ଏହାକୁ ଘରବାଡ଼ି କିସମ କରିଥିଲା ରାଜସ୍ୱ ବିଭାଗ। ଯେଉଁଠି କୃଷି ଜମି ଥିଲା, ଯେଉଁଠି ପାଣି ଜମୁଥିଲା, ସେଗୁଡ଼ିକୁ ଚାଷ ଜମି କିସମରୁ ଘରବାଡ଼ି କିସମକୁ ବଦଳାଇ ଦେଲେ। ହେଲେ ଘରବାଡ଼ି କିସମ ପରିବର୍ତ୍ତନ କରିବା ପୂର୍ବରୁ ରାଜସ୍ୱ ବିଭାଗ ଅଧିକାରୀ ଦେଖିବାର ଥିଲା ଏହା ପ୍ରାକୃତିକ ଜଳ ପ୍ରବାହକୁ ପ୍ରଭାବିତ କରୁଛି କି ନାହିଁ, ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଅଛି କି ନାହିଁ। ଯଦି ଜନସଂଖ୍ୟା ବଢ଼ୁଥିବାରୁ ଅଧିକ ଘର ଦରକାର ଥିଲା ବୋଲି ଆବଶ୍ୟକତା ମନେ କରି କିସମ ପରିବର୍ତ୍ତନ କଲେ, ତେବେ ବିଡିଏ ଓ ବିଏମ୍ସି କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇ ଉକ୍ତ ଅଞ୍ଚଳରେ ପ୍ରଶସ୍ତ ଡ୍ରେନ୍ ନିର୍ମାଣ କରିବାର ଥିଲା ବୋଲି କୁହାଯାଉଛି।
ଜଳସମ୍ପଦ ବିଭାଗ: ରାଜଧାନୀରେ ଜଳ ନିଷ୍କାସନ ୧୦ଟି ମୁଖ୍ୟ ଡ୍ରେନ୍ ଦେଇ ହେଉଥିଲେ ହେଁ ଏହା ଗଙ୍ଗୁଆ ଓ ଦୟାେଓ୍ଵଷ୍ଟ କେନାଲରେ ମିଶିଛି। ହେଲେ ଏହି ଦୁଇଟି ନାଳ ପୋତି ହୋଇଯାଇଥିବାରୁ ଏବଂ ଜବରଦଖଲକାରୀଙ୍କ କବ୍ଜାରେ ଥିବାରୁ ଏଥିରେ ପାଣି ନିଷ୍କାସନ ହୋଇପାରୁନି। ଏହାବାଦ୍ ବିଏମ୍ସିକୁ ଡ୍ରେନେଜ୍ ବିଭାଗ ଆସିବା ପୂର୍ବରୁ ଜଳସମ୍ପଦ ବିଭାଗ ଅଧୀନର ରାଜଧାନୀର ୧୦ଟି ଯାକ ମୁଖ୍ୟ ଡ୍ରେନ୍ ଥିଲା। କିନ୍ତୁ ଜଳସମ୍ପଦ ବିଭାଗ ଏହାର ରକ୍ଷଣାବେକ୍ଷଣ ଠିକ୍ ଭାବେ କରିନଥିବାରୁ ଏହାର ପାଚେରି ଅନେକ ସ୍ଥାନରେ ଭୁଶୁଡ଼ି ପଡ଼ିଥିବା ବେଳେ ଏହା ସଂକୁଚିତ ହୋଇଯାଇଛି। ଏପରିକି ଏଥିରେ ବହୁଥିବା ପାଣି କିପରି ଗଙ୍ଗୁଆ ଓ ଦୟାେଓ୍ଵଷ୍ଟ କେନାଲରେ ଠିକ୍ ଭାବେ ମିଶିବ, ତାହା ବ୍ୟବସ୍ଥା କରାଯାଇନି।
ଓପିଟିସିଏଲ୍: ଓପିଟିସିଏଲ୍ ପକ୍ଷରୁ ରାଜଧାନୀରେ ଏବେ ଭୂତଳ କେବୁଲିଂ କାର୍ଯ୍ୟ ଚାଲିଥିବାରୁ ରାଜଧାନୀର ସମସ୍ତ ପ୍ରମୁଖ ଅଞ୍ଚଳର ରାସ୍ତା ଖୋଳା ଯାଇଛି। କେତେକ ସ୍ଥାନରେ କାମ ସରିଥିଲେ ବି ରାସ୍ତା ମରାମତି କରାଯାଇନି। ଫଳରେ ରାସ୍ତା ଉପରେ ମାଟି ଗଦା ହୋଇ ରହିଛି। ଯାହା ବର୍ଷାରେ ଧୋଇ ହୋଇ ଡ୍ରେନ୍ରେ ପଶିବାରୁ ଡ୍ରେନ୍ ପୋତି ହୋଇଗଲା। ଯେତିକି ପାଣି ବହିବା କଥା ତାହା ବହିପାରିଲାନି। ହେଲେ ଓପଟିସିଏଲ୍ କର୍ତ୍ତୃପକ୍ଷଙ୍କର ଏଥିପ୍ରତି ନିଘା ନାହିଁ।
ଭୁବନେଶ୍ୱର : ଦୁଇ ଦିନ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ସର୍ବଧର୍ମ ସମନ୍ଵୟ ସଭା ଅନୁଷ୍ଠିତ ହୋଇଥିଲା। ଏକାଠି ହୋଇଥିଲେ ସବୁ ପ୍ରମୁଖ ରାଜନୈତିକ ଦଳର ନେତା। ଶାସକ-ବିରୋଧୀଙ୍କ ଏଭଳି ଯୋଗଦାନ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଏହାର ଗୋଟିଏ ଦିନ ପରେ ନେତାମାନେ ସେମାନଙ୍କ ନିଜ ନିଜ ଚରିତ୍ରକୁ ଫେରି ଆସିଛନ୍ତି। ସେ ପୁଣି ଆଉ କେଉଁଠାରେ ନୁହେଁ, ବାଜପେୟୀଙ୍କ ସମୟରେ ଶୁଭାରମ୍ଭ ହୋଇଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ, ଭୁବନେଶ୍ୱରର ପ୍ରଥମ ସମାବର୍ତନ ଉତ୍ସବ କାର୍ଯ୍ୟକ୍ରମରେ।
କର୍ତ୍ତୃପକ୍ଷଙ୍କୁ ଗୋଟି କରି କ୍ଷମତା, କର୍ତ୍ତୃତ୍ୱ ଓ ଅହଂକାରର ଖେଳ ଖେଳାଯାଇଛି। ଖୋଦ୍ ମୁଖ୍ୟଅତିଥି ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଅସନ୍ତୋଷ ପ୍ରକାଶ କରିବା ପରେ ବି କର୍ତ୍ତୃପକ୍ଷ ଅତିଥି ତାଲିକାକୁ ଏପଟ ସେପଟ କଲେ ସିନା, ପ୍ରଥମ ସମାବର୍ତନ ଉତ୍ସବ କିନ୍ତୁ ରାଜନେତାଙ୍କ ଚକ୍ରବ୍ୟୂହରୁ ମୁକୁଳି ପାରିଲା ନାହିଁ। କାର୍ଯ୍ୟକ୍ରମର ଅଳ୍ପ କେଇ ମୁହୂର୍ତ ପୂର୍ବରୁ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମ୍ସର ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ। କେତେ ସମୟ ଭାଷଣ ଦେବେ, ସେ ପାଇଁ ସମୟର କଣ୍ଟ ରହିଲା। ବାଲେଶ୍ୱର ଏମ୍ସ ସାଟେଲାଇଟ୍ ସେଣ୍ଟର ଉତ୍ସବକୁ ତାଙ୍କୁ ଡକାଗଲାନାହିଁ। ଏମ୍ସ କାର୍ଯ୍ୟାଳୟରେ ଶିଳାନ୍ୟାସ ଫଳକରେ ଶ୍ରୀ ଜେନାଙ୍କ ନାଁ ରହିଲା ନାହିଁ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସ୍ଥାନ ମିଳିଲା ନାହିଁ।
ଅନ୍ୟପଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଉତ୍ସବକୁ ଅତିଥି କରି ଡକାଗଲା। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ କିନ୍ତୁ ଡକାଗଲା ନାହିଁ। ଏମ୍ସ ଶୁଭ ଦିଆଯିବା ବେଳେ ସେ ମଞ୍ଚ ଉପରେ ଥିଲେ। ତାଙ୍କରି ଉପସ୍ଥିତିରେ ହୋଇଥିବା କ୍ୟାବିନେଟ୍ ବୈଠକରେ ସେତେବେଳେ ଏହି ପ୍ରସ୍ତାବକୁ ମୋହର ଲାଗିଥିଲା। ଏମ୍ସ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ତଥ୍ୟାଭିଜ୍ଞ ମହଲ ଏହାକୁ ନାପସନ୍ଦ କରିଛନ୍ତି। ଖୋଦ୍ ବିଜେପି ନେତା ଏମ୍ସ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିରେ ତାଜୁବ୍। ବିଜେଡି ବି ବିସ୍ମିତ, କ୍ଷୁବ୍ଧ।
ବିଜେଡି-ବିଜେପି ମେଣ୍ଟରେ ଥିବା ବେଳେ ଓଡ଼ିଶାକୁ ଆସିଥିଲା ଏମ୍ସ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀ ଏହାର ଶୁଭ ଦେଇଥିଲେ। ଓଡ଼ିଶା ଭଳି ରାଜ୍ୟ ପାଇଁ ଏଭଳି ଏକ ଜାତୀୟସ୍ତରର ପ୍ରତିଷ୍ଠାନର ଚାହିଦା କାହିଁରେ କେତେ। ହେଲେ ଏହି ସଂସ୍ଥାଟି ଆରମ୍ଭରୁ ନିଜର ଗରିମା ନେଇ ପ୍ରତିଷ୍ଠିତ ହେବା ବଦଳରେ ଏକାଧିକ ପ୍ରସଙ୍ଗକୁ ନେଇ ବିବାଦ ଭିତରେ ଛନ୍ଦି ହେବାକୁ ଲାଗିଛି।
ପ୍ରଥମ ସମାବର୍ତନ ଉତ୍ସବରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡକାଯାଇଥିଲା ଏବଂ ଅଗଷ୍ଟ ୧୬ରେ ଉପରାଷ୍ଟ୍ରପତିଙ୍କ ଏମ୍ସ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ପରେ କିନ୍ତୁ ଏହାକୁ ୨୫ ତାରିଖକୁ ଘୁଞ୍ଚାଇ ଦିଆଗଲା। ଯେହେତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଜାତୀୟ ଶୋକ ଘୋଷଣା ହୋଇଥିଲା ଓ ୭ଦିନ କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିଆଯାଇନଥିଲା, ଏଣୁ ସରକାରୀ କାର୍ଯ୍ୟକ୍ରମରେ ଛନ୍ଦି ହୋଇଯାଇଥିଲେ ମୁଖ୍ୟମନ୍ତ୍ରୀ। ଏଣୁ ପରିବର୍ତିତ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରିଥିଲେ। ପରେ ଉଭୟ କେନ୍ଦ୍ର ସରକାର ଓ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଅନ୍ୟ କୌଣସି ମନ୍ତ୍ରୀଙ୍କ ଯୋଗଦାନ ପାଇଁ ଆଗ୍ରହ ଦେଖାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାମ ସୁପାରିସ କରାଯାଇଥିଲା ଓ ଏହାକୁ ନେଇ ସମ୍ମତି ପ୍ରକାଶ ପାଇଥିଲା। ହେଲେ ତାଲିକାରେ ସିନା ନାମ ଯୋ଼ଡାଗଲା, କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଦେବା ଲାଗି ସମୟ ରଖିଲେ ନାହିଁ କର୍ତ୍ତୃପକ୍ଷ। ଏହା ଉପରେ ରାଜ୍ୟ ସରକାର ଆପତ୍ତି ଉଠାଇବା ପରେ ବିବାଦ ଜୋର ଧରିଲା। ଶେଷରେ ପ୍ରସଙ୍ଗଟି ଉପରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ଗଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଉପରାଷ୍ଟ୍ରପତି ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ବାଧ୍ୟହୋଇ କର୍ତ୍ତୃପକ୍ଷ ଶ୍ରୀ ଜେନାଙ୍କୁ ଭାଷଣ ପାଇଁ ସମୟ ଦିଆଗଲା। ହେଲେ ଅନ୍ୟମାନେ ଢେର୍ ସମୟ ଯାଏ ବକ୍ତବ୍ୟ ରଖିଲେ, ଅଥଚ ଶ୍ରୀ ଜେନାଙ୍କୁ ଦୁଇ ତିନି ମିନିଟ୍ ସୁଯୋଗ ମିଳିଲା।
ଅନ୍ୟପଟରେ କେନ୍ଦ୍ର ସରକାରଙ୍କର ମନ୍ତ୍ରିମଣ୍ଡଳରେ ଦୁଇ ଜଣ ଓ଼ଡ଼ିଆ ମନ୍ତ୍ରୀ ଅଛନ୍ତି। ଜଣେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଯିଏ କି ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି। ଅନ୍ୟଜଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ଉଭୟ କ୍ୟାବିନେଟ୍ ପାହ୍ୟାର। ବ୍ୟବସ୍ଥା ଅନୁସାରେ, କେନ୍ଦ୍ର ସରକାରଙ୍କ ଏହି ସଂସ୍ଥାନ ଉତ୍ସବରେ ପ୍ରଥମେ ଜୁଏଲ ଓରାମଙ୍କୁ ଆମନ୍ତ୍ରଣ କରାଯିବା ବିଧେୟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯିବା ମଧ୍ୟ ଏକ ସୁସ୍ଥ ଲକ୍ଷଣ। ମାତ୍ର କାହିଁକି କେଜାଣି ଏହି ଉତ୍ସବକୁ ଶ୍ରୀ ଓରାମଙ୍କୁ ଏମ୍ସ କର୍ତ୍ତୃପକ୍ଷ ଅତିଥି କରିବାକୁ ଗୁରୁତ୍ୱ ମଣିଲେ ନାହିଁ। ଶ୍ରୀ ଓରାମ ଗତକାଲି ଉପରାଷ୍ଟ୍ରପତିଙ୍କୁ ପାଛୋଟି ଆଣିବାକୁ ବିମାନ ବନ୍ଦର ଯାଇଥିଲେ ଓ ରାଜଭବନରେ ପ୍ରାତଃ ଭୋଜନରେ ମଧ୍ୟ ଉପସ୍ଥିତ ଥିଲେ।
ଏହାକୁ ନେଇ ରାଜ୍ୟ ବିଜେପିର ଗୋଟିଏ ଗୋଷ୍ଠୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀ ଓରାମଙ୍କୁ ମଧ୍ୟ ଏହା ଯଥେଷ୍ଟ ଆଘାତ ଦେଇଛି। ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି, ଏସବୁ ଘଟଣା ବାରମ୍ବାର ଘଟୁଛି ଓ ରାଜ୍ୟ ବିଜେପି ପୁରୁଣା ବିଜେପି ଓ ନୂଆ ବିଜେପି ଏମିତି ଦୁଇ ଭାଗରେ ବିଭକ୍ତ ହେବା ସ୍ଥିତିକୁ ଆସିଲାଣି।
ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ସଭାକୁ ମଧ୍ୟ ଡକାଯାଇନଥିଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କିମ୍ବା ସ୍ଥାନୀୟ ବିଧାୟକମାନଙ୍କୁ। ହେଲେ ଏହି ସଭାରେ ଯୋଗଦେଇଥିବା ଜଣେ ବ୍ୟକ୍ତିଙ୍କ ମନ୍ତବ୍ୟ (ପେଟ୍ରୋଲ ସଂପର୍କରେ କୁହ) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରଗାଇ ଦେଇଥିଲା। ମନ୍ତ୍ରୀ ସରକାରଙ୍କୁ କେବଳ ସମାଲୋଚନା କରିଥିଲେ ତା ନୁହେଁ, ଏତେ କ୍ଷୁବ୍ଧ ହୋଇଯାଇଥିଲେ ଯେ, ସେ ନିଜ ଭାଷଣରେ ‘ମୁଁ ନରେନ୍ଦ୍ର ମୋଦୀଙ୍କ ହନୁମାନ। ମୋ ଲାଙ୍ଗୁଡ଼ରେ ନିଆଁ ଲଗାଅନି। ନହେଲେ ଫଳ ଭୋଗିବ’ ବୋଲି କହିବାକୁ ପଛାଇ ନଥିଲେ। ମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟକୁ କେହି ଗ୍ରହଣ କରିପାରିନାହାନ୍ତି।<eos> | OSCAR-2019 |
||
<bos>ଓଡ଼ିଶା ଅଲିମ୍ପିକ ଆସୋସିଏସନରେ ସିବିଆଇ ଚଢାଉ ! ଜମି ଜାଲିଆତି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଛାନଭିନ୍ | Kanak News
କନକ ବ୍ୟୁରୋ: ଓଡ଼ିଶା ଅଲିମ୍ପିକ ଆସୋସିଏସନରେ ସିବିଆଇ ଚଢାଉ । ଓଡ଼ିଶା ଅଲିମ୍ପିକ ଜମି ଜାଲିଆତି ମାମଲାରେ ଚଢାଉ କରିଛି ସିବିଆଇ । ସେପଟେ ଏହି ସଂକ୍ରାନ୍ତରେ ଓଓଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଘରେ ମଧ୍ୟ ସିବିଆଇ ଟିମ୍ ଚଢାଉ ଜାରି ରଖିଛି । ଜମି ଜାଲିଆତି ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଇଥିବା ଜଣାପଡିଛି । ରେଡ୍ କରି ଜମି ଜାଲିଆତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଚଢାଉ କରାଯାଇଥିବା ଜଣାପଡିିଛି ।
ରଥ ଓ ମନ୍ଦିର: ମାନବର ଶରୀର ! କେବଳ ତତ୍ତ୍ୱ ଦୃଷ୍ଟିରୁ ନୁହେଁ, ଗଠନ ରୀତି ଦୃଷ୍ଟିରୁ ମଧ୍ୟ ରଥକୁ ମାନବଶରୀର ସହିତ ତୁଳନା କରାଯାଇଛି
କେବଳ ତତ୍ତ୍ୱ ଦୃଷ୍ଟିରୁ ନୁହେଁ, ଗଠନ ରୀତି ଦୃଷ୍ଟିରୁ ମଧ୍ୟ ରଥକୁ ଆମ ଶରୀର ସହିତ ତୁଳନା କରାଯାଇଛି। ‘କଠୋପନିଷଦ’ର ସେହି ତତ୍ତ୍ଵ ବହୁଚର୍ଚ୍ଚିତ, ଯେଉଁଥିରେ ନଚିକେତାଙ୍କୁ ଯମରାଜ କହିଛନ୍ତି- ହେ ନଚିକେତା ! ଶରୀର ହେଉଛି ରଥ। ଆତ୍ମା ରଥୀ। ବୁଦ୍ଧି ସେହି ରଥର ସାରଥି। ମନ ତାହାର ପ୍ରଗ୍ରହ ବା ଲଗାମ। ଇନ୍ଦ୍ରିୟମାନେ ସେହି ରଥର ଅଶ୍ୱ। ଇନ୍ଦ୍ରିୟଗ୍ରାହ୍ୟ ବସ୍ତୁ ସକଳ ସେହି ରଥର ପଥ।
ସେହିପରି ଗଠନରୀତି ଦୃଷ୍ଟିରୁ ମଧ୍ୟ ରଥକୁ ମାନବଶରୀର ସହିତ ତୁଳନା କରାଯିବା ତାତ୍ପର୍ଯ୍ୟପୂର୍ଣ୍ଣ। ଏ ପ୍ରସଙ୍ଗରେ ‘ଶ୍ରୀପୁରୁଷୋତ୍ତମ ପ୍ରାସାଦ’ ବା ଶ୍ରୀମନ୍ଦିରକୁ ମାନବ ଶରୀର ସହିତ କରାଯାଇଥିବା ତୁଳନା ପ୍ରଣିଧାନଯୋଗ୍ୟ। ପଣ୍ଡିତ ସଦାଶିବ ରଥଶର୍ମା ତାଙ୍କ ‘ପୁରୁଷୋତ୍ତମ ଚେତନା’ (ପ୍ରକାଶକ- ଅଖିଳ ଭାରତ ଜଗନ୍ନାଥ ଚେତନା ସଂସଦ, ୧୯୮୮) ପୁସ୍ତକର ‘ପ୍ରାସାଦ ପୁରୁଷ’ ଆଲୋଚନାରେ ‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ର ଏକ ଶ୍ଳୋକ (ଅଧ୍ୟାୟ ୨୦, ଶ୍ଳୋକ ୫୫)ର ଉଦ୍ଧୃତି ଦେଇ ‘‘ମୋର ମନ୍ଦିରଟି ମୋହ ପରି ସ୍ଥାପିତ ଓ ପୂଜିତ’’ ବୋଲି କହିଛନ୍ତି। କିନ୍ତୁ ବାବା ଚୈତନ୍ୟ ଚରଣ ଦାସଙ୍କ ଅନୂଦିତ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଦ୍ଵାରା ପ୍ରକାଶିତ ‘ସ୍କନ୍ଦ ପୁରାଣ- ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟମ୍’ରେ ଏ ପ୍ରସଙ୍ଗ ଶ୍ଳୋକ-୫୬ରେ ରହିଛି। ଶ୍ଳୋକାଂଶଟି ହେଉଛି ‘‘କଳେବରମିଦଂ କ୍ଷେତ୍ରଂ ଯତ୍ରାହଙ୍କାରବାନ୍ ବିଭୁଃ’’। ବାବା ଚୈତନ୍ୟ ଚରଣ ଦାସ ସଂପୂର୍ଣ୍ଣ ଶ୍ଳୋକର ଅନୁବାଦରେ କହିଛନ୍ତି, ‘‘ଏହି ପୁରୁଷୋତ୍ତମ କ୍ଷେତ୍ର ପୁରୁଷୋତ୍ତମଙ୍କର କଳେବର ସ୍ୱରୂପ। ପ୍ରଭୁ ଏଠାରେ ଆବିର୍ଭାବ ଓ ତିରୋଭାବର ଅହଂକାରକୁ ନେଇ ନିତ୍ୟ ଅବସ୍ଥାନ କରୁଛନ୍ତି।’’ ଏଣୁ ଏଥିରେ ‘କ୍ଷେତ୍ର’ କଥା କୁହାଯାଇଛି, ‘ପ୍ରାସାଦ’ ବା ମନ୍ଦିର କଥା କୁହାଯାଇ ନାହିଁ।
ତେବେ ‘ପ୍ରାସାଦ ପୁରୁଷ’ ଆଲୋଚନାରେ ଶ୍ରୀ ରଥଶର୍ମା ‘ପ୍ରତିଷ୍ଠାପ୍ରଦୀପ’ ଗ୍ରନ୍ଥ (ପ୍ରକାଶକ- କ୍ଷେମରାଜ ପ୍ରକାଶନ, ବମ୍ବେ)ର ପରିଶିଷ୍ଟରେ ଥିବା ‘‘ପ୍ରାସାଦାଭିମୁଖୋ ଭୂତ୍ଵା ଦେବରୂପଂ ପ୍ରାସାଦଂ ଧ୍ୟାୟେତ୍’’ର ଯେଉଁ ଉଲ୍ଲେଖ କରିଛନ୍ତି, ତାହା ଅନୁସାରେ ମନ୍ଦିର ମଧ୍ୟ ସ୍ୱୟଂ ପ୍ରଭୁଙ୍କ ପରି ଧ୍ୟାନଯୋଗ୍ୟ ବା ପୂଜନୀୟ। ଏ ପ୍ରସଙ୍ଗରେ ସେ କହିଛନ୍ତି- ଏହା ଉତ୍କଳୀୟ ସ୍ଥାପତ୍ୟ ଦର୍ଶନର ଗମ୍ଭୀରତମ ଅଭିବ୍ୟକ୍ତି ଏବଂ ସମଗ୍ର ଭାରତର ନାଗର, ବେସର, ଦ୍ରାବିଡ଼, ଚାଲୁକ୍ୟ ଆଦି ସ୍ଥାପତ୍ୟ ଶୈଳୀର କୌଣସି ଶାସ୍ତ୍ରରେ ଏପରି ଆତ୍ମଦର୍ଶନ ପ୍ରକାଶ ପାଇନାହିଁ। ଏ ସଂପର୍କରେ ସେ ନିର୍ଦ୍ଦିଷ୍ଟ ଭାବରେ କହିଛନ୍ତି, ‘‘ଏହାର ମର୍ମ ହେଲା, ପାଦଠାରୁ ଶୀର୍ଷ ପର୍ଯ୍ୟନ୍ତ ଚତୁର୍ଦ୍ଦଶ ଭାଗରେ ଯେପରି କଳିଙ୍ଗ ରେଖ ପ୍ରାସାଦ ନିର୍ମିତ, ସେପରି ମନ୍ଦିର ମଧ୍ୟ ସେହି ସେହି ଭାବଜ୍ଞାପକ ଅଙ୍ଗମାନଙ୍କ ଦ୍ଵାରା ଏକ ପୁରୁଷ ରୂପରେ ଗଠିତ।’’ ଏହି ପ୍ରସଙ୍ଗରେ, ଉଲ୍ଲିଖିତ ପୁସ୍ତକରେ ସେ ‘ପ୍ରାସାଦ’ ବା ମନ୍ଦିର ସହିତ ମାନବ ଶରୀର ବା ‘ପୁରୁଷ’ର ଏକ ତୁଳନାତ୍ମକ ରେଖାଚିତ୍ର ଦେଇଛନ୍ତି।
ସେହିପରି, ପଙ୍କଜ ସାହୁଙ୍କ ପରି ଆଲୋଚକ ମଧ୍ୟ ‘ରଥ ନିର୍ମାଣ ପଦ୍ଧତି’ (ସମୟ, ୬ ଜୁଲାଇ, ୧୯୯୭)ର ଆଲୋଚନା ପ୍ରସଙ୍ଗରେ ରଥକୁ ମାନବ ଶରୀର ସହିତ ତୁଳନା କରିଛନ୍ତି। ସେହି ଆଲୋଚନା ଅନୁସାରେ- ମାନବ ଶରୀରକୁ ଯେପରି ପାଦ, ଦଣ୍ଡ (ନଳିଗୋଡ଼) ଆଣ୍ଠୁ, ଊଦ୍ଧ୍ଵର୍ଜଙ୍ଘ, କଟି, ଉଦର, ହୃଦୟ, ସ୍କନ୍ଧ, କଣ୍ଠ, ମୁଖ, ଖର୍ପର, ଶୀର୍ଷ ଓ ଶୀର୍ଷାଭୀର ଭାବରେ ୧୩ ଭାଗରେ ବିଭକ୍ତ କରାଯାଏ, ରଥର ଅବୟବକୁ ମଧ୍ୟ ସେହିପରି ୧୩ ଭାଗରେ ବିଭକ୍ତ କରାଯାଏ। ‘ରଥ ନିର୍ମାଣ କାରିକା’ରେ ଏହାର ଉଲ୍ଲେଖ ଅଛି ଏବଂ ଏହି ପାରମ୍ପରିକ ପଦ୍ଧତିରେ ରଥ ନିର୍ମିତ ହେଉଥିବା କଥା କୁହାଯାଇଛି। ତଦନୁସାରେ, ଏହି ୧୩ଟି ଭାଗ ହେଉଛି- ୧. ଚକ୍ରପୀଠ, ୨. ଅରଦଣ୍ଡ, ୩. ଗର୍ଗରା, ୪. ମୁଲମାବ, ୫. ବରାଣ୍ଡି ହଂସପଟା, ୬. ରଥଗର୍ଭ, ୭. ପାରାଭାଡ଼ି, ୮. ପୋଟଳ, ୯. କଳସପୀଠ, ୧୦. ଦଧିନଉତି, ୧୧. କର୍ଣ୍ଣଅଁଳା, ୧୨. ଧାତୁକଳସ ଓ ୧୩. ଆୟୁଧଧ୍ୱଜ। ତେବେ ଏ ବାବଦରେ ବିଭିନ୍ନ ଆଲୋଚକଙ୍କ ବିବରଣୀରେ କିଛି କିଛି ଭିନ୍ନତା ଲକ୍ଷ୍ୟ କରାଯାଏ।
ଏ ସଂପର୍କରେ ଅଧିକ ଆଲୋଚନା କରି କୁହାଯାଇଛି- ମାନବ ଶରୀର ମଧ୍ୟରେ ଥିବା ୩୨ଟି ମୁଖ୍ୟ ନାଡ଼ି ପରି ରଥରେ ମଧ୍ୟ ୩୨ଟି ମୁଖ୍ୟ ଅଂଶ ରହିଛି । ଏହି ତଥ୍ୟ ଓ ବ୍ୟାଖ୍ୟାରୁ, ମନ୍ଦିର ପରି ରଥର ଅବୟବ ଗଠନ ମଧ୍ୟ ମାନବ ଶରୀର (ପୁରୁଷ) ସହ ତୁଳନୀୟ ବୋଲି ପ୍ରତିପାଦିତ ହୋଇଥାଏ ।
ହୁସିଆର୍ ! ବଜାରରେ ଘୂରି ବୁଲୁଛି ନକଲି ୫୦୦ଟଙ୍କିଆ ନୋଟ୍, ଆପଣଙ୍କ ପକେଟରେ ଥିବା ନୋଟ୍ ବି ହୋଇପାରେ ନକଲି, କେବଳ ନୋଟକୁ ଛୁଇଁ ଏଭଳି କରନ୍ତୁ ଅସଲି ନୋଟର ଚିହ୍ନଟ<eos> | OSCAR-2019 |
||
<bos>ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଭଦ୍ରକ ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ଭଦ୍ରକ ବ୍ଲକର ସମସ୍ତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ମାନେ ତାଙ୍କର ବିଭିନ୍ନ ଦାବି ନେଇ ଶାନ୍ତି ପୁର୍ଣ୍ଣ ଭାବରେ ଧରଣାରେ ବସିଥିଲେ । ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ କଳେଜକୁ ଅନୁଦାନ ପ୍ରଦାନ କରିବା, ବ୍ଲକଗ୍ରାଣ୍ଟ ଭଳି ତଥା ଉଚ୍ଛେଦ ସମ୍ମାନ କାମକୁ ସମାନ ଦରମା, ବକେୟା ଦରମା, ଚାକିରି କାଳକୁ ୬୨ ବର୍ଷକୁ ବୃଦ୍ଧି ପେନସନ ପ୍ରଦାନ ଇତ୍ୟାଦି ଦାବି ନେଇ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସଙ୍ଗେ ସଙ୍ଗେ ଦାବି ଗୁଡ଼ିକୁ ବିଡ଼ିଓଙ୍କ ଜରିଆରେ ସରକାରଙ୍କୁ ପ୍ରଦାନ କରିଥିଲେ । ମିଳିତ ମଂଚର ବ୍ଲକ ସଭାପତି କଳପତରୁ ଦାସଙ୍କ ସଭାପତିତ୍ୱରେ, ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ମିଳିତ ମଂଚ ଜିଲ୍ଲା ସଭାପତି ଆଦିତ୍ୟ କୁମାର ଜେନା, ଉପଦେଷ୍ଟା ସାଧୁ ଚରଣ ଷଢଙ୍ଗୀ, ବ୍ଲକ ସମ୍ପାଦକ ବୈକୁଣ୍ଠ ବିଶ୍ୱାଳ, ଶିକ୍ଷକ ନେତା ଅଶୋକ କୁମାର ରାଉତ, ଅଫତାବ ଆଲାମ ଖାନ, ଉପସଭାପତି ସୁରେନ୍ଦ୍ର ମହାପାତ୍ର, ପହଲ୍ଲାଦ ସାହୁ, ସୁବାଷ ମହାନ୍ତି, ପ୍ରମୁଖ ସଂଗ୍ରାମୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ପ୍ରତିବାଦ ସଭାରେ ବିଜେପି ନେତା ପ୍ରଦିପ ନାୟକ, ବରିଷ୍ଠ ଆଇନଜିବୀ ଦିବ୍ୟସିଂହ ନାୟକ, ରାଜ୍ୟ କଂଗ୍ରେସ ଯୁବନେତା ନଳିନୀ କାନ୍ତ ମହାନ୍ତି ସରକାରଙ୍କ ଏଭଳି ନିତିକୁ ତିବ୍ର ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ଦୟାନ, ରଂଜନ କୁମାର ପ୍ରଧାନ, ଆଜମଲ ହୋସେନ, ଶରତ କୁମାର ସାହୁ, ପର୍ଶୁରାମ ସାହୁ, ଅଶେକ ଦାସ, ମିନତି ଜେନା, ଶୁଶାନ୍ତ କୁମାର ବାରିକ, ଦୈତାରୀ ଦିକ୍ଷୀତ, ସନ୍ତୋଷ ଦାସ ପ୍ରମୁଖ ସଂଗ୍ରାମୀ ବକ୍ତବ୍ୟ ରଖିଥିଲେ । ଏଥିରେ ଏ.ଆଇ.ଡ଼ି.ଏସଓର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି ବ୍ଲକ ସ୍ତରୀୟ ଶାନ୍ତିପୁର୍ଣ୍ଣ ଧାରଣା ଆସନ୍ତା କାଲି ପର୍ଯ୍ୟନ୍ତ ଚାଲିବ ।<eos> | OSCAR-2019 |
||
<bos>ପୁରୀ, ୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଜାନୁଆରୀ ୧ତାରିଖ ନବବର୍ଷରୁ ଓଡିଶାର ବିଭିନ୍ନ ଚକିତ୍ସାଳୟ ଓ ସଦର ମହକୁମା ଚିକିତ୍ସାଳୟରେ ଆରମ୍ଭ ହୋଇଛି ନିଦାନ ଓ ସହାୟ ଯୋଜନା।ସୋମଠାରୁ ଠାରୁ ମଧ୍ୟ ପୁରୀ ସହର ମୁଖ୍ୟ ଚିକିତ୍ସାଳୟରେ ଏହି ନୂତନଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ଏଣିକି ଜନସାଧାରଣଙ୍କୁ ସମସ୍ତ ନିଦାନ ପରୀକ୍ଷା ମାଗଣାରେ ଯୋଗାଇ ଦିଆଯାଇଛି। ପୂର୍ବରୁ ବିଭିନ୍ନ ନମୁନା ପରୀକ୍ଷା ଡାକ୍ତରଖାନାରେ ୟୁଜର୍ସ ଫି ଦେବାକୁ ପଢୁଥିବା ବେଳେ ଏବେ ଏହି ସମସ୍ତ ପରୀକ୍ଷା ବ୍ୟତିତ ଇସିଜି, ଅଲଟ୍ରାସାଉଣ୍ଡ ଏକ୍ସରେ ଓ ମାଏଲିସିସ, ମଧ୍ୟ ମାଗଣାରେ କରାଯିବ। ସରକାରଙ୍କ ଏହି ନୂତନ ଯୋଜନା୍କୁ ନେଇ ରୋଗୀ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ଲୋକମାନେ ଏଣିକି ବିନାମୂଲ୍ୟରେ ଡାକ୍ତରଖାନାରେ ନିଦାନ ବିଭାଗରେ ରକ୍ତ, ମଳ, ମୁଣ୍ଡ, ପରୀକ୍ଷା କରିବା ସହ ବ୍ଲଡସୁଗାର, ୟୁରିଆ, କ୍ରିଏଟିନ୍ ଆଦିର ନମୁନା ପରୀକ୍ଷା କରାଯାଇପାରିବେ। ଏତତ୍ ବ୍ୟତିତ ଲିପିଡ୍ ପ୍ରୋଫାଲ, ୟୁରିକ ଏସିଡ, ଏଚଏସବିସ ଭଳି ବ୍ୟୟବହୂୁଳ ପରୀକ୍ଷା ମଧ୍ୟ ଡାକ୍ତରଖାନାରେ କରାଯିବ। ସେହିଭଳି ନୂଆ ଯୋଜନାରେ ଏକ୍ସରେ, ଅଲଟ୍ରାସାଉଣ୍ଡ, ଇସିଜି ଆଦିର ମାଗାଣା ଟେଷ୍ଟ ସହ ଡାଇନେସିସ ମଧ୍ୟ କରାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ସବୁଧର୍ମର ଲୋକେ ଏହା ଦ୍ୱାରା ଉପକୃତ ହୋଇପାରିବେ। ତେବେ ଏହା ଦ୍ୱାରା ଠିକାରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କର ଅସୁବିଧା ଉପୁଜୁଛି। ପ୍ରାୟ ୪୦ ଜଣ କର୍ମଚାରୀ ଏହାଦ୍ୱାରା କର୍ମସଂସ୍ଥାନ ହରେଇବାର ଆଶଙ୍କା ସୃଷ୍ଟି ହୋଇଛି।। ତେବେ ଏହି କର୍ମଚାରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଉଛି ବୋଲି ସୂଚନା ଦେଇଛିନ୍ତି ଉପମୁଖ୍ୟ ଚିକିତ୍ସାଧିକାରୀ।<eos> | OSCAR-2019 |
||
<bos>କନକ ବ୍ୟୁରୋ : ମାଲକାନଗିିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳରେ ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳି ବିନମୟ ଜାରି ରହିଛି । ଏଥିରେ ୨ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଅପରପକ୍ଷେ, ପୁଲିସ ଗୁଳିରେ ୧୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରୁଛି ।
ସୂଚନା ଅନୁଯାୟୀ ପୁଲିସ, ଏସଟିଏଫ, ଡିଆରଜି ଏବଂ ସିଆରପିଏଫ୍ ଯବାନମାନେ ଚିନ୍ତାଗୁମ୍ଫା ନିକଟ ତୋଣ୍ଡାମାର୍କା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଆଜି ଅପରାହ୍ନରେ ଯବାନଙ୍କ ଉପସ୍ଥିତି ଜାଣିପାରି ନକ୍ସଲ ଗୁଳିମାଡ଼ କରିଥିଲେ । ନକ୍ସଲ ଆମ୍ବୁସ ଲଗାଇ ଗୁଳିମାଡ଼ କରିବାରୁ ୫ ଜଣ ଯବାନ ଆହତ ହୋଇଥିଲେ ।
ଆହତ ଯବାନଙ୍କୁ ବାୟୁସେନା ହେଲିକପ୍ଟର ସାହାଯ୍ୟରେ ନିକଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଗୁରୁତର ଅବସ୍ଥାରେ ଆହତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଖବରପାଇ ବାୟୁସେବା ହେଲିକପ୍ଟରରେ ଅଧିକ ଯବାନଙ୍କୁ ଘଟଣାସ୍ଥଳରେ ଛଡ଼ାଯାଇଛି । ପ୍ରାୟ ୧୫୦୦ ଯବାନ ଜଙ୍ଗଲକୁ ଘେରି କମ୍ବିଂ ଅପରେସନ୍ ଚଳାଇଛନ୍ତି ।
ମଝିରେ ମଝିରେ ଗୁଳି ବିନିମୟ ଜାରି ରହିଥିବା ବେଳେ ଆହୁରି ଅଧିକ ଯବାନ ଆହତ ହୋଇଥବା ସୂଚନା ମିଳିଛି । ଅପରପକ୍ଷେ, ପୁଲିସର ଏହି ଅପରେସନ ‘ପ୍ରହାର’ରେ ୧୦ରୁ ଉର୍ଦ୍ଧ୍ୱ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି । ସର୍ଚ୍ଚ ଅପରେସନ ଜାରି ରହିଥିବା କାରଣରୁ ମୃତାହତ ନକ୍ସଲଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନି ।<eos> | OSCAR-2019 |
||
<bos>ଭୁବନେଶ୍ୱର: ବଟି ନ ଦେବାରୁ ଜଣେ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଲଲାଟ କେଶରୀ ଲେଙ୍କା ଓରଫ ନଣ୍ଡା(୨୬)କୁ ଗିରଫ କରିଛି। ତା’ ଘର ଲକ୍ଷ୍ମୀସାଗର ଲେଙ୍କା ସାହିରେ। ସୂଚନାନୁଯାୟୀ, ଗତ ୨ତାରିଖରେ ଲକ୍ଷ୍ମୀସାଗର ସନ୍ତୋଷୀ ବିହାରରେ ଏକ ଘର କାମ ଚାଲିଥିଲା। ନଣ୍ଡା ସେଠାରେ ପହଞ୍ଚି ଘର କାମ କରୁଥିବା ରାକେଶ ବିଶ୍ୱାସ ନାମକ ଜଣେ ମିସ୍ତ୍ରୀଙ୍କୁ ବଟି ମାଗିଥିଲା। ରାକେଶ ମନା କରିବାରୁ ସେ ତାଙ୍କୁ ଗାଳିଗୁଲଜ କରିବା ସହ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା<eos> | OSCAR-2019 |
||
<bos>ରାଜ୍ୟ ସରକାର ଉପଯୁକ୍ତ ନୀତି ଆପଣାଇ ଉଦ୍ୟୋଗର ବିକାସ ପାଇଁ ସହାୟତା ପ୍ରଦାନ କରୁଛନ୍ତି – ମୁଖ୍ୟମନ୍ତ୍ରୀ – Odiapua.com
ଭୁବନେଶ୍ୱର ୬-୨ (ଓଡ଼ିଆ ପୁଅ) ସପ୍ତମ ଏସିଆ ଇସ୍ପାତ ସମ୍ମିଳନୀ-2018 ରେ ମୁଖ୍ୟମନ୍ତ୍ରୀଙ୍କର ଅଭିଭାଷଣ ରଖିଛନ୍ତି। ଭୁବନେଶ୍ଵରର ମେଫେୟର ହୋଟେଲରେ ଇଣ୍ଡିଆନ୍ ଇଂଷ୍ଟିଟ୍ୟୁଟ ଅଫ ମେଟାଲ୍ସ ଏବଂ ଟାଟା ଷ୍ଟିଲ ଦ୍ଵାରା ସଂଯୁକ୍ତ ରୂପରେ ଆୟୋଜିତ ସପ୍ତମ ଏସିଆ ଇସ୍ପାତ ସମ୍ମିଳନୀ 2018 ର ଉଦ୍ଘାଟନରେ ଆଜି ନିଜର ସନ୍ତୋଷ ବ୍ୟକ୍ତ କରି ପ୍ରଥମେ ମୁଖ୍ୟମନ୍ତ୍ରୀ ସଂଗଠିତ ସମିତି ଏବଂ ବୈଶ୍ଵିକ ସଂସ୍ଥାନକୁ ଇସ୍ପାତ ଉଦ୍ୟୋଗର ବିକାସରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଉ ଥିବାରୁ ବଧେଇ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଲେଯେ, ଓଡିଶା, ଲୌହ ପିଣ୍ଡ, କୋଇଲା, କ୍ରୋମ ଏବଂ ଅନ୍ୟ ଖଣିଜ ପଦାର୍ଥର ପ୍ରଚୁର ସଂସାଧନର ସହିତ ଏକ ଖଣିଜ ସମୃଦ୍ଧ ରାଜ୍ୟ ଅଟେ। ରାଜ୍ୟ ସରକାର ଉପଯୁକ୍ତ ନୀତିଗୁଡ଼ିକୁ ଆପଣାଇବା ଦ୍ୱାରା ଖଣିଜ ଆଧାରିତ ଉଦ୍ୟୋଗମାନଙ୍କର ବିକାସ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ଆଜି, ଓଡିଶା, ଦେଶର ଲୌହ ପିଣ୍ଡର ପ୍ରାୟ ଅଧା ଉତ୍ପାଦନ କରୁଛି। ଏପରିକି ଉଚ୍ଚ ଗ୍ରେଡର ଲୌହ ପିଣ୍ଡର ସ୍ଵଦେଶୀ ଉପଲବ୍ଧତାର କାରଣରୁ, ଷ୍ଟିଲ ବନାଇବା ପାଇଁ ମହତ୍ଵପୂର୍ଣ୍ଣ ଇନପୁଟ ଷ୍ଟିଲର ଉତ୍ପାଦନ ପାଇଁ ଓଡିଶାର ପ୍ରତିଷ୍ପର୍ଦ୍ଧାତ୍ମକ ଉଦ୍ଦେଶ୍ୟ ଅଛି।
ବର୍ଷ 1999-2000 ରେ ପ୍ରାୟ 4 ମିଲିୟନ ଟନ କଞ୍ଚା ଇସ୍ପାତର ସ୍ଥାପିତ କ୍ଷମତାରୁ, ଓଡିଶା ରାଜ୍ୟରେ ଏବେ 47 ଇସ୍ପାତ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି। ଯାହାକି ପ୍ରତି ବର୍ଷ 33 ଲକ୍ଷ ଟନରୁ ଅଧିକ ସର୍ବମୋଟ କ୍ଷମତା ବିଶିଷ୍ଟ। ଏହା ଦେଶର ସ୍ଥାପିତ କ୍ଷମତା ପ୍ରାୟ ଏକ ଚତୁର୍ଥାଂଶ ।
ରାଷ୍ଟ୍ରୀୟ ଇସ୍ପାତ ନୀତି -2017 ରେ ପ୍ରତି ବ୍ୟକ୍ତିର ଇସ୍ପାତ ବ୍ୟବହାର ବର୍ତମାନ ସ୍ତରରୁ 2030 ପର୍ଯ୍ୟନ୍ତ 61 କିଗ୍ରା ରୁ 158 କିଲୋଗ୍ରାମର ଵୃଦ୍ଧିର ଅନୁମାନ କରାଯାଉଛି। ଆମ ରାଜ୍ୟ ଏହି ରାଷ୍ଟ୍ରୀୟ ଲକ୍ଷ୍ୟକୁ ପାରୁପର୍ଯ୍ୟନ୍ତ ଯୋଗଦାନ କରିବାକୁ ଚେଷ୍ଟାକରିବ। ଏହି ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ଷ୍ଟିଲ ନିର୍ମାତା ଏବଂ ସରକାର ଦୁଇଜଣକୁ ମିଳିକରି କାମ କରିବାକୁ ପଡ଼ିବ।
ଉଦ୍ୟୋଗଗୁଡ଼ିକର ସ୍ଥାପନା ଏବଂ ସଞ୍ଚାଲନ ପାଇଁ ଅନେକ ବର୍ଷରୁ ଆମ ସରକାର ଅନେକ ପ୍ରଚେଷ୍ଟା କରିଚାଲିଛି। ଆମେ ଓଡିଶା ମାଇନିଙ୍ଗ କ।ର୍ପୋରେସନ ଲିମିଟେଡ ଦ୍ଵାରା ଉଦ୍ୟୋଗମାନଙ୍କର ଲୌହ ପିଣ୍ଡ, କ୍ରୋମ ଅୟସ୍କ ଏବଂ ଅନ୍ୟ ଖଣିଜ ପଦାର୍ଥର ଦୀର୍ଘକାଳୀନ ସମ୍ବନ୍ଧର ନୀତି ଆରମ୍ଭ କରିଛୁ। ଓଡିଶା, ଦେଶରେ ପ୍ରଥମ ରାଜ୍ୟ ଯିଏକି ସଂଶୋଧିତ ଏମଏମଡିଆର ଅଧିନିୟମର ଅନୁସାରେ ଲୋହ ଅୟସ୍କ ବ୍ଲ।କକୁ ନିଲାମ କରୁଛି। ତିନଟି ଲୌହ ପିଣ୍ଡ ବ୍ଲ।କର ନିଲାମ ହୋଇଛି ଏବଂ ଆସନ୍ତା ମାସରେ ଚାରୋଟି ବ୍ଲ।କ ନୀଲାମୀ ପାଇଁ ପ୍ରସ୍ତୁତି କରାଯାଉଛି। ସେ ଷ୍ଟିଲ ନିର୍ମାତାଙ୍କୁ ତାଙ୍କର କଞ୍ଚା ମାଲର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିଲାମି ରେ ଭାଗ ନେବା ପାଇଁ ଆମନ୍ତ୍ରିତ କରିଥିଲେ।
ସେ କହିଲେ, ସୂଚନା ପ୍ରୌଦ୍ୟୋଗିକୀ ସକ୍ଷମ ସେବା Information Technology Enabled Services କୁ ଓଡିଶା ସରକାର ବଡ଼ ସ୍ତରରେ ଆପଣାଇଛନ୍ତି। ଓଡିଶା ଦେଶରେ ପ୍ରଥମ ରାଜ୍ୟ ବନିଗଲାଣି ଯେପରିକି e-BIZ ପ୍ଲାଟଫ।ର୍ମ ସହିତ ଔଦ୍ୟୋଗିକ ଅନୁମୋଦନକୁ ଏକୀକୃତ କରାଯାଇପାରିବ। ଉଦ୍ୟୋଗ ପାଇଁ ରାଜ୍ୟର କେନ୍ଦ୍ରୀୟ ନିରୀକ୍ଷଣ ଫ୍ରେମୱାର୍କକୁ ଭାରତ ସରକାର ଏବଂ ବିଶ୍ଵ ବ୍ୟାଙ୍କ ଦ୍ଵାରା ସର୍ଵୋତ୍ତମ ଅଭ୍ୟାସର ମାନ୍ୟତା ମିଳିଛି।
କେନ୍ଦ୍ର ସରକାର ‘ଏକୀକୃତ ଖଣି ଏବଂ ଖଣିଜ ପ୍ରବନ୍ଧନ ପ୍ରଣାଳୀ’ ‘Integrated Mines and Minerals Management System’ I 3Ms କୁ ପ୍ରୋତ୍ସାହିତ କରୁଛନ୍ତି। ଯାହାକି ଖନନ କ୍ଷେତ୍ରର ଆଇଟି-ସକ୍ଷମ ଟ୍ରାକିଂ ବ୍ୟବସ୍ଥା। ଅନ୍ୟ ରାଜ୍ୟଙ୍କୁ ଏହିପରି ପ୍ରଣାଳୀକୁ ଲାଗୁ କରିବା ପାଇଁ ଉପଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ନିକଟରେ ଏକ ଜିପିଏସ ଆଧାରିତ ବାହନ ଟ୍ରୈକିଂଗ ପ୍ରଣାଳୀକୁ ଅ।ନଲାଇନ ଏବଂ ଖଣିଜ ନେଉଥିବା ବାହନର ବାସ୍ତବିକ ସମୟର ନଜର ରଖିବା ପାଇଁ ଲାଗୁ କରିଛନ୍ତି। ଯାହାଦ୍ୱାରା ଏହି ବର୍ଷ ଭୂସ୍ଥାନିକ ବିଶ୍ଵ ଉତ୍କୃଷ୍ଟତା ପୁରସ୍କାରରେ ସମ୍ମାନିତ ହୋଇଛି।
ମୁଖ୍ୟମନ୍ତ୍ରୀ କହିଲେଯେ, କଲିଙ୍ଗନଗରରେ ଏକ ରାଷ୍ଟ୍ରୀୟ ନିବେଶ ଏବଂ ବିନିର୍ମାଣ କ୍ଷେତ୍ର ବିକସିତ କରାଯାଉଛି। ଯାହା 160 ବର୍ଗ କିଲୋମିଟରରେ ପରିସୀମା ବିଶିଷ୍ଟ ଜୋନକୁ ଆବାସୀୟ, ବାଣିଜ୍ୟିକ ଏବଂ ସାମାଜିକ ସୁବିଧା ସହିତ ଆତ୍ମନିର୍ଭର ପାରିସ୍ଥିତିକ ତନ୍ତ୍ର ବନିବାର ପରିକଲ୍ପନା କରାଯାଇଛି। ଏହା ସଂଭାବିତ ନିବେଶକଙ୍କର ମୂଲ୍ୟବର୍ଦ୍ଧିତ ଡାଉନଷ୍ଟ୍ରିମ ଉଦ୍ୟୋଗକୁ ସ୍ଥାପନ କରିବାରେ ସକ୍ଷମ ହେବ।
ମୁଖ୍ୟମନ୍ତ୍ରୀ, ଏହି ଅବସରରେ ବିଭିନ୍ନ ରାଜ୍ୟର ଉଦ୍ୟୋଗୁଡ଼ିକୁ ଯଥା ସଂଭବ ସୁବିଧା ସହିତ ସ୍ଥାପନ କରିବା ପାଇଁ ଇସ୍ପାତ ଉତ୍ପାଦକଙ୍କୁ ଆମନ୍ତ୍ରିତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ସପ୍ତମ ଏସିଆ ଇସ୍ପାତ ସମ୍ମିଳନୀ 2018 କୁ ସଫଲତାର ଆଶା କରିଥିଲେ। ମୁଖ୍ୟମନ୍ତ୍ରୀ ଆଶା କରିଥିଲେ କି ଏହା ଇସ୍ପାତ କ୍ଷେତ୍ରର ବିକାସ ପାଇଁ ନୂଆ ବିଚାର ଏବଂ ଜ୍ଞାନର ମାର୍ଗ ପ୍ରଦର୍ଶନ କରିବ।
କେନ୍ଦ୍ରୀୟ ଇସ୍ପାତ ସଚିବ ଡଃ ଅରୁଣା ଶର୍ମା, ଏସିଆ ଷ୍ଟିଲ ଇଂଟରନେସନଲ କ।ନ୍ଫ୍ରେଂସର ଅଧ୍ୟକ୍ଷ ଶ୍ରୀ ଆନଂଦ ସେନ, ଭାରତୀୟ ଚିକିତ୍ସା ସଂସ୍ଥାନର ଅଧ୍ୟକ୍ଷ ଡଃ ବିଶ୍ଵଜୀତ ବସୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ଓଡ଼ିଶାରେ ପ୍ରଥମ ଥର ପାଇଁ ଏଫଟିଆଇଆଇ ଫିଲ୍ମ ଆପ୍ରିସିଏସନ୍ ପାଠ୍ୟକ୍ରମ: ପାଠ୍ୟକ୍ରମ ଅନ୍ତର୍ଗତ ୧୦୦ଜଣଙ୍କୁ ପ୍ରଶିକ୍ଷିତ କରାଯିବ<eos> | OSCAR-2019 |
||
<bos>ମେଷ: ଆଜିର ଦିନଟି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ଠିକ୍ ଦିଶାରେ କାମ କରି ଅଧିକ ସମସ୍ୟାର ସମାଧାନ କରିନେବେ। ଆମଦାନି ପାଇଁ ନୂଆ ମାଧ୍ୟମ ଦୃଷ୍ଟି ଗୋଚର ହେବ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।
ବୃଷ: ନିଜର ମହତ୍ତ୍ଵକୁ ଜାଣନ୍ତୁ। ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ; ବ୍ୟବସାୟରେ ଭଲ ଫାଇଦା ହେବ। ସାମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରୀଙ୍କୁ ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।
ମିଥୁନ: ଆପଣଙ୍କର ଅନ୍ତରଆତ୍ମା ପ୍ରଖର ରହିବ। ଆପଣଙ୍କ ସମ୍ମୁଖକୁ ଆସୁଥିବା ବ୍ୟକ୍ତିଙ୍କ ମନୋଭାବକୁ ଶୀଘ୍ର ବୁଝିନେବେ। କୌଣସି କାମରୁ ଆଶାଠୁ ଅଧିକ ଧନଲାଭ ହେବ। ବିବାହିତ ଉଦ୍ୟାନକୁ ବୁଲି ଯିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଗୁପ୍ତେଶ୍ୱର।
କର୍କଟ: ମନ ସ୍ଥିର ରହିବ। ମିତ୍ର ଆପଣଙ୍କର ପ୍ରଶଂସା କଲେ ଭଳି ଯାଆନ୍ତୁ ନାହିଁ। ଜରୁରୀ କାମ ବ୍ୟବସ୍ଥିତ କରିବାରେ ଦ୍ଵିଗୁଣା ପରିଶ୍ରମ କରିବେ। ଶିକ୍ଷକ ଓ ପୂଜକଙ୍କ ପାଇଁ ଦିନଟି ଭଲ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ହେବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ତାରିଣୀ।
ସିଂହ: ବ୍ୟବସାୟରେ ସଫଳତା ମିଳିବା ଯୋଗ ରହିଛି। କର୍ତ୍ତୃପକ୍ଷ ଆପଣଙ୍କୁ ବଡ଼ କାମ ଅର୍ପଣ କରିବେ। ଷ୍ଟକ୍ ଓ ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ ଲାଭଦାୟକ ରହିବ। କାରବାର ମାମଲାରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।
କନ୍ୟା: ସାରାଦିନ ଖୁସି ମନରେ ରହିବେ। ପାରିବାରିକ କ୍ଳେଶ ଦୂର ହେବ। ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ସନ୍ତୋଷୀ ମାତା।
ତୁଳା: ଆଜି ଆପଣ ଖୁବ୍ ମଜା କରିବେ ଓ ଖୁସି ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। କ୍ୟାରିୟର ମାମଲାରେ କିଛି ଭଲ ହୋଇପାରେ। ପୁରୁଣା ସଂପତ୍ତିରୁ ଲାଭ ହେବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।
ବିଛା: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବୟୋଜ୍ୟେଷ୍ଠଙ୍କ ପ୍ରତି ଭଲ ବ୍ୟବହାର କାଏମ ରଖନ୍ତୁ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ଭାବ ବୃଦ୍ଧି ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ସୂର୍ଯ୍ୟଦେବ।
ଧନୁ: ଆଗକୁ ବଢ଼ିବାର ଦିନଟିଏ। ଧନ ବୃଦ୍ଧିର ଶୁଭ ସଂକେତ ପାଇବେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଭୂସଂପତ୍ତି କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।
ମକର: ଆଇନକାନୁନ ବିବାଦ ସମାପ୍ତ କରିବାରେ ସଫଳତା ମିଳିବ। ବ୍ୟବସାୟରେ ପରିବର୍ତ୍ତନ ଦ୍ୱାରା ଆପଣଙ୍କର ଭାଗ୍ୟ ଉଜ୍ଜ୍ଵଳ ହେବ। ବରିଷ୍ଠଙ୍କ ସହଯୋଗରେ ପଦୋନ୍ନତିର ଅବସର ମିଳିବ। ଛାତ୍ରମାନେ ଦଳବଦ୍ଧ ଭାବେ ବଢ଼ିଆ କାମ କରିପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଚନ୍ଦନେଶ୍ୱର।
କୁମ୍ଭ: ପ୍ରଭୁଙ୍କ ଧ୍ୟାନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଅଫିସରେ ଆପଣଙ୍କର କୌଣସି କାମର ପ୍ରଶଂସା ହୋଇପାରେ। ବ୍ୟବସାୟରେ ପରିଧି ବଢ଼ିବ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସମଲେଶ୍ୱରୀ।
ମୀନ: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣଙ୍କ ପରିଶ୍ରମ ଯୋଗୁ ଭଲ ଫଳାଫଳ ମିଳିପାରେ। ଅଫିସରେ କୌଣସି ସହକର୍ମୀଙ୍କ ସହିତ ବିତର୍କ ହୋଇପାରେ। ପ୍ରେମ ସଂପର୍କରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।<eos> | OSCAR-2019 |
||
<bos>ସୁଇସ୍ ବ୍ୟାଙ୍କ୍ରେ ଭାରତୀୟଙ୍କ ଦ୍ୱାରା ଜମା ଟଙ୍କାର ପରିମାଣ ବୃଦ୍ଧି ପାଇଛି। ଏହି ତଥ୍ୟ ପ୍ରକାଶ ପାଇବା ପରେ କଳାଧନ ପ୍ରସଙ୍ଗରେ ସାନି ବିତର୍କର ସୂତ୍ରପାତ ହୋଇଛି। ଶାସକ ଓ ବିରୋଧୀଙ୍କ ମଧ୍ୟରେ ପୁଣି କାଦୁଅ ଫିଙ୍ଗା ଚାଲିଛି। ତେବେ ଏ ବିତର୍କ ଓ ବିବାଦର ଊର୍ଦ୍ଧ୍ୱରେ ସାଧାରଣ ଦେଶବାସୀଙ୍କ ପାଇଁ ଗୋଟିଏ ବିଷୟ ଜଳ ଜଳ ଯେ, ଦେଶର ଅଗ୍ରଗତିରେ ଯମଜ ବାଧକ- ଦୁର୍ନୀତି ଓ କଳାଧନ ବିରୋଧରେ ପ୍ରଭାବଶାଳୀ ମୁକାବିଲା ତଥାପି ଏକ ଦୂର ଲକ୍ଷ୍ୟ।
ସୁଇସ୍ ବ୍ୟାଙ୍କ୍ରେ ବିଦେଶୀଙ୍କ ଜମା ନେଇ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ ଜମାକାରୀଙ୍କୁ ଗୋପନୀୟତାର ସୁରକ୍ଷା ଦେଉଥିବା ବ୍ୟାଙ୍କ୍ରେ ସାମଗ୍ରିକ ଭାବେ ବିଦେଶୀଙ୍କ ଜମା ପରିମାଣରେ ମାତ୍ର ୩ ପ୍ରତିଶତ ବୃଦ୍ଧି ପାଇଛି। ଅଥଚ, ଭାରତୀୟ ଜମାକାରୀଙ୍କ ଜମା ପରିମାଣ ବର୍ଷକରେ ୫୦.୨ ପ୍ରତିଶତ ବଢ଼ିଛି। ୨୦୧୭ରେ ସୁଇସ୍ ବ୍ୟାଙ୍କ୍େର ବିଦେଶୀମାନେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ଜମା କରିଥିଲେ। ସେଥିରେ ଭାରତୀୟ ଜମାକାରୀଙ୍କ ଭାଗ ପାଖାପାଖି ୭ ହଜାର କୋଟି ଟଙ୍କା (୯୯୯ ନିୟୁତ ସୁଇସ୍ ଫ୍ରାଙ୍କ୍ ବା ୬,୮୯୧ କୋଟି ଟଙ୍କା)। ଗତବର୍ଷ ଭାରତୀୟଙ୍କ ଦ୍ୱାରା ସୁଇସ୍ ବ୍ୟାଙ୍କ୍ରେ ଜମା ଟଙ୍କା ୪,୫୦୦ କୋଟି ଟଙ୍କା (୪୫ ପ୍ରତିଶତ) କମିଥିବା ବେଳେ, ପରବର୍ତ୍ତୀ ବର୍ଷ ୫୦ ପ୍ରତିଶତ ବୃଦ୍ଧି ପାଇବା ସ୍ୱାଭାବିକ ଭାବେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ଗତ ୨୦୦୪ ପରେ ୨୦୧୭ରେ ସୁଇସ୍ ବ୍ୟାଙ୍କ୍ରେ ଭାରତୀୟଙ୍କ ଜମା ପରିମାଣ ସର୍ବାଧିକ ବୃଦ୍ଧି ପାଇଛି। ବିରୋଧୀଙ୍କ ଅଭିଯୋଗ, ସୁଇସ୍ ବ୍ୟାଙ୍କ୍ରେ ଭାରତୀୟଙ୍କ ଜମା ବୃଦ୍ଧି କଳାଧନ ଓ ଭ୍ରଷ୍ଟାଚାର ନିୟନ୍ତ୍ରଣରେ ବିଫଳତାର ଦୁଃଖଦ ସୂଚକ। ଗତ ତିନିବର୍ଷ ହେଲା ସୁଇସ୍ ବ୍ୟାଙ୍କ୍ରେ ଭାରତୀୟଙ୍କ ଜମା ଟଙ୍କା ହ୍ରାସ ପାଉଥିବା ବିଷୟ ଦେଖାଇ ଏହା କଳାଧନ ବିରୋଧରେ ପଦକ୍ଷେପର ସୁଫଳ ବୋଲି ମୋଦୀ ସରକାର ଶ୍ରେୟ ନେଉଥିଲେ। ଏବେ ଜମା ବୃଦ୍ଧି ପାଇବା ନେଇ ନୂଆ ତଥ୍ୟ ପରିପ୍ରେକ୍ଷୀରେ ବିରୋଧୀଙ୍କ ଆକ୍ରମଣ ଆଗରେ ସରକାର ରକ୍ଷଣାତ୍ମକ ମୁଦ୍ରାକୁ ଠେଲି ହୋଇ ଯାଇଛନ୍ତି। ଏ ଅବସରରେ ନିର୍ବାଚନ ପ୍ରଚାର ବେଳେ ବିଜେପି ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଦେଇଥିବା ପ୍ରତିଶ୍ରୁତିକୁ ବିରୋଧୀ ଦଳ ମନେ ପକାଇ ଦେଇଛନ୍ତି। ମୋଦୀ ମହୋଦୟ ପ୍ରତିଶ୍ରୁତି ଦେଇଥିଲେ ଯେ, ତାଙ୍କ ସରକାର କ୍ଷମତାକୁ ଆସିଲେ ବିଦେଶରେ ଜମା ଥିବା ଭାରତୀୟଙ୍କ କଳା ଟଙ୍କା ଫେରାଇ ଆଣି ପ୍ରତ୍ୟେକ ଦେଶବାସୀଙ୍କ ବ୍ୟାଙ୍କ୍ ଖାତାରେ ୧୫ ଲକ୍ଷ କରି ଟଙ୍କା ଜମା କରାଯିବ। ଇତିମଧ୍ୟରେ ସାଢ଼େ ଚାରିବର୍ଷ ବିତି ଯାଇଛି। ବିଦେଶରୁ ନା କଳାଟଙ୍କା ଆସିଛି ନା ଲୋକଙ୍କ ବ୍ୟାଙ୍କ୍ ଖାତାରେ ଟଙ୍କାଏ ବି ଜମା ହୋଇଛି। ଏହି ସମୟରେ ସୁଇସ୍ ବ୍ୟାଙ୍କ୍ରେ ଭାରତୀୟଙ୍କ ଜମା ପରିମାଣ ବାର ମାସରେ ଦେଢ଼ଗୁଣ ବଢ଼ିବା ସରକାରଙ୍କୁ ଘେରିବା ଲାଗି ବିରୋଧୀକୁ ସୁଯୋଗ ଦେଇଛି। କାଠଗଡ଼ାରେ ଠିଆ କରି କଳାଧନ ବିରୋଧରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସଫଳତା ନେଇ ସରକାରଙ୍କ ଦାବି ଉପରେ ବିରୋଧୀ ପ୍ରଶ୍ନ ଉଠାଉଛନ୍ତି।
ବିରୋଧୀଙ୍କ ପ୍ରଶ୍ନ ଉପରେ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପିୟୁଷ ଗୋଏଲ୍ ଓ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ଓ ବର୍ତ୍ତମାନ ବିଭାଗ ବିହୀନ ମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ସଫେଇ ହେଲା, ସୁଇସ୍ ବ୍ୟାଙ୍କ୍ରେ ଭାରତୀୟଙ୍କ ଯେଉଁ ୭ ହଜାର କୋଟି ଟଙ୍କା ଅଧିକ ଜମା ହୋଇଛି ବୋଲି କୁହାଯାଉଛି, ସେ ସବୁକୁ କଳା ଟଙ୍କା ବୋଲି ଧରି ନେବା ଠିକ୍ ନୁହେଁ। ଜମା ହୋଇଥିବା ସବୁ ଟଙ୍କା କଳାଧନ ନହୋଇପାରେ, କିନ୍ତୁ ମନ୍ତ୍ରୀ ଦ୍ୱୟ ହଲପ୍ କରି କହିପାରିବେ କି, ନିର୍ଦ୍ଦିଷ୍ଟ ଭାବେ ସେଥିରୁ କଳା କେତେ ଓ ଧଳା କେତେ? ସରକାରଙ୍କ ପାଖରେ ଏହା ଜାଣିବାର କୌଣସି ଉପାୟ ନାହିଁ। ତେବେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଏନ୍ଡିଏ ମନ୍ତ୍ରୀମାନେ ସୁଇସ୍ ବ୍ୟାଙ୍କ୍ ଜମା ନେଇ ଆଜି ଯେଉଁ ଯୁକ୍ତି ବାଢ଼ୁଛନ୍ତି, ପୂର୍ବରୁ କାହିଁକି ସେ ଯୁକ୍ତିକୁ ଗ୍ରହଣ କରୁନଥିଲେ? କାହିଁକି ଦେଶବାସୀଙ୍କୁ ଗୋଟିଏ ଧାରଣା ଦେଉଥିଲେ ଯେ, ବିଦେଶରେ ଜମା ଥିବା ସବୁ ଟଙ୍କା କଳାଧନ। ଏପରିକି, ଗତ ୨୦୧୬ରେ ଯେତେବେଳେ ସୁଇସ୍ ବ୍ୟାଙ୍କ୍ରେ ଭାରତୀୟଙ୍କ ଜମା ପରିମାଣ ୪୫ ପ୍ରତିଶତ ହ୍ରାସ ପାଇଲା, ସେତେବେଳେ ପ୍ରଧାନମନ୍ତ୍ରୀ ବାହାସ୍ଫୋଟ ମାରି କହିଥିଲେ ଯେ କଳାଧନ ବିରୋଧରେ ସରକାରଙ୍କ ଅଭିଯାନର ଏହା ସୁଫଳ। ବର୍ଷକ ତଳେ ସୁଇସ୍ ବ୍ୟାଙ୍କ୍ର ଜମା ହ୍ରାସ ପାଇବା ଯଦି କଳାଧନ ବିରୋଧୀ ଅଭିଯାନର ସୁଫଳ ଥିଲା, ପରବର୍ତ୍ତୀ ବର୍ଷ ଜମା ପରିମାଣ ବଢ଼ିବା କଳାଧନ ବୃଦ୍ଧିର ସୂଚକ ବୋଲି କାହିଁକି ଗ୍ରହଣ କରାଯିବ ନାହିଁ? ବିରୋଧୀ ଦଳରେ ଥିବା ବେଳେ ଗୋଟିଏ କଥା ଓ ସରକାରକୁ ଆସିଲା ପରେ ଆଉ ଗୋଟିଏ କଥା। ଏହା ସୁବିଧାବାଦୀ, ଦୋମୁହାଁ ନୀତି। ନିଜ ରାଜନୀତିକ ସୁବିଧା ଅନୁଯାୟୀ ମନ୍ତ୍ରୀମାନେ କଥା ବଦଳାଇ ପାରନ୍ତି, କିନ୍ତୁ ଏହା ଦ୍ୱାରା କଳାଧନ ନେଇ ବାସ୍ତବତା ବଦଳିଯିବ ନାହିଁ।
ସୁଇସ୍ ବ୍ୟାଙ୍କ୍ରେ ଭାରତୀୟଙ୍କ ଜମା ପରିମାଣ ବୃଦ୍ଧି ନେଇ ବିରୋଧୀଙ୍କ ସମାଲୋଚନାରେ ସରକାରଙ୍କ ପକ୍ଷରୁ ଯାହା ବି ସଫେଇ ଦିଆଯାଉ, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ତାଙ୍କର ସହଯୋଗୀ ମାନଙ୍କୁ ସ୍ୱୀକାର କରିବାକୁ ପଡ଼ିବ ଯେ, ବିଗତ ସାଢ଼େ ଚାରିବର୍ଷରେ କଳାଧନ ପ୍ରସଙ୍ଗରେ ଦୃଶ୍ୟପଟରେ ବିଶେଷ କିଛିି ପରିବର୍ତ୍ତନ ଆସି ନାହିଁ। ଅବସ୍ଥା ଯାହା ଥିଲା ପ୍ରାୟ ସେମିତି ରହିଛି। କଳାଧନ ବିରୋଧରେ ଯେଉଁ ସବୁ ପଦକ୍ଷେପ ନିଆଯାଇଥିବା ବିଷୟରେ ଡିଣ୍ଡିମ ପିଟା ଯାଉଛି, ସେ ସବୁ କେବଳ ପ୍ରଚାରଧର୍ମୀ ଓ ବିରାଟକାୟ ପାହାଡ଼କୁ ଟେକା ମାରିବା ଭଳି। ୨୦୧୬ ନଭେମ୍ବରର ବିମୁଦ୍ରାୟନକୁ କଳାଧନ ବିରୋଧରେ ଅମୋଘ ଅସ୍ତ୍ର ବୋଲି ପ୍ରଚାର କରାଗଲା। କିନ୍ତୁ ଫଳ କ’ଣ ମିଳିଲା? ଅଚଳ କରି ଦିଆଯାଇଥିବା ୮୬ ପ୍ରତିଶତ ହଜାରେ ଓ ପାଞ୍ଚଶହ ଟଙ୍କିଆ ନୋଟ୍ ମୂଲ୍ୟର ପ୍ରାୟ ସବୁ ଟଙ୍କା ପୁଣି ଫେରି ଆସିଲା। ଏହି ପ୍ରକ୍ରିୟାରେ ଗରିବ, ନିମ୍ନ ଓ ମଧ୍ୟମ ଆୟକାରୀ ଅଯଥା ହଇରାଣ ହେଲେ, ବ୍ୟବସାୟ-ବାଣିଜ୍ୟ ମାନ୍ଦା ଧରିଲା ସିନା, କଳାଟଙ୍କା ବାହାରିଲା ନାହିଁ କି ଉଭେଇ ବି ଗଲାନାହିଁ। ଯାହାବି କଳାଧନ ଥିଲା ଧଳାଟଙ୍କାର ନୂଆ କଳେବର ନେଇ ପୁଣି ବ୍ୟବସ୍ଥା ମଧ୍ୟକୁ ଫେରିଆସିଲା। ବିମୁଦ୍ରାୟନର ବିଫଳତାକୁ ସରକାର ଖୋଲାଖୋଲି ସ୍ୱୀକାର କରିନାହାନ୍ତି। ତେବେ ଶାସନର ଚାରିବର୍ଷ ପୂର୍ତ୍ତି ଅବସରରେ ସଫଳତାର ଯେଉଁ ଲମ୍ବା ତାଲିକା ପ୍ରକାଶ ପାଇଛି, ସେଥିରେ ବିମୁଦ୍ରାୟନ ସ୍ଥାନ ନପାଇବା, କଳାଧନ ବିରୋଧରେ ତଥାକଥିତ ଯୁଗାନ୍ତକାରୀ ପଦକ୍ଷେପର ବିଫଳତାର ସ୍ୱୀକାରୋକ୍ତି।
ବିମୁଦ୍ରାୟନ ବ୍ୟତୀତ, କଳାଧନ ବିରୋଧରେ ସରକାର ନେଇଥିବା ଅନ୍ୟ କେତେକ ପଦକ୍ଷେପରୁ ମଧ୍ୟ ଆଶାଜନକ ସୁଫଳ ମିଳିନାହିଁ। ବିଦେଶରେ ଗଚ୍ଛିତ ସମ୍ପତ୍ତି ଏବଂ ଦେଶରେ ଆୟର ସ୍ୱେଚ୍ଛାକୃତ ଘୋଷଣା ପାଇଁ ସରକାରଙ୍କ ପକ୍ଷରୁ ଦୁଇଟି ପୃଥକ୍ ପୃଥକ୍ ଯୋଜନା ଚାଲୁ କରାଯାଇଥିଲା। ଏହାକୁ କଳାଧନ ବିରୋଧରେ ଦୃଢ଼ ପଦକ୍ଷେପ ବୋଲି ଦାବି କରାଗଲା। କିନ୍ତୁ ଏହି ଦୁଇଟି ଯୋଜନାରୁ ମିଳିଥିବା ଫଳ ପାହାଡ଼ର ମୂଷିକ ପ୍ରସବ ସଦୃଶ। ବିଦେଶୀ ବ୍ୟାଙ୍କରେ ଜମା ଓ ସମ୍ପତ୍ତିର ସ୍ୱେଚ୍ଛାକୃତ ଘୋଷଣା ଯୋଜନାରେ ମାତ୍ର ୪,୭୦୦ କୋଟି ଟଙ୍କାର ସମ୍ପତ୍ତି ପଦାକୁ ଆସିଥିଲା। ସ୍ୱେଚ୍ଛାକୃତ ଆୟ ଘୋଷଣା ଯୋଜନାରେ ମଧ୍ୟ ସରକାରଙ୍କୁ ମିଳିଥିବା ଟିକସ ପରିମାଣ, ଅନୁରୂପ ପୂର୍ବ ଯୋଜନା ଗୁଡ଼ିକ ତୁଳନାରେ କମ୍। ଅବଶ୍ୟ, କଳାଧନ ନେଇ ତନାଘନାର ଗୋଟିଏ ସୁଫଳ ହେଲା, ଦେଶରେ ଆୟକରଦାତାଙ୍କ ସଂଖ୍ୟା ବଢ଼ିଛି। ତେବେ, ଆୟକରଦାତାଙ୍କ ସଂଖ୍ୟା ବୃଦ୍ଧିକୁ ଦେଖାଇ କଳାଧନ ବିରୋଧୀ ଅଭିଯାନର ସଫଳତା ଦାବି କରାଯାଇ ନପାରେ। ଉଇକିଲିକ୍ ଓ ପାନାମା ପେପର୍ସରେ ବିଦେଶରେ ଟଙ୍କା ଜମା ରଖିଥିବା ଅନେକ ଧନୀ ଭାରତୀୟଙ୍କ ନାମ ଉଲ୍ଲେଖ ରହିଛି। କିନ୍ତୁ ଏ ନେଇ ଅଧିକ ତଦନ୍ତରେ ଶିଥିଳତା ସ୍ୱତଃ କଳାଧନ ପ୍ରସଙ୍ଗରେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ତଥା ନିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ବୃଦ୍ଧି ପରିପ୍ରେକ୍ଷୀରେ ସରକାର କଳାଟଙ୍କାର ମୁକାବିଲା ପାଇଁ ନିଜର ରଣକୌଶଳର ପୁନଃବିଚାରର ଆବଶ୍ୟକତା ରହିଛି। ପ୍ରଚାର ଅପେକ୍ଷା ଠୋସ ପଦକ୍ଷେପ ଉପରେ ଗୁରୁତ୍ୱ ଦିଅନ୍ତୁ। ବଡ଼ ବଡ଼ ଶିଳ୍ପପତି ଓ ପୁଞ୍ଜିପତି ବ୍ୟବସାୟୀ ସଂପୃକ୍ତ ଥିବା ବ୍ୟାଙ୍କ୍ ଠକେଇ ଏବଂ ଏନପିଏର ବିଶାଳ ପରିମାଣ ସହ କଳାଧନ ଓ ସୁଇସ୍ ବ୍ୟାଙ୍କ୍ର ଜମା ବୃଦ୍ଧିକୁ ପୃଥକ୍ କରି ବିଚାର କରାଯାଇ ନପାରେ। ‘କଳାଧନ ଉପରେ ଅଙ୍କୁଶ ଲାଗି ପାରୁନାହିଁ’ର ଅର୍ଥ ଭ୍ରଷ୍ଟାଚାର ଉପରେ ନିୟନ୍ତ୍ରଣ ଆସିନାହିଁ। ପରସ୍ପର ସହ ଯୋଡ଼ି ହୋଇଥିବା ସମସ୍ତ ବିଷୟ ଉପରେ ସାମଗ୍ରିକ ଦୃଷ୍ଟିକୋଣ ନେଇ କଳାଧନର ମୁକାବିଲା ଲାଗି ନୂଆ ନୀତି ଓ ରଣକୌଶଳ ଧାର୍ଯ୍ୟ ହେବା ଉଚିତ। ମନେରଖିବାକୁ ହେବ ଯେ, କଳାଧନ ଓ ଭ୍ରଷ୍ଟାଚାର ପରସ୍ପରର ପରିପୂରକ, ଯମଜ ଭଳି ପରସ୍ପର ସହ ଯୋଡ଼ି ହୋଇଛନ୍ତି। ଭ୍ରଷ୍ଟାଚାରର ସଫଳ ମୁକାବିଲା ବିନା କଳାଧନର ମୁକାବିଲାରେ ସଫଳତା ମିଳିବା ସମ୍ଭବ ନୁହେଁ।<eos> | OSCAR-2019 |
||
<bos>ଷ୍ଟାରପ୍ଲସର ଲୋକପ୍ରିୟ ରିୟାଲିଟି ସୋ’ ‘ନଚ୍ ବଲିୟେ ସିଜିନ୍ ୮’ ର ବିଜେତା ଘୋଷିତ ହୋଇଛନ୍ତି ଟିଭିର ଲୋକପ୍ରିୟ ଯୋଡ଼ି ଦିବ୍ୟଙ୍କା ତ୍ରିପାଠୀ ଓ ବିବେକ ଦହିୟା । ଉଭୟେ ସନମ ଜୋହର-ଅଭିଗିଲ ପାଣ୍ଡେ, ସନୟା ଇରାନୀ-ମୋହିତ ସେହଗଲ ଯୋଡିକୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି । ଉଭୟେ ଟ୍ରଫି ବ୍ୟତୀତ ୩୫ ଲକ୍ଷର କ୍ୟାସ୍, ହୀରୋ ମ୍ୟାନଷ୍ଟ୍ରୋ ଓ ଓରା ଜୁଏଲରୀ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ଅଭିଗିଲ–ସନମ ଦ୍ୱିତୀୟ ସ୍ଥାନରେ ରହିବା ସହ ସନୟା-ମୋହିତ ତୃତୀୟ ସ୍ଥାନରେ ରହିଥିଲେ ।
ଏହି ମଉକାକୁ ରଣବୀର କପୁରଙ୍କ ଉପସ୍ଥିତି ଅଧିକ ଖାସ୍ କରିଥିଲା । ‘ନଚ୍ ବଲିୟେ ୮’ର ଏହି ସିଜିନକୁ ରଣବୀର କପୁର ଓ କ୍ୟାଟ୍ରିନା କୈଫ୍ ତାଙ୍କର ଆଗାମୀ ସିନେମା ‘ଜଗା ଜାସୁସ’ର ପ୍ରମୋସନ ପାଇଁ ଆସିଥିଲେ । ଏହାସହ ବିଗତ ସିଜିନର ଜିତିଥିବା ଯୋଡ଼ି ମଧ୍ୟ ଏହି ମଞ୍ଚରେ ନିଜ ନୃତ୍ୟର ଜଲୱା ଦେଖାଇଥିଲେ । ସୋ’ର ଜଜ୍ ସୋନାକ୍ଷୀ ସିହ୍ନା, ଟେରେନ୍ସ ଲୁଇସ୍ ଓ ମୋହିତ ସୁରୀ ମଧ୍ୟ ଏହି ନଚ ବଲିୟେ ୮ ଫିନାଲେରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।<eos> | OSCAR-2019 |
||
<bos>ଗୋଖାଦ୍ୟ ଦୁର୍ନୀତିର ତୃତୀୟ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୁଧବାର ଦିନ ସିବିଆଇ ସ୍ୱତନ୍ତ୍ର କୋର୍ଟ ଜଜ୍ ଏସଏସ ପ୍ରସାଦ ୧୯୯୨-୯୩ ମସିହାରେ ଚାଇବାସା ଟ୍ରେଜେରିରୁ ୩୩.୬୭<eos> | OSCAR-2019 |
||
<bos>ଓମ୍ବିଟାସଭିର/ପାରିଟାପ୍ରେଭିର/ରିଟୋନାଭିର (ଇଂରାଜୀ ଭାଷାରେ Ombitasvir/paritaprevir/ritonavir, ବିକ୍ରୟ ନାମ ଟେକନିଭାଇ/Technivie ଓ ଭିଏକିରା ପାକ/Viekira Pak) ଏକ ଔଷଧ ଯାହା ହେପାଟାଟିସ ସି ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ଏହା ଏକ ସ୍ଥିରିକୃତ ମାତ୍ରାର ମିଶ୍ରିତ (fixed dose combination) ଔଷଧ ଯେଉଁଥିରେ ଓମ୍ବିଟାସଭିର (ombitasvir), ପାରିଟାପ୍ରେଭିର (paritaprevir), ଓ ରିଟୋନାଭିର (ritonavir) ଥାଏ ।[୧] ବିଶେଷତଃ ହେପାଟାଇଟିସ ସି ଭୁତାଣୁ ଜେନୋଟାଇପ ୧ ବା ୪ (hepatitis C virus genotype) ସଂକ୍ରମଣ ନିମନ୍ତେ ଡାସାବୁଭିର (dasabuvir) ଓ ରିବାଭିରିନ (ribavirin) ସହିତ ଏହା ଦିଆଯାଏ ।[୧][୨] ଏହାର ଆରୋଗ୍ୟ ହାର ପ୍ରାୟ ୯୫% ।[୨] ଏହା ପାଟିରେ ଦିଆଯାଏ ।[୧]
ଏହି ଔଷଧ ସାଧାରଣତଃ ଦେହ ସହ୍ୟ କରିପାରେ ।[୩] ସାଧାରଣତଃ ଅଇ, ଗଲୁ ଓ ନିଦ୍ରା ସମସ୍ୟା ଦେଖାଯାଏ । ପୂର୍ବରୁ ହେପାଟାଇଟିସ ବି ସଂକ୍ରମିତ ହୋଇଥିବା ଲୋକଙ୍କର ଆଲର୍ଜି ପ୍ରତିକ୍ରିୟା ଓ ରୋଗ ପୁନର୍ଜୀବିତ ହୋଇପାରେ । ଯକୃତ ସମସ୍ୟା (liver problems) ଥିବା ଲୋକଙ୍କର ଏହା ବ୍ୟବହାର କରିବା ଉଚିତ ନୁହେଁ । ଗର୍ଭାବସ୍ଥାରେ ଏହା ହାନି କରିବା ଜଣାଯାଇନଥିଲେ ମଧ୍ୟ ଏହା ଉପରେ ଅଧିକ ଅନୁଶୀଳନ ହୋଇନାହିଁ ।[୧] ଏହି ଔଷଧ ମଧ୍ୟରେ ଥିବା ପ୍ରତ୍ୟେକ ଉପାଦାନର କାର୍ଯ୍ୟବିଧି ସ୍ୱତନ୍ତ୍ର ଥାଏ ।[୨] ପାରିଟାପ୍ରେଭିର ନଷ୍ଟ ହେବାରୁ ରିଟୋନାଭିର କମ୍ କରେ । [୧]
ଯୁକ୍ତରାଷ୍ଟ୍ରରେ ସନ ୨୦୧୫ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଓମ୍ବିଟାସଭିର/ପାରିଟାପ୍ରେଭିର/ରିଟୋନାଭି ସ୍ୱୀକୃତ ହୋଇଥିଲା । [୪][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ସଂଯୁକ୍ତ ରାଷ୍ଟ୍ରରେ ଏହି ଔଷଧର ୧୨ ସପ୍ତାହର ଖର୍ଚ୍ଚ ପ୍ରାୟ ୩୨,୧୯୯.୯୯ ପାଉଣ୍ଡ ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୧୨ ସପ୍ତାହ ଚିକିତ୍ସାର ହୋଲସେଲ ମୂଲ୍ୟ ୭୬,୬୫୩.୦୦ ଆମେରିକୀୟ ଡଲାର ।[୪][୮]<eos> | OSCAR-2019 |
||
<bos>ରୁଷ୍ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ରବିବାର ଭୋଟ ଗ୍ରହଣ ସରିଛି। ଋଷିଆର ରାଷ୍ଟ୍ରପତି ଭ୍ଲାଦିମି ପୁଟିନ୍ ନିର୍ବାଚନରେ ବିଜୟୀ ହୋଇଛନ୍ତି । ବିଶ୍ୱର ଅନ୍ୟତମ ବିଶାଳ ଦେଶର ନିର୍ବାଚନରେ ପୁଟିନ୍ ୪ର୍ଥ ପାଇଁ ବିଜୟୀ ହୋଇ ଇତିହାସ ରଚିଛନ୍ତି । ସେ ଆଗାମୀ ୬ ବର୍ଷ ପାଇଁ ରାଷ୍ଟ୍ରପତି ପଦରେ ରହିବେ।
ପୁଟିନ୍ଙ୍କ ବିଜୟ ତାଙ୍କୁ ବିଶ୍ୱର ସର୍ବବୃହତ୍ ଦେଶ ରୁଷ୍ର ଶାସକ ଭାବେ ପାଖାପାଖି ଏକ ଶତାବ୍ଦୀର ଏକ ଚତୁର୍ଥାଂଶ ଯାଏ ଅବସ୍ଥାପିତ କରାଇବ। ଅର୍ଥାତ୍ ସେ ୨୦୨୪ ଯାଏଁ କ୍ଷମତାରେ ରହିବେ ଏବଂ ସେତେବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇ ଯାଇଥିବ। ପାଶ୍ଚାତ୍ୟ ରାଷ୍ଟ୍ରଙ୍କ କବଳରୁ ନିରାପଦ ରହିବାକୁ ରୁଷ୍ର ପ୍ରତିରକ୍ଷା ସୁଦୃଢ଼ କରିବା ଓ ବଞ୍ଚିବାର ମାନ ବଢ଼ାଇବାକୁ ପୁଟିନ୍ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ।
କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ମତଦାନ ସମୟରେ ପୁତିନଙ୍କୁ ୭୦ ପ୍ରତିଶତ ମତ ମିଳିବା ପରେ ବିଜୟୀ ହେବାର ସୁନିଶ୍ଚିତ ବୋଲି ମନେ କରାଯାଉଥିଲା । ୧୮ ବର୍ଷ କ୍ଷମତାରେ ରହି ସାରିଥିବା ପୁତିନଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ୭୫.୯ ପ୍ରତିଶତ ଭୋଟ ମିଳିଛି। ପୁଟିନ୍ଙ୍କ ପ୍ରତିନ୍ଦ୍ୱନ୍ଦୀ କମ୍ୟୁନିଷ୍ଟ ପ୍ରାର୍ଥୀ ପାୱେଲ ଗ୍ରୁଡିନନଙ୍କୁ ୧୩.୩ ପ୍ରତିଶତ, ଭ୍ଲାଦିମୀର ଜିହିରନବକ୍ସଙ୍କୁ ୬.୩ ପ୍ରତିଶତ, କେସିୟା ସୋବଚକଙ୍କୁ ୧.୪ ପ୍ରତିଶତ, ଗ୍ରିଗୋରୀ ୟଭ୍ଲିନସ୍କିଙ୍କୁ ୦.୮ ପ୍ରତିଶତ ଭୋଟ ମିଳିଛି।<eos> | OSCAR-2019 |
||
<bos>ଭୁବନେଶ୍ୱର: ବିଜୁ ଜନତା ଦଳର ଏସ୍ଟି ସାମୁଖ୍ୟ ବୁଧବାର ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଗଠିତ ହୋଇଛି। ଏଥିରେ ସୁଦାମ ମାରାଣ୍ଡିଙ୍କୁ ଆବାହକ ଭାବେ ନିଯୁକ୍ତି ମିଳିଛି। ସେହିପରି ଉପସଭାପତି ଭାବେ ବଳଭଦ୍ର ମାଝି ଓ ଝିନ୍ନ ହିକକାଙ୍କୁ ନିଯୁକ୍ତ କରାଯାଇଛି। ଏତଦ୍ ବ୍ୟତୀତ ଏସ୍ଟି ସାମୁଖ୍ୟରେ ୬ ଜଣ ସାଧାରଣ ସମ୍ପାଦକ ରହିବେ ବୋଲି ବିଜେଡି ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।<eos> | OSCAR-2019 |
||
<bos>1 ଯିହୁଦାର ରାଜା ଯିହୋୟାକୀମ୍ର ରାଜତ୍ୱର ତୃତୀୟ ବର୍ଷରେ ବାବିଲର ରାଜା ନବୂଖଦ୍ନିତ୍ସର ସୈନ୍ୟବାହିନୀ ସହ ଆସି ଯିରୁଶାଲମକୁ ଅବରୋଧ କଲା। 2 ବର୍ତ୍ତମାନ ସଦାପ୍ରଭୁ ଯିହୋୟାକୀମ୍କୁ ପରାସ୍ତ କରିବା ପାଇଁ ନବୂଖଦ୍ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ୱରଙ୍କ ମନ୍ଦିରରୁ ନେଇଗଲେ। ସେ ଶିନିୟର ଭୂମିକୁ ସବୁଗୁଡ଼ିକୁ ବହନ କରି ନେଲେ ଏବଂ ଆରଣା ଦେବତାମାନଙ୍କ ମନ୍ଦିର ଭଣ୍ତାରଗୃହରେ ସେସବୁ ରଖି ଦେଲେ।
3 ତା’ପରେ ରାଜା ନବୂଖଦ୍ନିତ୍ସର ଅସ୍ପନସ୍କୁ ଏକ ଆଦେଶ ଦେଲେ। ଅସ୍ପନସ୍ ସେବାରେ ଜଣେ ନପୁଂସକାଧିପତି ଥିଲେ। ରାଜା କେତେକ ଇସ୍ରାଏଲର ସନ୍ତାନମାନଙ୍କୁ ରାଜପ୍ରାସାଦକୁ ଆଣିବା ପାଇଁ କହିଲେ। ନବୂଖଦ୍ନିତ୍ସର କେବଳ ମହତ୍ତ୍ୱପୂର୍ଣ୍ଣ ପରିବାରରୁ ଯିହୁଦୀ ଲୋକମାନଙ୍କୁ ଓ ଇସ୍ରାଏଲ ବଂଶରୁ ରାଜାମାନଙ୍କୁ ଗ୍ଭହିଁଲେ। 4 ରାଜା ଯିହୋୟାକୀମ୍ ଗ୍ଭହିଁଲେ ସ୍ୱାସ୍ଥ୍ୟବାନ୍, ସୁନ୍ଦର ଯୋଗ୍ୟ ଏବଂ ଜ୍ଞାନୀ ଯିହୁଦୀ ବାଳକମାନେ ଯେଉଁମାନେ ରାଜକୀୟ ସ୍ଥାନରେ ଠିଆ ହେବାକୁ ଯୋଗ୍ୟ ଥିଲେ ଏବଂ ଅସ୍ପନସ୍ ନପୁଂସକାଧିପତି ଭାଷା ଏବଂ କଲ୍ଦୀୟ ଲୋକମାନଙ୍କର ଲେଖା ଶିଖାଇବାକୁ ପଗ୍ଭରିଲେ।
5 ଏବଂ ରାଜା ସେହିସବୁ ଯୁବକମାନଙ୍କୁ ରାଜକୀୟ ଖାଦ୍ୟ ଓ ପାନୀୟ ଦେଲେ। ସେ ତିନି ବର୍ଷ ଯାଏ ସେମାନଙ୍କୁ ଖାଦ୍ୟ ଦେବା ସହିତ ଯତ୍ନ ନେଲେ ଓ ରାଜାଙ୍କୁ ସେବା କରିବା ପାଇଁ ସେମାନଙ୍କୁ ତାଲିମ ପ୍ରାପ୍ତ ହେବାକୁ ଗ୍ଭହିଁଲେ। 6 ଏହି ଯୁବକମାନଙ୍କ ମଧ୍ୟରେ ଯିହୁଦା ପରିବାରବର୍ଗୀୟ ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଥିଲେ। 7 ପୁଣି ସେହି ନପୁଂସକାଧିପତି ଅସ୍ପନସ୍ ଯିହୁଦାର ଯୁବକମାନଙ୍କୁ ନୂଆ ବାବିଲୀୟ ନାମ ଦେଲେ। ସେ ଦାନିୟେଲଙ୍କୁ ବେଲ୍ଟଶତ୍ସର, ହନାନିୟଙ୍କୁ ଶଦ୍ରକ୍, ମୀଶାୟେଲଙ୍କୁ ମୈଶକ ଓ ଅସରିୟଙ୍କୁ ଅବେଦ୍-ନଗୋ ନାମ ଦେଲେ।
8 ମାତ୍ର ଦାନିୟେଲ ସେହି ରାଜକୀୟ ଖାଦ୍ୟ ଖାଇ ଓ ଦ୍ରାକ୍ଷାରସ ପାନ କରି ନିଜକୁ ଅଶୁଚି କରିବାକୁ ଇଚ୍ଛା କଲେ ନାହିଁ। ଏଣୁ ସେ ନପୁଂସକାଧିପତିକୁ ନିବେଦନ କଲେ ଓ ସେ ଅନ୍ୟାନ୍ୟ ଖାଦ୍ୟ ଖାଇ ପାରିବେ କି ବୋଲି ପଗ୍ଭରିଲେ, ଯାହାଫଳରେ ସେ ଅଶୁଚି ହେବେ ନାହିଁ।
9 ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ। 10 କିନ୍ତୁ ସେହି ନପୁଂସକାଧିପତି ଦାନିୟେଲଙ୍କୁ କହିଲା, “ମୁଁ ମୋର ମୁନିବ ରାଜାଙ୍କୁ ଭୟ କରେ। ଯଦି ତୁମ୍ଭେମାନେ ସେ ଆଦେଶ କରିଥିବା ଖାଦ୍ୟ ଓ ପାନୀୟ ଗ୍ରହଣ ନ କର, ତୁମ୍ଭେମାନେ ରୁଗ୍ଣ ଦେଖାଯିବ ଓ ଦୁର୍ବଳ ଅନୁଭବ କରିବ। ଯଦି ତୁମ୍ଭେମାନେ ଅନ୍ୟମାନଙ୍କଠାରୁ ଶୁଖିଲା ଦେଖାଯାଅ, ରାଜା ମୋ’ ଉପରେ ରାଗିବେ ଏବଂ ମୋର ମୁଣ୍ତ କାଟ କରିବେ। ତା’ପରେ ତୁମ୍ଭେମାନେ ଏହି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହେବ।”
11 ତା’ପରେ ଦାନିୟେଲ, ଗୃହରକ୍ଷୀମାନଙ୍କୁ କହିଲେ, ଯେଉଁ ନପୁଂସକାଧିପତି, ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଉପରେ ଦୃଷ୍ଟି ରଖିବାକୁ ନିଯୁକ୍ତ କରାଯାଇଥିଲା। 12 ସେ କହିଲେ, “ଦୟାକରି ଆମ୍ଭମାନଙ୍କୁ ଦଶ ଦିନ ପାଇଁ ପରୀକ୍ଷା କରନ୍ତୁ। ଆମ୍ଭମାନଙ୍କୁ ଭୋଜନ ନିମନ୍ତେ ପନିପରିବା ଓ ପିଇବା ନିମନ୍ତେ ଜଳ ଦିଅନ୍ତୁ। 13 ପୁଣି ଦଶ ଦିନ ପରେ ଆମ୍ଭମାନଙ୍କୁ ସେହି ରାଜକୀୟ ଭକ୍ଷ୍ୟ ଓ ପାନୀୟ ଗ୍ରହଣ କରୁଥିବା ଯୁବକମାନଙ୍କ ସହିତ ତୁଳନା କରାଯାଉ, ଆଉ କିଏ ଅଧିକ ସ୍ୱାସ୍ଥ୍ୟବାନ୍ ଦେଖାଯିବ। ତା’ପରେ ତୁମ୍ଭେ ବିଗ୍ଭର କରି ଏହି ଦାସମାନଙ୍କ ପ୍ରତି ବ୍ୟବହାର କରିବା ହେବେ।”
14 ତେଣୁ ଗୃହରକ୍ଷୀ ଏ ବିଷୟରେ ଏକମତ ହୋଇ, ଦାନିୟେଲ, ହନାନିୟ, ମୀଶାୟେଲ ଏବଂ ଅସରିୟଙ୍କୁ ଦଶ ଦିନ ପର୍ଯ୍ୟନ୍ତ ପରୀକ୍ଷା କଲେ। 15 ଆଉ ଦଶ ଦିନ ପରେ ଦେଖାଗଲା ସେମାନେ ରାଜକୀୟ ଭକ୍ଷ୍ୟଣକାରୀଙ୍କଠାରୁ ଅଧିକ ସୁସ୍ଥ ସବଳ ଓ ହୃଷ୍ଟପୁଷ୍ଟ ଦେଖାଗଲେ। 16 ଏଥିରେ ଗୃହରକ୍ଷୀ ସେମାନଙ୍କର ସେହି ରାଜକୀୟ ଭକ୍ଷ୍ୟ ଓ ଦ୍ରାକ୍ଷାରସ ପାନୀୟ ବନ୍ଦ କରି ସେମାନଙ୍କୁ ପୂର୍ବପରି ଶାକାହାର ଦେଲେ।
17 ଆଉ ପରମେଶ୍ୱର ସେହି ଗ୍ଭରି ଯୁବକଙ୍କୁ ଜ୍ଞାନ ଏବଂ ବିଭିନ୍ନ ଲେଖନି ଓ ବିଜ୍ଞାନ ଶିକ୍ଷା ପାଇଁ ଯୋଗ୍ୟତା ପ୍ରଦାନ କଲେ। ପୁଣି ଦାନିୟେଲ ସମସ୍ତ ଦର୍ଶନ ଓ ସ୍ୱପ୍ନ ବିଷୟରେ ବୁଦ୍ଧିମାନ ହେଲେ।
18 ରାଜା ତିନି ବର୍ଷରେ ସେମାନେ ତାଲିମପ୍ରାପ୍ତ ହେବେ ବୋଲି ଇଚ୍ଛା କରିଥିଲେ। ତାହା ଶେଷ ହେଲା ପରେ ନପୁଂସକାଧିପତି ସେମାନଙ୍କୁ ନବୂଖଦ୍ନିତ୍ସର ସମ୍ମୁଖକୁ ଆଣିଲା। 19 ରାଜା ସେମାନଙ୍କ ସହିତ ଆଳାପ କଲେ। ଆଉ ସେ ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଅଧିକ ଦକ୍ଷ ଜଣା ଗଲେ। ତେଣୁ ସେମାନେ ରାଜାଙ୍କର ଦାସ ହେଲେ। 20 ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେକୌଣସି ବିଷୟରେ ରାଜା ସେହି ଗ୍ଭରି ଯୁବକଙ୍କୁ ପଗ୍ଭରୁଥିଲେ, ସେମାନେ ବିଜ୍ଞ ଉତ୍ତର ଦେଉଥିଲେ। ରାଜା ସମଗ୍ର ରାଜ୍ୟରେ ସମସ୍ତ ମନ୍ତ୍ରଜ୍ଞ ଓ ଗଣକମାନଙ୍କ ଅପେକ୍ଷା ସେମାନେ ଦଶଗୁଣ ଅଧିକ ଜ୍ଞାନୀ ବୋଲି ଜାଣିଲେ। 21 ପୁଣି ଦାନିୟେଲ କୋରସ୍ ରାଜାର ପ୍ରଥମବର୍ଷ ପର୍ଯ୍ୟନ୍ତ ରହିଲେ।<eos> | OSCAR-2019 |
||
<bos>ସମ୍ବଲପୁର, ୨୪/୮ (ଓଡ଼ିଆ ପୁଅ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲର ପଣ୍ଡଲୋଇ ଠାରେ ଥିବା ଶ୍ୟାମ ମେଟାଲିକ୍ସ କମ୍ପାନୀର ଫେରୋ ଏଲୟ ଫର୍ଣ୍ଣେସ ପ୍ଲାଣ୍ଟକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ କାର୍ଯ୍ୟକ୍ଷମ ଅନୁମତି ଦେବାକୁ ମନା କରିଦେଇଛି। ଏଠାରେ ସ୍ପଞ୍ଜ ଆଇରନ ଆଧାରିତ ଷ୍ଟିଲପ୍ଲାଣ୍ଟ ରହିଛି। ଏହାର ଉତ୍ପାଦନ ଓ ପରିଚାଳନା ପାଇଁ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୋର୍ଡ଼ର ଅନୁମତି ରହିଥିଲା। କିନ୍ତୁ ଏଥିପାଇଁ ବୋର୍ଡ଼ କର୍ତ୍ତୃପକ୍ଷ କେତୋଟି ସର୍ତ୍ତ ଆରୋପ କରିଥିଲେ। ହେଲେ ଏହାର ଏସଏମଏସ୍-୧, ୨, ୩ ଏବଂ ଏଫଏପିକୁ ୨୦୧୮-୧୯ ଅବଧି ପାଇଁ ବୋର୍ଡ଼ କର୍ତ୍ତୃପକ୍ଷ ମନା କରିଦେଇ୍ଥିଲେ। ସର୍ତ୍ତଗୁଡ଼ିକର କାର୍ଯ୍ୟକାରୀ ବାବଦରେ ଗତ ମଇ ୩ ତାରିଖରେ ଏକ ଚିଠି ବୋର୍ଡ଼ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ। ଏହାକୁ ଆଧାର କରି ଗତ ମଇ ୨୪ ତାରିଖରେ ଏବଂ ଜୁନ୍ ୧୬ ତାରିଖରେ ବାୟୁ ପ୍ରଦୂଷଣ ନେଇ ପ୍ଲାଣ୍ଟର ଏସଏମଏସ୍ ଏବଂ ଏଫଏପି ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ହେଲେ ଏଫଏପିରେ ବାୟୁ ପ୍ରଦୂଷଣ ନିୟମ ଏବଂ ନିୟନ୍ତ୍ରଣ ବାବଦରେ ବୁଷ୍ଟର କେନ୍ ଲଗାଯାଇ ନଥିବା ନେଇ ଜଣାପଡ଼ିବାରୁ ବୋର୍ଡ଼ କର୍ତ୍ତୃପକ୍ଷ କାରଖାନାର ଅନୁମତି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଏଥିସହିତ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ନିୟମ ଅନୁଯାୟୀ ଫେରୋ ଏଲୟ ଫର୍ଣ୍ଣେସର ୨୍୬ ଏମଭିଏ ଏବଂ ଦ୍ୱିତୀୟ ୧୧ ଏମଭିଏକୁ ବନ୍ଦ କରିବା ପାଇଁ ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୋର୍ଡ଼ର ଅଧିକାରୀମାନେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଜଉ ମୁଦ କରିଛନ୍ତି।<eos> | OSCAR-2019 |
||
<bos>ଭୁବନେଶ୍ୱର ୮-୯ (ଓଡ଼ିଆ ପୁଅ) ଚିଲିକା ହ୍ରଦରେ ୱାଟର ଏରୋଡ୍ରମ୍ ପ୍ରତିଷ୍ଠା କରି ସି’ ପ୍ଲେନ୍ ଚଳାଇବା ପାଇଁ ଚାଲିଥିବା ଉଦ୍ୟମକୁ ଝଟ୍କା ଲାଗିଛି। ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଥିବାରୁ ଏହି ପ୍ରକଳ୍ପ ପ୍ରତିଷ୍ଠାର ସମ୍ଭାବନା କ୍ଷୀଣ ହୋଇଛି।
ଚିଲିକାରେ ହେବାକୁ ଥିବା ଏହି ପ୍ରକଳ୍ପର ଭୟାବହତା ସମ୍ପର୍କରେ ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ କୁମାର ସିଂହ ଗତ ଅଗଷ୍ଟ ୨୦ ତାରିଖରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସଙ୍ଗେ ସଙ୍ଗେ ବେସାମରିକ ବିମାନ ଚଳାଚଳ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର କେତେକ ବରିଷ୍ଠ ଅଧିକାରୀ ଶ୍ରୀ ସିଂହଙ୍କ ସହ ମଧ୍ୟ ଉକ୍ତ ପ୍ରକଳ୍ପ ପ୍ରତିଷ୍ଠା ହେଲେ ଚିଲିକାରେ କ’ଣ ସବୁ ସମସ୍ୟା ଉପୁଜିବ ସେ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଇତିମଧ୍ୟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଚନ୍ଦନ ସିଂହ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏ ସମସ୍ୟା ସମ୍ପର୍କରେ ଅବହିତ କରାଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଶ୍ରୀ ସିଂହଙ୍କ ଅଭିଯୋଗ ପାଇବା ପରେ ବିହୀତ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗକୁ କହିଥିଲେ। ଏବେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ରାଜ୍ୟ ସରକାରଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଶ୍ରୀ ସିଂହ ଚିଲିକା ହ୍ରଦର ସୁରକ୍ଷା ସମ୍ପର୍କରେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଓଡ଼ିଶା ସରକାର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ହ୍ରଦ କୂଳରେ ଥିବା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସମୀକ୍ଷା କରିବା ଆବଶ୍ୟକ। ଏହା ଉପରେ ସମୀକ୍ଷା କରି ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କୁ ଆକ୍ସନ୍ ଟେକେନ୍ ରିପୋର୍ଟ ପଠାଇବା ସହିତ ଶ୍ରୀ ସିଂହଙ୍କୁ ମଧ୍ୟ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଜଣାଇ ଦେବାକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି।
ଏଠାରେ ଉଲ୍ଲେଖନୀୟ ଯେ ଚିଲିକାରେ ୱାଟର ଏରୋଡ୍ରମ୍ ସହ ସି’ ପ୍ଲେନ୍ ଚାଲିଲେ ହ୍ରଦର ଜୈବ ବିବିଧତା ନଷ୍ଟ ହେବା ସହିତ ପକ୍ଷୀ, ଡଲ୍ଫିନ୍, ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ପର୍ଯ୍ୟଟକ ଏବଂ ସର୍ବୋପରି ଏହି ହ୍ରଦ ଉପରେ ନିର୍ଭରଶୀଳ ୨ ଲକ୍ଷରୁ ଅଧିକ ପରିବାର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଶ୍ରୀ ସିଂହ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିମାନ ପାଇଁ ପକ୍ଷୀ ଘାତକ ହୋଇଥିବା ବେଳେ ୧୦ ଲକ୍ଷରୁ ୧୫ ଲକ୍ଷ ଦେଶୀ ଓ ବିଦେଶୀଙ୍କ ପକ୍ଷୀଙ୍କ ଆଶ୍ରୟସ୍ଥଳ ଚିଲିକାରେ ସି’ପ୍ଲେନ୍ କିପରି ଚାଲିବ ବୋଲି ସେ ପ୍ରଶ୍ନ ଉଠାଇଥିଲେ। ଏହାଛଡ଼ା ଚିଲିକାରେ ପକ୍ଷୀ ଅଭୟାରଣ୍ୟ ରହିଥିବା ଏବଂ ଏହି ହ୍ରଦ ରାମ୍ସାର ସାଇଟ୍ ଭାବେ ଆନ୍ତର୍ଜାତିକ ମର୍ଯ୍ୟାଦା ଲାଭ କରିଥିବା ପରିପ୍ରେକ୍ଷୀରେ ଉକ୍ତ ହ୍ରଦକୁ ସି’ପ୍ଲେନ୍ ଚଳାଇ ବିପଦ ମୁହଁକୁ ଠେଲି ନ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଚିଲିକା ପରିବର୍ତ୍ତେ ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏହି ପ୍ରକଳ୍ପ କରାଯରାଇପାରେ ବୋଲି ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ସିଂହ କହିଥିଲେ।
ଇତିମଧ୍ୟରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକଙ୍କ ପତ୍ର ରାଜ୍ୟ ସରକାର ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ହସ୍ତଗତ ହୋଇଛି। ଚିଲିକାରେ ଏଭଳି ପ୍ରକଳ୍ପକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବିରୋଧ କରିଛନ୍ତି। ବିଜେଡି-ବିଜେପି-କଂଗ୍ରେସ ସମେତ ସବୁ ଦଳର ବହୁ ବିଧାୟକ ମଧ୍ୟ ଚିଲିକାରେ ୱାଟର୍ ଏରୋଡ୍ରମ୍ ପ୍ରସ୍ତାବର ଖୋଲା ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଚିଲିକା ହ୍ରଦର ଯେଉଁସବୁ ପରିବେଶଗତ ସମସ୍ୟା ରହୁଛି ଓ ଏହାର ପାରିପାଶ୍ୱିର୍କ ବିକାଶ ସହିତ ହ୍ରଦକୁ ସମ୍ପୂର୍ଣ୍ଣ ଘେରିମୁକ୍ତ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ୱୟ ରଖି କାମ କରିବାକୁ ଶ୍ରୀ ସିଂହ କହିଛନ୍ତି। ଚିଲିକା ଅଞ୍ଚଳର ବହୁ ସଙ୍ଗଠନ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି ପ୍ରକଳ୍ପକୁ ବିରୋଧ ଜାରି ରହିଛି।<eos> | OSCAR-2019 |
||
<bos>ଦେଶର ପ୍ରଥମ ସହର ଭାବେ ବେଙ୍ଗାଲୁରୁରେ କ୍ଷୀର ଏବଂ ଖବରକାଗଜ ଭଳି ଡିଜେଲର ହୋମ୍ ଡେଲିଭରି ଆରମ୍ଭ ହୋଇଛି । ବର୍ଷକ ପୂର୍ବେ ସ୍ଥାପନ ହୋଇଥିବା ଏକ ଷ୍ଟାର୍ଟଅପ୍ କମ୍ପାନି ପକ୍ଷରୁ ଏହି ସେବା ଜୁନ୍ ୧୫ ତାରିଖରୁ ଆରମ୍ଭ ହୋଇଛି । ୩ଟି ଟ୍ୟାଙ୍କରକୁ ନେଇ ଏହି ସେବା ଆରମ୍ଭ କରାଯାଇଛି । ଟ୍ୟାଙ୍କର ଗୁଡ଼ିକର କ୍ଷମତା ୯୫୦ ଲିଟର ଲେଖାଏଁ ରହିଛି ।
ଏହି କମ୍ପାନି ବର୍ତ୍ତମାନ ସୁଦ୍ଧା ୫୦୦୦ ଲିଟର ଡିଜେଲ ବିକ୍ରି କରିସାରିଲାଣି । ଡିଜେଲର ଦୈନିକ ମୂଲ୍ୟ ସହିତ ଡେଲିଭରି ଚାର୍ଜ କମ୍ପାନି ଗ୍ରାହକଙ୍କଠାରୁ ଆଦାୟ କରୁଛି । ୧୦୦ ଲିଟର ପର୍ଯ୍ୟନ୍ତ ଡିଜେଲ ପାଇଁ ଏକକାଳୀନ ଡେଲିଭରି ଚାର୍ଜ ୯୯ ଟଙ୍କା ନିଆଯାଉଛି । ୧୦୦ ଲିଟରରୁ ଅଧିକ ହେଲେ ପ୍ରତି ଲିଟର ଡିଜେଲ ପିଛା ୧ ଟଙ୍କା ଲେଖାଏଁ ଡେଲିଭରି ଚାର୍ଜ ବାବଦରେ ଆଦାୟ କରାଯାଉଛି ।
ଏହି କମ୍ପାନିକୁ ୨୦ ବଡ଼ ଗ୍ରାହକ ମିଳିଯାଇଛନ୍ତି । ଯେଉଁ ଗୁଡ଼ିକ ମଧ୍ୟରେ ୧୬ଟି ସ୍କୁଲ ଏବଂ କିଛି ଆପାର୍ଟମେଣ୍ଟ ରହିଛନ୍ତି । ଗ୍ରାହକମାନେ ଅନଲାଇନରେ, ଫୋନରେ ଏବଂ ଆପ୍ ମାଧ୍ୟମରେ ଡିଜେଲ କିଣିବା ପାଇଁ ଅର୍ଡର ଦେଉଛନ୍ତି । ଏହି ସେବା ଯୋଗାଇ ଦେଉଥିବା ଷ୍ଟାର୍ଟଅପ୍ କମ୍ପାନିର ନାମ ମାଇଁ ପେଟ୍ରୋଲ ପମ୍ପ ରହିଛି।
ଏହାର ପ୍ରତିଷ୍ଠାତା ହେଲେ ଆଇଆଇଟି ଧାନବାଦରୁ ପାଠ ପଢ଼ିଥିବା ୩୨ ବର୍ଷ ବୟସ୍କ ଆଶିଷ କୁମାର ଗୁପ୍ତା । ସେ ଏହି ଷ୍ଟାର୍ଟଅପ୍ ସ୍ଥାପନ ପାଇଁ ସେଲ୍ ଗ୍ଲୋବାଲ ସଲ୍ୟୁସନ୍ସରୁ ଚାକିରି ଛାଡ଼ିଛନ୍ତି । ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ସେ ଏହି ସେବା ଆରମ୍ଭ କରିବାକୁ ସକ୍ଷମ ହୋଇଛନ୍ତି ବୋଲି ଆଶିଷ କହିଛନ୍ତି ।<eos> | OSCAR-2019 |
||
<bos>କୋରପୁଟ:୨/୮/୧୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ଚାଟୁଆ ଗ୍ରାମ ପଞ୍ଚାୟତର ମାଳି ଛକ ନିକଟରେ ଶହିଦ ସ୍ତମ୍ବ ନିର୍ମାଣ କରିଛନ୍ତି ମାଓବାଦୀ ଏବଂ ପାଡୁଆ ଥାନା ଅନ୍ତର୍ଗତ ବଡ଼ ଦେବତା ମନ୍ଦିର, ଦରଲିପୁଟ, ଆଦି ସ୍ଥାନରେ ମାଓବାଦୀ ପକ୍ଷରୁ ପୋଷ୍ଟର ମରାଯାଇଛି। ଏହି ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସି.ପି.ଆ.ଇ.(ମାଓବାଦୀ) କୋରାପୁଟ ଶ୍ରୀ କାକୁଲମ ଡିଭିଜନାଲ କମିଟି ବୋଲି ଉଲ୍ଲେଖ ରହିଛି। ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହୀଦ ସପ୍ତାହ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ମାଓବାଦୀ। ପ୍ରଥମ ଥର ପାଇଁ ନନ୍ଦପୁର ବ୍ଲକର ଚାଟୁଆ ମାଳି ଛକ ନିକଟରେ ସହିଦ ସ୍ତମ୍ବ ନିର୍ମାଣ କରିବା ସହ ସହୀଦ ସପ୍ତାହ ପାଳନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି।
ଗୁରୁପ୍ରିୟା ସେତୁ ନିର୍ମାଣରେ ହୋଇଥିବା ମହା ଘୋଟାଲା ପ୍ରସଙ୍ଗରେ ବିଜେଡି ଠିକାଦାରଙ୍କୁ ଅନୁକଂପା ଦେଖାଇ କୋଟି କୋଟି ଟଙ୍କା ହଡପ : ବିଜେପି<eos> | OSCAR-2019 |
||
<bos>ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ବନ୍ତଛକ ବସ୍ଷ୍ଟାଣ୍ଡ ନିକଟରେ ଚୋରା ଚାଲାଣ ବେଳେ ୪୦ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ନକଲି ଜର୍ଦ୍ଦା ଜବତ କରାଯାଇଛି । ୪ଟି କାର୍ଟୁନ୍ରେ ପ୍ୟାକିଂ କରାଯାଇଥିବା ଏହି ଜର୍ଦ୍ଦାକୁ ଚୋରା ଚାଲାଣ କରାଯାଉଥିବାବେଳେ ଭଦ୍ରକ ଟାଉନ୍ ପୁଲିସ୍ ହାତରେ ଧରାପଡିଛି । ତେବେ ଜର୍ଦ୍ଦା ଜବତ ବେଳେ ତାର ମାଲିକ ପୁଲିସ୍ ଆଖିରେ ଧୂଳିଦେଇ ଫେରାର ହୋଇଯାଇଛି । ଏଥିରେ ଏକ ନିର୍ଦ୍ଦିଷ୍ଟ କଂପାନୀର ଜର୍ଦ୍ଦା ରହିଛି । ଏହି ଜର୍ଦ୍ଦାଗୁଡିକ ନକଲି ଅଥବା ଅସଲି ତାହା ଜାଣିବା ସକାଶେ ପୁଲିସ୍ ପକ୍ଷରୁ ସଂପୃକ୍ତ ଜର୍ଦ୍ଦା କଂପାନୀକୁ ଖବର ଦିଆଯାଇଥିବା ପୁଲିସ୍ କହିଛି । ଅନ୍ୟପକ୍ଷରେ ଭଦ୍ରକ ପୁରୁଣାବଜାର ଅଂଚଳରୁ ଏହି ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଛି ବୋଲି ଅନୁମାନ କରାଯାଉଥିବା ପୁଲିସ୍ ପ୍ରକାଶ କରିଛି ।<eos> | OSCAR-2019 |
||
<bos>କନକ ବ୍ୟୁରୋ : ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ । ଏଲଇଡି ଲାଇଟ୍ ପୋଷ୍ଟ କିଣିବା ପାଇଁ ଟେଣ୍ଡର ଫିକ୍ସିଂ ଅଭିଯୋଗରେ କଟକ ଏବଂ ଢେଙ୍କାନାଳ ଭିଜିଲାନ୍ସ ବିଭାଗର ମିଳିତ ଚଢାଉ ହୋଇଥିଲା । ପୌରସଂସ୍ଥା ପକ୍ଷରୁ ସହରରେ ଆଲୋକୀକରଣ ବ୍ୟବସ୍ଥା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା ।
ମାତ୍ର ଟେଣ୍ଡର ପେପର ଖୋଲାଯିବା ତାରିଖ ପୁର୍ବରୁ ସହର କିଛି ସ୍ଥାନରେ ଖୁଂଟ ପୋତାଯିବା ସହ ୧୨ଟି ସ୍ଥାନରେ ଆଲୋକ ସଂଯୋଗ କରାଯାଇଛି । ଏଥିରେ ଏକ ଲାଇଟ୍ ଯୋଗାଣ ସଂସ୍ଥା ସମ୍ପୃକ୍ତ ରହିଛି । ପୌରସଂସ୍ଥା ପକ୍ଷରୁ ଏଲଇଡି ଲାଇଟ୍ କିଣାଯିବା ପାଇଁ ୮୨ଲକ୍ଷ ୯୪ହଜାର ଟଙ୍କା ବ୍ୟୟ ଅଟକଳ ହୋଇଛି । ଜୁଲାଇ ୧ ତାରିଖରେ ଟେଣ୍ଡର ଖୋଲାଯିବାକୁ ଥିବା ବେଳେ ବହୁ ପୂର୍ବରୁ କିପରି ଲାଇଟ୍ ସଂଯୋଗ କରାଯାଇଛି ଏବଂ ଏଥିରେ କାହାର ସଂପୃକ୍ତି ଅଛି ? ଏନେଇ ଭିଜିଲାନ୍ସର ଖୋଳତାଡ଼ ଆରମ୍ଭ ହୋଇଯାଇଛି ।<eos> | OSCAR-2019 |
||
<bos>ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତିମ ଟି-୨୦ ମ୍ୟାଚ । ପ୍ରଥମ ମ୍ୟାଚରେ ଇଂଲଣ୍ଡ ବ୍ୟାଟିଂ ଓ ବୋଲିଂକୁ ବିପର୍ଯ୍ୟୟ କରି ବିଜୟ ହାସଲ କରିଥିଲା ଭାରତୀୟ କ୍ରିକେଟ ଟିମ । କିନ୍ତୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳକୁ କଡା ଟକ୍କର ଦେଲା ମେସବାନ ଇଂଲଣ୍ଡ ଟିମ୍ । ତେବେ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ଉଭୟ ଇଂଲଣ୍ଡ ଓ ଭାରତ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଛନ୍ତି । ଆଜି ଇଂଲଣ୍ଡର ବ୍ରିଷ୍ଟଲ ଠାରେ ଖେଳାଯିବାକୁଥିବା ଏହି ଅନ୍ତିମ ତଥା ଫାଇନାଲ ଟି-୨୦ ମ୍ୟାଚ ଉଭୟଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ । ଭାରତ ପାଇଁ ପ୍ରଥମ ମ୍ୟାଚରେ ବୋଲିଂରେ କୁଲଦୀପ ଯାଦବ ଏବଂ ବ୍ୟାଟିଂରେ କେ.ଏଲ ରହୁଲଙ୍କ ବିସ୍ଫୋରକ ବ୍ୟାଟିଂ ଇଂଲଣ୍ଡ ଦଳକୁ ପରାଜୟର ଦ୍ୱାର ଦେଖାଇଥିଲା ।
ହେଲେ କାର୍ଡିଫରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ବୋଲରମାନେ ଭାରତୀୟ ବ୍ୟାଟିଂକୁ ବିପର୍ଯ୍ୟୟ କରି ମାତ୍ର ୧୪୦ ରନର ପିଛାକରି ବିଜୟୀ ହୋଇଥିଲେ । ଯାହାଫଳରେ ତିନି ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜର ଅନ୍ତିମ ମ୍ୟାଚ ରୋମାଞ୍ଚପୂର୍ଣ୍ଣ ହୋଇଯାଇଛି । ଏକ ପ୍ରକାର ନିର୍ଣ୍ଣାୟକ ମ୍ୟାଚ ପାଲଟିଥିବା ଏହି ଶେଷ ଟି-୨୦ ମ୍ୟାଚରେ କାହାର ପଲଡା ଭାରି ରହିବ ଆକଳନ କରିବା ମୁସକିଲ ହୋଇପଡିଛି । ପାଖାପାଖି ଗୋଟିଏ ବର୍ଷପରେ ଭାରତୀୟ ସ୍ପିନ ସମସ୍ୟାରେ ପଡିଯାଇଛି । କାରଣ ପୂର୍ବରୁ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଟିମକୁ ଧୂଳି ଚଟାଇଥିଲେ ଭାରତୀୟ ସ୍ପିନର । କିନ୍ତୁ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ଦଳ ଭାରଦୀୟ ସ୍ପିନର କୁଲଦୀପ ଓ ଚହଲଙ୍କ ଯୋଡିଙ୍କୁ ନିଜ ଧୂଆଁଧାର ବ୍ୟାଟିଂ ଜରିଆରେ ଫିକା କରିଦେଇଥିଲା ।
ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍ ଜିତି ସ୍ଥିତି ସମାନ ସ୍ତରରେ ପହଞ୍ଚାଇ ଦେଇଥିବାରୁ ଚାପରେ ପଡ଼ିଯାଇଥିବା ଭାରତ ତା’ର ଚୂଡାନ୍ତ ଏକାଦଶରେ ବିଶେଷ ପରିବର୍ତନ କରିବା ସମ୍ଭାବନା କମ୍ ରହିଛି। ଦ୍ୱିତୀୟ ମ୍ୟାଚ୍ ସହ ଆଗୁଆ ଶୃଙ୍ଖଳା ଜିତି ନେଇଥିଲେ ତୃତୀୟ ମ୍ୟାଚ୍ରେ ହୁଏତ ଦଳରେ ବସି ରହିଥିବା ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ସିଦ୍ଧାର୍ଥ କୌଲ, କ୍ରୁନାଲ ପାଣ୍ଡ୍ୟା ଓ ଦୀପକ୍ ଚହରଙ୍କୁ ପରୀକ୍ଷାନିରୀକ୍ଷା କରାଯାଇଥାନ୍ତା ବୋଲି କହିଛନ୍ତି ଅଧିନାୟକ ବିରାଟ କୋହଲି। ହେଲେ ଏବେ ପରୀକ୍ଷାର ବେଳ ନାହିଁ। କେବଳ ଶୃଙ୍ଖଳା ଜିତିବାର ଲକ୍ଷ୍ୟ ରହିଥିବାରୁ ରିସ୍କ ନିଆଯାଇପାରିବ ନାହିଁ ବୋଲି କୋହଲି କହିଛନ୍ତି। ଅନ୍ୟପଟେ ଘରୋଇ ଇଂଲଣ୍ଡ ପାଇଁ ସମାନ ସ୍ଥିତି ରହିଛି। ଏହି ଦଳ ମଧ୍ୟ ବ୍ୟାଟିଂକ୍ରମରେ କୌଣସି ପରିବର୍ତନ ଆଣିବାକୁ ଚାହୁଁନି। ପରିବେଶରେ ସେଭଳି କିଛି ପରିବର୍ତନ ନଘଟିଲେ ବିଜୟୀ ଦଳର ଚୂଡାନ୍ତ ଏକାଦଶ ତୃତୀୟ ମ୍ୟାଚ୍ରେ ବଜାୟ ରହିବ ବୋଲି ଅଧିନାୟକ ଇଅନ୍ ମୋର୍ଗାନ୍ ଆଭାସ ଦେଇଛନ୍ତି।
ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା : ପଢନ୍ତୁ ରଥଯାତ୍ରାର ସେହି ତିନୋଟି ହୃଦୟ ସ୍ପନ୍ଦିତ ଘଟଣା ସଂପର୍କରେ……<eos> | OSCAR-2019 |
||
<bos>ଓଡିଶା ଡାଟା ଡ଼ାଇରୀ ଦ୍ୱାରା ସଞ୍ଚାଳିତ ସ୍ୱରୋଜଗାର ଯୋଜନା ରେ ସହଭାଗୀ ହୋଇ ନିଜକୁ ରୋଜଗାର କ୍ଷମ କରନ୍ତୁ, ଏହି ଯୋଜନା ରେ ମିଳୁଥିବା ସମସ୍ତ ସମାନ ସମ୍ପୂର୍ଣ ଭାରତୀୟ ଆୟୁର୍ବେଦିକ ଜଡିବୁଟି ର ମିଶ୍ରଣ ରେ ବୈଦ୍ୟରାଜ ଙ୍କ ପରାମର୍ଶ ଦ୍ୱାରା ବିନା କେମିକାଲ ଉଚ୍ଚ ମାପଦଣ୍ଡ ପଦ୍ଧତି WHO (World Health Organization) GMP (Good Manufacturing Practices) HALAL & ISO Certified Plant ଓ Pharmacy ରେ ତିଆରି I
ଭାରତ ର ବିଭିର୍ନ ହର୍ବଲ ଓ ଫାର୍ମାସୀ କମ୍ପାନୀ ଠାରୁ ତାର ସବୁଠାରୁ ବିଶ୍ୱସନୀୟ 100 + (Health care) (Personal care) (Supplements) ପ୍ରୋଡକ୍ଟ କୁ ନେଇ ତୁଳସୀ ହର୍ବଲସ ଏକତ୍ରିତ କରିଛି ଏହି ପ୍ରୋଡକ୍ଟ ମାନଙ୍କ ବିଶେଷ ଗୁଣ ଯୋଗୁ ତାର ପ୍ରଭାବ ମଧ୍ୟ୍ୟ ରହିଛି I ପ୍ରଭାବ ର ଅଭାବ ଯୋଗୁ ଧୀରେ ଧୀରେ ଆୟୁର୍ବେଦିକ ପ୍ରତି ଶ୍ରଦ୍ଧା କମି ଯାଇଥିଲା କିନ୍ତୁ ବର୍ତ୍ତମାନ ଆଧୁନିକ ଦୁନିଆ ରେ କଣ ବା ଅସମ୍ଭବ ! ବହୁତ ହର୍ବଲ ଓ ଫାର୍ମାସୀ କମ୍ପାନୀ ନିଜ ପ୍ରୋଡକ୍ଟ କୁ ଉଚ ମାପଦଣ୍ଡ ପଦ୍ଧତି ଦ୍ୱାରା ବହୁତ ଗୁଣବତ୍ତା ଓ ପ୍ରଭାବକାରୀ କରିସାରିଛନ୍ତି, ସେହି ପ୍ରଭାବକାରୀ ଓ ଗୁଣବତ୍ତା ପ୍ରୋଡକ୍ଟ କୁ ବାଛି ନେଇଛି ତୁଳସୀ ହର୍ବଲସ, ଯେ କି (ଓଡିଶା ଡାଟା ଡ଼ାଇରୀ ଦ୍ୱାରା ସଞ୍ଚାଳିତ) ଏହି ଯୋଜନା ଯେ କୌଣସି ବ୍ୟକ୍ତି ସହଭାଗୀ ହୋଇ ନିଜର ଗୋଟିଏ ଛୋଟ ବ୍ୟବସାୟ ଆରମ୍ଭ କରିପାରିବେ I ପ୍ରଭାବକାରୀ ପ୍ରୋଡକ୍ଟ<eos> | OSCAR-2019 |
||
<bos>ଖରାଦିନ ଆସିଲେ ସାଧାରଣତଃ ଥଣ୍ଡା ପାନୀୟ ପିଇବାକୁ ସମସ୍ତଙ୍କ ମନ ବଳିଥାଏ । ଏହି ସମୟରେ ଯେଉଁମାନେ ଜଲ୍ଜିରା ଭଳି ଥଣ୍ଡା ପାନୀୟ ସେବନ କରନ୍ତି ତାହା ସେମାନଙ୍କ ଅଜାଣତରେ ସ୍ବାସ୍ଥ୍ୟ ପକ୍ଷେ ହିତକର<eos> | OSCAR-2019 |
||
<bos>ନୂଆଦିଲ୍ଲୀ, ଭୁବନେଶ୍ୱର, ୧୮ ଜୁନ (ଓଡ଼ିଆ ପୁଅ) – କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରିଆ ଓ ଜର୍ମାନୀ ଗସ୍ତରେ ଯାଉଛନ୍ତି। ଅଷ୍ଟ୍ରିଆର ଭିଏନା ଠାରେ ଆଗାମୀ ୧୯ରୁ ୨୦ ପର୍ଯ୍ୟନ୍ତ ଅର୍ଗାନାଇଜେସନ ଅଫ ପେଟ୍ରୋଲ ଏକ୍ସପୋର୍ଟିଂ କଂଟ୍ରିଜ (ଓପେକ) ପକ୍ଷରୁ ଆୟୋଜିତ ସପ୍ତମ ଆନ୍ତର୍ଜାତିକ ସେମିନାରରେ ଭାରତୀୟ ଦଳର ନେତୃତ୍ୱ କରିବା ସହ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ।
ଶ୍ରୀ ପ୍ରଧାନଙ୍କର ଏହି ଗସ୍ତ ଏପରି ଗୁରୁତ୍ୱପୂର୍ଣ୍ଣ ସମୟରେ ହେଉଛି ଯେତେବେଳେ ୨୦୧୪ ପର ଠାରୁ ଅଶୋଧିତ ତୈର ଦର ସର୍ବାଧିକ ରହିଛି। ଭାରତ ଓପେକ ଦେଶ ମାନଙ୍କ ଠାରୁ ୮୨ ପ୍ରତିଶତ ଅଶୋଧିତ ତୈଳ, ୭୫ ପ୍ରତିଶତ ପ୍ରାକୃତିକ ଗ୍ୟାସ, ୯୨ ପ୍ରତିଶତ ଏଲପିଜି ଆମଦାନୀ କରିଥାଏ।
ଏହି ସେମିନାରରେ ଶ୍ରୀ ପ୍ରଧାନ ‘ସଷ୍ଟେେନେବଲ ଗ୍ଲୋବାଲ ଏନର୍ଜି ଫ୍ୟୁଚର’ ବିଷୟରେ କି ନୋଟ ଭାଷଣ ପ୍ରଦାନ କରିବେ। ଏହି ସମ୍ମିଳନୀରେ ସାଉଦି ଆରବ, ୟୁଏଇ, ଇରାନ, ୟୁଏଇ ଭଳି ଓପେକ ଦେଶ ମାନଙ୍କ ସହିତ ଋଷ, ଚୀନ, ଓମାନର ଶକ୍ତି ମନ୍ତ୍ରୀ ମାନେ ଯୋଗ ଦେବା ସହ ହାଇଡ୍ରୋକାର୍ବନ କ୍ଷେତ୍ରର ସିଇଓ ତଥା ବିଶେଷଜ୍ଞ ମାନେ ଯୋଗ ଦେବେ।
ଆଗାମୀ ୨୧ ଜୁନରୁ ଶ୍ରୀ ପ୍ରଧାନ ଦୁଇ ଦିନିଆ ଜର୍ମାନୀ ଗସ୍ତରେ ଯିବେ। ୨୧ ଜୁନରେ ଶ୍ରୀ ପ୍ରଧାନ ଜର୍ମାନୀରେ ଆଲେକ୍ଜାଣ୍ଡାର ପ୍ଲାଜ ଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଯୋଗ ଦେବା ସହ ଭାରତୀୟ ଦୂତାବାସ ପକ୍ଷରୁ ବର୍ଲିନ ଠାରେ ଯୋଗକୁ ପ୍ରୋତ୍ସାହିତ କରିବାକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଶ୍ରୀ ପ୍ରଧାନ ଲାପ କମ୍ପାନୀକୁ ପରିଦର୍ଶନ କରିବାକୁ ଯିବେ।
ଶ୍ରୀ ପ୍ରଧାନ ଜର୍ମାନୀର ଭୋକେସନାଲ ଏଜୁକେଶନ ଏଣ୍ଡ ଟ୍ରେନିଂ ପ୍ରଣାଳୀ ସହ ଅବଗତ ହେବେ। ଜର୍ମାନୀର ବର୍ଲିନ ଠାରେ ଥିବା ଚାମ୍ବର ଅଫ କ୍ରାଫ୍ଟସର ପ୍ରଶିକ୍ଷଣ ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ ଓ ସିମେନ୍ସର ଦ୍ୱିମୁଖୀ ଭୋକେସନାଲ ଏଜୁକେଶନ ଏଣ୍ଡ ଟ୍ରେନିଂ କେନ୍ଦ୍ର ବୁଲି ଦେଖି ପ୍ରତ୍ୟକ୍ଷ ଅନୁଭୁତି ନେବେ।
ଶ୍ରୀ ପ୍ରଧାନ ଜର୍ମାନୀର ଶିକ୍ଷା ଓ ଗବେଷଣା ବିଭାଗର ମନ୍ତ୍ରୀ ଅଂଜା କାର୍ଲିଚେକଙ୍କ ସହ ୨୨ ତାରିଖ ଦିନ ଆଲୋଚନା କରି ଭୋକେସନାଲ ଶିକ୍ଷା ଓ ଦକ୍ଷତା ସମ୍ପର୍କରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିବେ।
ଏହି ଗସ୍ତ ସମୟରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସମେତ ରାଷ୍ଟ୍ରାୟତ ଉଦ୍ୟୋଗ ଆଇଓସିଏଲ, ବିସିଏଲ ଓ ଏଚପିସିଏଲର ସିଏମଡି ତଥା ଏନଏସଡିସିର ସିଇଓ ଶ୍ରୀ ପ୍ରଧାନଙ୍କ ସହ ଏହି ଯାତ୍ରାରେ ସାମିଲ ହେବେ।<eos> | OSCAR-2019 |
||
<bos>ମହାପ୍ରଭୁ ଜଗନ୍ନାଥଙ୍କ ପୁରୁଣା ରଥ କାଠରେ ରହିଥାଏ ଅଦ୍ଭୁତ ଚମତ୍କାର ! ଜାଣନ୍ତୁ ରଥଯାତ୍ରା ସରିଲା ପରେ କଣ ହୋଇଥାଏ ଶ୍ରୀଜିଉଙ୍କ ରଥ
ଆଉ ମାତ୍ର ଦିନ କେଇଟା ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଶ୍ରୀବିଗ୍ରହଙ୍କ ଏହି ପ୍ରସିଦ୍ଧ ରଥଯାତ୍ରା ପର୍ବଟି ସଂପୂର୍ଣ୍ଣ ରୀତି ନୀତିରେ ଅନୁଷ୍ଠିତ ହୋଇଥାଏ । ଆଉ ଏହି ପର୍ବରେ ସାମିଲ ହେବାକୁ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଛୁଟି ଆସନ୍ତି ପୁରୀ ଧାମକୁ ଏବଂ ଏହି ଯାତ୍ରାରେ ଭାଗନେଇ ସୌଭାଗ୍ୟ ଅର୍ଜନ କରିଥାନ୍ତି।
ତେବେ ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ଯେଉଁ ରଥ ବ୍ୟବହାର କରାଯାଇଥାଏ ତାର କାଠରେ ପ୍ରସ୍ତୁତ କରାଯାଇଥାଏ ଆଉ ଏହାର ମୁଖ୍ୟ ବିଶେଷତ୍ୱ ହେଲା କି, ଏଥିପାଇଁ କୌଣସି ପ୍ରକାରର କଂଟା ବ୍ୟବହାର କରାଯାଇନଥାଏ । ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ରଥଯାତ୍ରା ପାଇଁ ପ୍ରତ୍ୟେକ ବର୍ଷ ନୂଆ ରଥ ନିର୍ମାଣ କରାଯାଇଥାଏ ଏବଂ ଏହି ରଥଯାତ୍ରାକୁ ପୀଢି ପୀଢି ଧରି ପାଳନ କରାଯାଉଥିବା ପରମ୍ପରା ଭାବରେ ବିଶ୍ୱାସ କରାଯାଇଥାଏ । ଏହି ରଥଗୁଡିକର ନିର୍ମାଣ ଅକ୍ଷୟ ତୃତୀୟାରୁ ବନଜାଗ ମହୋତ୍ସବ ରୂପରେ ଆରମ୍ଭ କରାଯାଇଥାଏ । ଏହି ରଥଗୁଡିକର ନିର୍ମାଣ ପାଇଁ କାଠଗୁଡିକର ଚୟନ କରିବାର କାମ ମଧ୍ୟ ଅକ୍ଷୟ ତୃତୀୟା ପୂର୍ବରୁ ପଡୁଥିବା ବସନ୍ତ ପଂଚମୀରୁ ଆରମ୍ଭ ହୋଇଯାଇଥାଏ ।
ଏସବୁ ଭିତରେ କେବେ ଆପଣ ଚିନ୍ତା କରିଛନ୍ତି କି ପ୍ରତିବର୍ଷ ନୂଆ ରଥର ନିର୍ମାଣ ହେବା ଦ୍ୱାରା ସେହି ପୁରୁଣା ରଥଗୁଡିକୁ କଣ କରାଯାଇଥାଏ । ଶୁଣିବାକୁ ମିଳିଛି କି, ରଥ ଯାତ୍ରା ଶେଷ ହେବା ପରେ ପୁରୀ ଏବଂ ଆଖପାଖ ଅଂଚଳ ତଥା ବିଭିନ୍ନ ସହରରୁ ଆସିଥିବା ଶ୍ରଦ୍ଧାଳୁମାନେ ଏହି ପୁରୁଣା ରଥଗୁଡିକର ଗୋଟିଏ ଗୋଟିଏ କାଠ ଅତ୍ୟନ୍ତ ଶ୍ରଦ୍ଧାପୂର୍ବକ କିଣିନେଇଥାନ୍ତି । ସେମାନେ ଏହି କାଠର ବ୍ୟବହାର ଘର ଝରକା, କବାଟ ଆଦିରେ ପ୍ରୟୋଗ କରିଥାନ୍ତି ।
ବିଶ୍ୱାସ ରହିଛି କି, କାଠଗୁଡିକୁ ଏଭଳି ଭାବରେ ବ୍ୟବହାର କରିବା ଦ୍ୱାରା ଘରର ପ୍ରତିଟି ସମସ୍ୟାର ନିବାରଣ ହୋଇଥାଏ । ଏଥିସହିତ ନକରାତ୍ମକ ପ୍ରଭାବରୁ ମଧ୍ୟ ଘରକୁ ସୁରକ୍ଷା କରିଥାଏ। ତେବେ ଏହି କାଠଗୁଡିକୁ ନିଲାମୀ ଦ୍ୱାରା କିଣା ଯାଇଥାଏ ଏବଂ ବହୁ ମୂଲ୍ୟ ଦାମରେ ଏହି କାଠଗୁଡିକୁ ମହାପ୍ରଭୁଙ୍କ ଭକ୍ତମାନେ କିଣିନେଇଥାନ୍ତି । ଲୋକେ ଶ୍ରୀଜିଉଙ୍କ ଏହି ରଥକାଠକୁ ଅତ୍ୟନ୍ତ ଭକ୍ତିର ସହ ଘରେ ରଖି ପୂର୍ଜାର୍ଚ୍ଚନା ମଧ୍ୟ କରିଥାନ୍ତି ।<eos> | OSCAR-2019 |
||
<bos>ରବୀନ୍ଦ୍ର କୁମାର ପ୍ରହରାଜ, ଓଡ଼ିଶାର ଜଣେ ଜଣାଶୁଣା ସାହିତ୍ୟିକ ।[୧] ଅନୁବାଦ ସାହିତ୍ୟ ପାଇଁ ସେ ବିଶେଷ ଭାବରେ ପରିଚିତ ।
ରବୀନ୍ଦ୍ର କୁମାର ପ୍ରହରାଜ, ୧୯୩୮ ମସିହା ନଭେମ୍ବର ୨୯ ତାରିଖରେ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ବିଧାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତାଙ୍କ ନାମ ଗୁଣନିଧି ପ୍ରହରାଜ ଓ ମାତାଙ୍କ ନାମ ରଙ୍ଗଲତା ଦେବୀ । ଓଡ଼ିଆରେ ସେ ସ୍ନାତ୍ତକ ଓ ବି.ଏଡ୍ କରିବା ପରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଛନ୍ତି । ଶିକ୍ଷକ ବୃତ୍ତିକୁ ଆବୋରୀଥିବା ରବୀନ୍ଦ୍ର କୁମାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷାଦାନ କରି ୧୯୯୬ମସିହାରେ ସେବାନିବୃତ ହୋଇଛନ୍ତି । ସାହିତ୍ୟ ଓ ଶିକ୍ଷକତା ବ୍ୟତିତ, ରବୀନ୍ଦ୍ର କୁମାରଙ୍କର ଗୀତ ଗାଇବା, ବାଦ୍ୟଯନ୍ତ୍ର ବଜେଇବା, ସଙ୍ଗୀତ ଓ ନାଟକ ନିର୍ଦ୍ଦେଶନାରେ ମଧ୍ୟ ରୂଚି ରହିଛି । [୩]
୧୯୬୪ ମସିହାରୁ ପ୍ରବନ୍ଧ ଲେଖି ଆସୁଥିବା ରବୀନ୍ଦ୍ରଙ୍କର ଏଯାବତ ୨୦୦ରୁ ଉର୍ଦ୍ଧ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି । ସେ ୧୯୮୯ ମସିହାରୁ ଅନୁବାଦ ସାହିତ୍ୟରେ ପ୍ରବେଶ କରିଥିଲେ ଓ ଏ ପର୍ଯ୍ୟନ୍ତ ତାଙ୍କର ୧୪ଟି ଅନୁବାଦ ଗ୍ରନ୍ଥ ପ୍ରକାଶିତ ହୋଇସାରିଛି ଓ ଆଉ ୫ଟି ପ୍ରକାଶ ଅପେକ୍ଷାରେ ଅଛି । ସର୍ବମୋଟ ତାଙ୍କର ୩୬ଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।[୪] ତାଙ୍କର ପ୍ରଥମ ପ୍ରବନ୍ଧ ଥିଲା 'ସାରଳା ସାହିତ୍ୟରେ ଉତ୍କଳୀୟତା' ଓ ପ୍ରଥମ କବିତା ଥିଲା 'କବି ସମ୍ରାଟ' । ମୁଖ୍ୟତଃ ଇଂରାଜୀ ଓ ବଙ୍ଗଳା ଭାଷାର ପୁସ୍ତକ ଗୁଡିକୁ ଅନୁବାଦ କରୁଥିବା ରବୀନ୍ଦ୍ର, ଆଗାମୀ ଦିନରେ ହିନ୍ଦୀ ଓ ସଂସ୍କୃତ ଭାଷାର ପୁସ୍ତକ ଅନୁବାଦ କରିବାର ଲକ୍ଷ ରଖିଛନ୍ତି । ୧୯୯୬ରେ ଅବସର ଗ୍ରହଣ କରିବା ପରେ, ସେ ଲେଖାଲେଖିରେ ସମ୍ପୂର୍ଣ୍ଣ ନିମଗ୍ନ ଅଛନ୍ତି ।
ରବୀନ୍ଦ୍ର କୁମାରଙ୍କ ଅନୁବାଦ ପୁସ୍ତକ 'ଥିଲା ଘରର ଗେହ୍ଲାପୁଅ' ୨୦୧୫ ମସିହାର କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଁ ମନୋନୀତ ହୋଇଛି । ଏହି ପୁସ୍ତକଟି ଟେକଚାନ୍ଦ ଠାକୁରଙ୍କ ବଙ୍ଗଳା ପୁସ୍ତକ 'ଆଲାଲେର ଘରେର ଦୁଲାଲ'(୧୮୫୭ରେ ଲିଖିତ)ର ଓଡ଼ିଆ ଅନୁବାଦ ।[୫] ଏହି ପୁସ୍ତକଟିକୁ ଲେଖିବା ପାଇଁ, ରବୀନ୍ଦ୍ରଙ୍କୁ ୮ମାସ ସମୟ ଲାଗିଥିଲା ଓ ଏହା ୨୦୧୧ରେ ପ୍ରକାଶିତ ହୋଇଥିଲା । ୧୭୮ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ବଙ୍ଗଳା ଗ୍ରାମାଞ୍ଚଳ ବିଷୟରେ ଲେଖାଯାଇଛି ।<eos> | OSCAR-2019 |
||
<bos>ପାକରେ ‘ଅୟାରି’ ବ୍ୟାନ ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅୟାରି’ ଗତକାଲି ଦେଶର ପ୍ରେକ୍ଷାଳୟଗୁଡ଼ିକରେ ମୁକ୍ତିଲାଭ କରିଛି । ଚଳଚ୍ଚିତ୍ରଟିରେ ଭାରତୀୟ ସେନାଙ୍କ ବିଷୟରେ ପ୍ରଦର୍ଶନ କରାଯାଇଛି। ତେବେ ପଡୋଶୀ ଦେଶ ପାକିସ୍ଥାନ ଏହା<eos> | OSCAR-2019 |
||
<bos>କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ବଡ ଠାକୁର । ସିଂହଦ୍ୱାର ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥରେ ଅଶ୍ୱ ଯୋଖା ହେବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ତାଳଧ୍ୱଜ ରଥ ମାଉସୀ ମା’ ଅଭିମୁଖେ ଗଡିଛି । ଡାହୁକ ରଥ ଉପରେ ଛିଡା ହୋଇ ଳମ୍ବା ବେତ ଧରି ଭକ୍ତ ମାନଙ୍କୁ ରଥ ଟାଣିବାକୁ ଉତ୍ସାହିକ କରୁଛନ୍ତି । ରଥ ଗଡିବା ଆରମ୍ଭ ହେବା ମାତ୍ରେ ବଡଦାଣ୍ଡ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠିଥିଲା ।
ପ୍ରତିବର୍ଷ ଭଳି ତିନି ରଥ ଟଣାଯିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶକ ଦଳ ଗଢ଼ା ଯାଇଛି । ଏହି ଦଳରେ ପୂର୍ତ୍ତ ବିଭାଗର ବରିଷ୍ଠ ଇଂଜିନିୟର, ଶ୍ରୀମନ୍ଦିର ବିଭିନ୍ନ ପଦାଧିକାରୀ ତଥା କର୍ମଚାରୀ, ଭୋଇ ଓ ମହାରଣା, ଜିଲ୍ଲା ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟମାନେ ସାମିଲ ହୋଇଥାନ୍ତି । ଏହା ବ୍ୟତୀତ ପ୍ରତି ରଥ ଉପରେ ଶ୍ରୀମନ୍ଦିରର ପୋଲିସ କର୍ମଚାରୀ ଏକ ନାଲି ରଙ୍ଗର ପତାକା ଧରି ରଥଟଣା ସମୟରେ ଭକ୍ତମାନେ ସମୟରେ ଭକ୍ତମାନଙ୍କୁ ଦିଗ ନିର୍ଦ୍ଦେଶ କରିବା ସହ ରଥ ଘେର ମଧ୍ୟରେ ଜଣେ ସରକାରୀ ପୋଲିସ ବିଗୁଲ ଓ ନାଲି ରଙ୍ଗର ପତାକା ଧରି ରଥ ଟଣାର ନିୟନ୍ତ୍ରଣରେ ସାହାଯ୍ୟ କରନ୍ତି । ସାଧାରଣତଃ ରଥଟଣା ବେଳେ ନନ୍ଦିଘୋଷ ରଥ ଦାୟିତ୍ୱରେ ପୁରୀ ଜିଲ୍ଲାପାଳ, ତାଳଧ୍ୱଜ ରଥ ତତ୍ତ୍ୱାବଧାନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପୁରୀ ଏବଂ ଦେବଦଳନ ରଥ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ରହିଥାନ୍ତି । ଯଦି ଗୋଟିଏ ଦିନରେ ତିନୋଟି ରଥ ଗୁଣ୍ଡିଚା ମନ୍ଦିରରେ ନ ପହଁଚି ପାରନ୍ତି, ତେବେ ତାପରଦିନ ସକାଳ ୯ଟାରୁ ୧୦ଟା ମଧ୍ୟରେ ରଥଟରା ହୋଇ ଗୁଣ୍ଡିଚା ମନ୍ଦିରରେ ପହଁଚିଥାନ୍ତି ।<eos> | OSCAR-2019 |
||
<bos>“ବଦାନ୍ୟ ବନ୍ଧୁ” ତରଫରୁ ନୂଆବର୍ଷରେ ଅସହାୟ ଶିଶୁ ମାନଙ୍କୁ ନୂତନ ବସ୍ତ୍ର ଦେଇ ନୂଆବର୍ଷ ପାଳନ କରିବା ପାଇଁ ଘୋଷଣା କରାଯାଇଛି, ଆମକୁ ବରଗଡ଼ର ପୂର୍ବତନ CDMO Mahesh Chandra Panda 50ଜଣ ଶିଶୁଙ୍କ ନୂତନ ପୋଷାକ ଦେଇ ଆମ କାର୍ଯ୍ୟକ୍ରମର ସହଯୋଗୀ ହୋଇଥିବାରୁ ଧନ୍ୟବାଦ ଓ ପ୍ରଣାମ ତାଙ୍କ ସେବା ଭାବନାକୁ।<eos> | OSCAR-2019 |
||
<bos>ପୃଥିବୀ ସହ ଖୁବ୍ ଶୀଘ୍ର ଏକ କ୍ଷୁଦ୍ରଗ୍ରହ ସାମ୍ନାସାମ୍ନି ହେବାକୁ ଯାଉଛି । ଯାହାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଭାରତର କିଛି ଗଣିତ ଜ୍ୟେତିଷ । ତେବେ ପୃଥିବୀ ସହିତ ଏହି କ୍ଷୁଦ୍ରଗ୍ରହ ପିଟିହେବାଦ୍ୱାରା ଏହାର ଗଭୀର ପ୍ରଭାବ ବିଶ୍ୱର ବଡ଼ ବଡ଼ ସହରମାନଙ୍କରେ ପଡିବାର ସମ୍ଭାବନା ରହିଛି ବୋଲି ସେମାନେ ଭବିଷ୍ୟବାଣୀ କରିଛନ୍ତି ।
ଜାତୀୟ ଗଣମାଧ୍ୟମ ଏନଡିଟିଭିନ୍ୟୁଜରେ ପ୍ରକାଶିତ ଖବର ମୁତାବକ, ବିଟ୍ରେନର ବେଲଫାଷ୍ଟର କୁଇନ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ତଥା ଏଲନ୍ ଫିଟଜିମମୋ ସୂଚନା ଦେଇଛନ୍ତି କି, ‘ଏହି ଭବିଷ୍ୟବାଣୀ ଠିକ୍ ଶନିବାର ତଥା ୩୦ ଜୁନର କିଛି ଦିନ ପୂର୍ବରୁ ମଧ୍ୟ ଘଟିପାରେ । କାରଣ ୧୯୦୮ରେ ଏହି ଦିନଟିରେ ସାଇବେରିୟାର ତୁଙ୍ଗସକା ଅଂଚଳରେ ଏକ ଛୋଟ କ୍ଷୁଦ୍ରଗ୍ରହର ବିସ୍ଫୋରଣ ଘଟିଥିଲା । ଯାହାଦ୍ୱାରା ସେଠାକାର ପାଖାପାଖି ୨୦୦୦ ବର୍ଗ କିଲୋମିଟରରୁ ଅଧିକ ଅଂଚଳ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା’ ।
ଏଲନ୍ ଏହି ପ୍ରସଙ୍ଗରେ ଚେତାବନୀ ଦେଇ କହିଛନ୍ତି, ‘ଏକ ବଡ କ୍ଷୁଦ୍ରଗ୍ରହ ବହୁତ ଅଧିକ ଭୟଙ୍କର ହୋଇପାରେ । ଯାହା ଆଜିକାର ଦିନରେ କୌଣସି ବି ଅଂଶରେ ଏକ ଅନାପୋକ୍ଷିତ ମୁହାଁମୁହିଁ ହୋଇ କୌଣସି ବି ପ୍ରମୁଖ ସହରକୁ ନଷ୍ଟ କରିପାରେ’ । ସେ ପୁଣି ମଧ୍ୟ କହିଛନ୍ତି, ‘ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ କି ବୈଜ୍ଞାନିକ ଏବଂ ଇଂଜିନିୟରମାନେ ପୃଥିବୀ ପରିସରରେ ଥିବା ଅନେକ କ୍ଷୁଦ୍ରଗ୍ରହଗୁଡିକର ସନ୍ଧ୍ୟାନ ଏବଂ ସେମାନଙ୍କଦ୍ୱାରା ସୃଷ୍ଟି ହେବାକୁ ଯାଉଥିବା ବିପଦ ସଂପର୍କରେ ଜାଣିବାରେ ସଫଳତା ଲାଭ କରିସାରିଛନ୍ତି’ ।
ସେ ଆଉ ମଧ୍ୟ କହିଛନ୍ତି, ‘ଏଯାବତ୍ ୧୮୦୦ରୁ ଅଧିକ ଏଭଳି ସମ୍ଭାବିତ୍ ବିପଦସୃଷ୍ଟିକାରୀ ଆଷ୍ଟ୍ରଏଡ୍ସର ସନ୍ଧ୍ୟାନ ମିଳିସାରିଛି, କିନ୍ତୁ ଏବେବି ଅନେକ କ୍ଷୁଦ୍ରଗ୍ରହଗୁଡିକ ସାମ୍ନାକୁ ଆସିବାର ଅପେକ୍ଷା ରହିଛି । ଗଣିତ ଜ୍ୟେତିଷମାନେ ପୃଥିବୀ ଆଖପାଖର ଏଭଳି ଅନେକ କ୍ଷୁଦ୍ରଗ୍ରହ ଠାବ କରିଛନ୍ତି । ଯାହା ହାନିକାରକ ନ ହୋଇଥିଲେ ମଧ୍ୟ ଆଗାମୀ ଦିନମାନଙ୍କରେ କୌଣସି ବିପଦରୁ ମଧ୍ୟ କମ୍ ହେବ ନୁହେଁ’ ।
ରାଇସିନା ରେସ୍ ! ପ୍ରଧାନମନ୍ତ୍ରୀ ଓ ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାମନାଥ କୋବିନ୍ଦଙ୍କ ନାମାଙ୍କନ ଦାଖଲ<eos> | OSCAR-2019 |
||
<bos>ଟି-ଟ୍ୱେଂଟିରେ ଭାରତର ଧମାକାଦାର ବିଜୟ ନିଦହାସ୍ ଟ୍ରଫି ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ପ୍ରଥମ ବିଜୟ ହାସଲ କରିଛି। ଗତକାଲି ୨ୟ ଲିଗ୍ ମ୍ୟାଚ୍ରେ ବାଂଲାଦେଶକୁ ସହଜରେ ୬ ୱିକେଟରେ ଭାରତ ପରାସ୍ତ କରିଛି।<eos> | OSCAR-2019 |
||
<bos>ଭୁବନେଶ୍ୱର: ଆଇକ୍ୟୁଇଏମ୍ଏସ୍ ଓ ଆଇପିଇ ହାଇଦ୍ରାବାଦ୍ର ମିଳିତ ଉଦ୍ୟମରେ ତୃତୀୟ ବାର୍ଷିକ ଆଲୋଚନାଚକ୍ର ‘ସିଏସ୍ଆର୍ ଉଦ୍ୟଗ ୨୦୧୮’ ହୋଟେଲ୍ ଦି ନ୍ୟୁ ମ୍ୟାରିଆନ୍ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଆଜିର ବିଷୟବସ୍ତୁ ଥିଲା ‘ଦୀର୍ଘସ୍ଥାୟୀ ବିକାଶର ମୂଲ୍ୟ ନିର୍ଧାରଣ’। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଆଇକ୍ୟୁଇଏମ୍ଏସ୍ର ଉଦ୍ୟମକୁ ପ୍ରଶଂସା କରି କହିଥିଲେ ଯେ, ସାମାଜିକ ଦାୟିତ୍ୱବୋଧତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୀର୍ଘସ୍ଥାୟୀ ବିକାଶ ନିମିତ କାର୍ଯ୍ୟପନ୍ଥା ଗ୍ରହଣ କରିବା। ଏଥିପାଇଁ ସରକାର ଗୋକେୟାର ନାମକ ଏକ ପୋର୍ଟାଲ ପରିଚାଳନା କରୁଛନ୍ତି। ସମ୍ମାନିତ ଅତିଥି ଭାବେ ନ୍ୟାସ୍ନାଲ ଆଲୁମିନିୟମ୍ କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ.ତପନ କୁମାର ଚାନ୍ଦ, ସିଏସ୍ଆର୍ର ମୁଖ୍ୟ ଅମ୍ବିକା ପ୍ରକାଶ ନନ୍ଦ, ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ତ୍ରିପୁରା ସରକାରଙ୍କ ଦକ୍ଷତା ବିକାଶ ମିସନ୍ର ଅଧ୍ୟକ୍ଷ ଡ.ସଞ୍ଜୟ କୁମାର ପଣ୍ଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଇନ୍ଦିରା ଗାନ୍ଧୀ ଜାତୀୟ ବନ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ବିନୋଦ କୁମାର ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଏକ ସ୍ମାରକୀ ପତ୍ରିକା ଉନ୍ମୋଚନ କରାଯାଇଥିଲା। ଆଲୋଚନା ପରିଚାଳନା କମିଟିର ଅଧ୍ୟକ୍ଷ ଡ.ସଞ୍ଜୟ କୁମାର ପଣ୍ଡା ଏହି ବିଷୟକୁ ନେଇ ଗୋଷ୍ଠୀ ଆଲୋଚନା କରିଥିଲେ। ଏହି ଅବସରରେ ୫ଜଣ ବେସରକାରୀ ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନକୁ ପୁରସ୍କୃତ କରାଯାଇଥିଲା। ଆଇକ୍ୟୁଇଏମ୍ଏସ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।<eos> | OSCAR-2019 |
||
<bos>ନିଜର ମନପସନ୍ଦ ସେଲିବ୍ରେଟି ମାନଙ୍କ ଜୀବନଶୈଳୀ ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହୀ ଥାଆନ୍ତି। ଏପରିକି ତାଙ୍କ ପ୍ରିୟ ଷ୍ଟାର କଣ ପିନ୍ଧନ୍ତି, କଣ ଖାଆନ୍ତି ଏସବୁ ବିଷୟରେ ଜାଣିବା ପାଇଁ ଫ୍ୟାନମାନେ ଖୁବ ଆଗ୍ରହ<eos> | OSCAR-2019 |
||
<bos>ବ୍ୟକ୍ତିଗତ କମ୍ପ୍ୟୁଟରରେ ମଦରବୋର୍ଡ଼ ଏକ ଚିତ୍ରିତ ସର୍କିଟ ବୋର୍ଡ଼, ଯାହା ଅତ୍ୟାବଶ୍ୟକ ଅଭିବୈଦ୍ୟୁତିକ ତଥା ଆନୁସଙ୍ଗିକ ଅଂଶ ଗୁଡ଼ିକ ଧାରଣ କରିଥାଏ ଓ ସେମାନଙ୍କ ନିମନ୍ତେ ଯୋଗାଯୋଗର ମୁଖ୍ୟ ମାଧ୍ୟମ । ଏହାକୁ ମଧ୍ୟ ମେନ ବୋର୍ଡ଼, ସିଷ୍ଟମ ବୋର୍ଡ଼, ବା ଆପଲ କମ୍ପ୍ୟୁଟରରେ ଲଜିକ ବୋର୍ଡ଼ କୁହାଯାଏ ।[୧]
ମାଇକ୍ରୋ ପ୍ରୋସେସରର ଉଦ୍ଭାବନ ପୂର୍ବରୁ, କମ୍ପ୍ୟୁଟର ଗୁଡିକ ବିଶାଳ କାର୍ଡ଼ର ଯନ୍ତା ଭଳି ବା ମେନଫ୍ରେମ ସହ ବହୁଗୁଡ଼ିଏ ତାର ଯୋଡ଼ା ହୋଇ ତିଆରି କରାଯାଉଥିଲା; ଯାହା ମଧ୍ୟରେ ଅନେକ ଗୁଡିଏ ଧାରକ(ସ୍ଲଟ) ରହୁଥିଲା। ପୁରାତନ ଗଠନ ପ୍ରଣାଳୀରେ ତାର ଗୁଡ଼ିକ ବିକ୍ଷିପ୍ତ ଅବସ୍ଥାରେ କାର୍ଡ଼ ଓ ପିନ ମାନଙ୍କୁ ସଂଯୋଗ କରୁଥିଲେ, କିନ୍ତୁ ଚିତ୍ରିତ ସର୍କିଟ ବୋର୍ଡ଼ ପରେ ମାନକ ହୋଇଗଲା। ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ ବା କେନ୍ଦ୍ରୀୟ ସଂଗଣକ ବିଭାଗ (ସି.ପି.ୟୁ.), ମେମୋରୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରାଂଶ ଗୁଡ଼ିକ ଅଲଗା ଅଲଗା ଚିତ୍ରିତ ସର୍କିଟ ବୋର୍ଡ଼ରେ ଏକ ବଡ଼ ପ୍ଲେଟରେ ଲଗାଯାଉଥିଲା । ୧୯୮୦ ଓ ୧୯୯୦ ଦଶକରେ ବର୍ଦ୍ଧିଷ୍ଣୁ ଆନୁସଙ୍ଗିକ ଯନ୍ତ୍ରାଂଶ ପାଇଁ ମଦରବୋର୍ଡ଼ର ବ୍ୟବହାର ଆର୍ଥିକ ଦୃଷ୍ଟିରୁ ସହଜ ହୋଇଗଲା। ୧୯୮୦ ଦଶକର ଶେଷ ଭାଗରେ ମଦରବୋର୍ଡ଼ ଗୁଡ଼ିକରେ ଆଇ.ସି. (ଇଣ୍ଟିଗ୍ରେଟେଡ଼ ଚିପ)ର ବ୍ୟବହାର ପାଇଁ ସହିତ ସ୍ୱଳ୍ପ ବେଗ ବିଶିଷ୍ଟ ଆନୁସଙ୍ଗିକ ଯେପରିକି: କି ବୋର୍ଡ଼, ମାଉସ, ଫ୍ଲପି ଡିସ୍କ, ସିରିଆଲ ପୋର୍ଟ ଓ ପାରାଲେଲ ପୋର୍ଟ ଆଦି ସହଜରେ ସଂଯୁକ୍ତ କରାଯାଇପାରିଲା। ଏଥିସହିତ ୧୯୯୦ ଦଶକର ଶେଷ ଭାଗରେ ବ୍ୟକ୍ତିଗତ କମ୍ପୁଟର ଗୁଡ଼ିକରେ ସମସ୍ତ ଅଡ଼ିଓ ଏବଂ ଭିଡ଼ିଓ ସହିତ ନେଟୱାର୍କିଂର ସୁବିଧା କୌଣସି ବାହ୍ୟିକ ଆନୁସଙ୍ଗିକ କାର୍ଡ଼ ବ୍ୟବହାର ବିନା ମଧ୍ୟ ହୋଇପାରିଲା। ଆରମ୍ଭ ସମୟର କିଛି ମଦରବୋର୍ଡ଼ ବନାଉଥିବା କମ୍ପାନୀ ଗୁଡ଼ିକ ହେଲେ ମାଇକ୍ରୋନିକ୍ସ, ମାଇଲେକ୍ସ, ଆମେରିକାନ ମେଗାଟ୍ରେଣ୍ଡସ ଇନକର୍ପୋରେଟେଡ଼, ଅର୍ଚିଡ଼ ଟେକ୍ନୋଲୋଜି, ଇଲାଇଟ ଗ୍ରୁପ, ଡାଇମଣ୍ଡ ଫ୍ଲାଓର ଇନକର୍ପୋରେଟେଡ଼ ଏବଂ ଅନେକ ତାଇୱାନ ଦେଶୀୟ କମ୍ପାନୀ । ବହୁଳ ବ୍ୟବହାର ହେଉଥିବା ଆପଲ-୨ ଓ ଆଇ.ବି.ଏମ. ବ୍ୟକ୍ତିଗତ କମ୍ପୁଟର, ସଂପୂର୍ଣ୍ଣ ବିଷୟ ଜ୍ଞାନ ସହ ମଦରବୋର୍ଡ ବାହାର କରିବାରୁ, ପଛୁଆ-ଯାନ୍ତ୍ରିକ ବିଜ୍ଞାନ ସହାୟତାରେ ତୃତୀୟ ପକ୍ଷ ଅତି ଶିଘ୍ର ନୂଆ ମଦରବୋର୍ଡ଼ ବାହାର କରିପାରିଲେ। ଫଳରେ ଅନେକ ମଦରବୋର୍ଡ଼ ଗୁଡ଼ିକ ଉପଯୋଗିତା ମାନ ଉନ୍ନତ ହୋଇପାରିଲା ।<eos> | OSCAR-2019 |
||
<bos>କ୍ଷମା ମାଗିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କଠିନ ପରିଶ୍ରମ ନକରି ବଂର ବିଜୟ ମାଲ୍ୟା ପରି ସ୍ମାର୍ଟ ହେବାପାଇଁ ଆଦିବାସୀଙ୍କ ଉଦ୍ଦେଶ୍ୟରେ କହି ବିବାଦୀୟ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ତେବେ ଏନେଇ ଜାତୀୟ ଗଣମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏବଂ କହିଛନ୍ତି ଯେ, ବିଜୟ ମାଲ୍ୟାଙ୍କ ଉଦାହରଣ ଦେବା ପରିବର୍ତ୍ତେ ଅନ୍ୟମାନଙ୍କ ଉଦାହରଣ ଦେବାରଥିଲା ବୋଲି କହିଛନ୍ତି ଜୁଏଲ ।
ଗତକାଲି ହାଇଦ୍ରାବାଦ ଠାରେ ଅନୁଷ୍ଠିତ ‘ନ୍ୟାସନାଲ୍ ଟ୍ରାଇବାଲ୍ ଏଣ୍ଟର୍ପ୍ରେନ୍ୟୁୟର୍ସ କନ୍କ୍ଲେଭ୍ ୨୦୧୮’ ରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି କଠୋର ପରିଶ୍ରମୀ ନୁହେଁ ବରଂ ସ୍ମାର୍ଟ ପରିଶ୍ରମୀ ହୁଅ । ଆଦିବାସୀ ସମ୍ପ୍ରଦାୟ ଉଦ୍ୟୋଗୀର ଉଚ୍ଛ୍ୱାସ ବଢ଼ାନ୍ତୁ ବୋଲି ସେ କହିବା ସହ ସଫଳ ବାଣିଜ୍ୟ ସାମ୍ରାଜ୍ୟ ଗଠନ କରିଥାଇ ମଧ୍ୟ ଆଇନ୍ ଓଲଟା ଦିଗରେ ଯାଇ ନଷ୍ଟ ହୋଇ ଯାଇଥିବା ବିଜୟ ମାଲ୍ୟାଙ୍କ ଦୃଷ୍ଟାନ୍ତ ଦେଇଥିଲେ । ସେ କହିଥିଲେ ସମସ୍ତେ ବିଜୟ ମାଲ୍ୟାଙ୍କୁ ଲୋକଗାଳି ଦେଉଛନ୍ତି । କିନ୍ତୁ ବିଜୟ ମାଲ୍ୟାଙ୍କ ବିଷୟରେ ଅନୁଧ୍ୟାନ କଲେ ଆପଣ ଜାଣିପାରିବେ ସେ ଜଣେ ଅତି ଚତୁର ମଣିଷ । ସେ କିଛି ବିଜ୍ଞ ଲୋକଙ୍କୁ ଚାକିରି ଦେଇ ବ୍ୟାଙ୍କର୍, ରାଜନେତା, ସରକାରଙ୍କୁ ପ୍ରଭାବିତ କରିଥିଲେ । ଆପଣମାନଙ୍କୁ କିଏ ବାଧା ଦେଉଛି (ସ୍ମାର୍ଟ ହେବା ପାଇଁ) ? ବ୍ୟବସ୍ଥାକୁ ପ୍ରଭାବିତ ନ କରିବାକୁ ଆଦିବାସୀଙ୍କୁ କିଏ କହିଛି ? ବ୍ୟାଙ୍କର୍ମାନଙ୍କୁ ପ୍ରଭାବିତ କରିବାକୁ ଆପଣମାନଙ୍କୁ କିଏ ବାଧା ଦେଉଛି ବୋଲି ଉପହାସ କରିବା ଭଳି ଢଙ୍ଗରେ ‘ନେସ୍ନାଲ୍ ଟ୍ରାଇବାଲ୍ ଏଣ୍ଟର୍ପ୍ରେନ୍ୟୁୟର୍ସ କନ୍କ୍ଲେଭ୍ ୨୦୧୮’ ରେ ନୋଟ୍ ଭାଷଣ ଦେଲାବେଳେ ଓରାମ କହିଛନ୍ତି ।
ସେ ଦର୍ଶାଇ ଥିଲେ ଯେ ଆଦିବାସୀ ହେବାରେ ସୁବିଧା ଅଛି, ଅସୁବିଧା ବି ଅଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଏବଂ ସରକାରୀ ଚାକିରିରେ ଆଦିବାସୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାରୁ ଏହାର ସୁଯୋଗ ନେଇ ସେମାନେ ଜୀବନରେ ଉନ୍ନତି କରି ପାରିବେ । ଅସୁବିଧା ହେଲା, ସେମାନେ ଜୀବନରେ ସଫଳ ହେଲେ ମଧ୍ୟ ସେମାନଙ୍କର ସୁଗୁଣକୁ ମାନ୍ୟତା ଦିଆ ଯାଉ ନାହିଁ । ଆମେ ଉଦ୍ୟୋଗୀ ହେବା ଉଚିତ, ଆମେ ବିଜ୍ଞ ହେବା । ଆମେ ସ୍ମାର୍ଟ ହେବା ଉଚିତ । ଆମେ ସୂଚନା ପାଇବା । ସୂଚନା ହିଁ ଶକ୍ତି । ଯେଉଁମାନେ ସୂଚନାର ଅଧିକାରୀ, ସେମାନେ କ୍ଷମତାକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ଅନୁଷ୍ଠାନରେ ୧୦୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ଉଦ୍ୟୋଗୀ ଯୋଗ ଦେଇଥିଲେ ।<eos> | OSCAR-2019 |
||
<bos>ଆଜିକାଲି ମୋବାଇଲରେ ଗୀତ ଶୁଣିବା ସମସ୍ତଙ୍କର ନୀତିଦିନର ଅଭ୍ୟାସ ହୋଇଥାଏ। କିନ୍ତୁ ଆପଣ ହୁଏତ ଜାଣିନଥିବେ ଏହା ଆମ ଶରୀର ପାଇଁ କେତେ କ୍ଷତିକାରକ ହୋଇପାରେ। ନିକଟରେ ତାମିଲନାଡୁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।<eos> | OSCAR-2019 |
||
<bos>ଚାମ୍ପିଅନସିପ୍ ଟ୍ରଫି ଅବସରରେ ବାଙ୍ଗଲାଦେଶ ବିପକ୍ଷରେ ୩୦୦ତମ ୱାନଡେ ମ୍ୟାଚ୍ ଖେଳିଥିବା ଯୁବରାଜ୍ ସିଂହଙ୍କ ଯାଦୁ ଦିନକୁ ଦିନ ଫିକା ପଡିବାରେ ଲାଗିଛି । ନିଜ ଅଲରାଉଣ୍ଡର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆକୁ ୨୦୧୧ରେ ବିଶ୍ୱ ଚାମ୍ପିଅନସିପର ତାଜ୍ ଦେଇଥିବା ଯୁବରାଜ ଅନେକ ଥର ପ୍ରମାଣ କରିସାରିଛନ୍ତି ସେ ଜଣେ ମ୍ୟାଚ୍ ୱିନର ବୋଲି । କିନ୍ତୁ ବର୍ତ୍ତମାନ ଯୁବରାଜଙ୍କଠାରେ ଆଉ ପୂର୍ବ ଭଳି ଜୋସ୍ ଦେଖିବାକୁ ମିଳୁନାହିଁ । ଯେଉଁ କାରଣରୁ ଭାରତୀୟ ଦଳକୁ ବାରମ୍ବାର ପରାସ୍ତର ମୁହଁକି ଦେଖିବାକୁ ମିଳୁଛି ।
୨୦୧୧ ବିଶ୍ୱକପ ପରେ ଯୁବାରଜଙ୍କୁ କ୍ୟାନସର ରୋଗର ସାମ୍ନା କରିବାକୁ ପଡିଥିଲା । ଯାହା ବଦଳାଇ ଦେଇଥିଲା ଯୁବରାଜଙ୍କ ଭାଗ୍ୟ । କାରଣ ଦମଦାର ତରିକାରେ ସେ ଦଳକୁ ଫେରିଥିଲେ ସତ କିନ୍ତୁ ତାହା ସବୁଦିନ ପାଇଁ ଚାଲି ନଥିଲା । ବଦଳି ଯାଇଥିଲା ଯୁବରାଜଙ୍କ ଖେଳିବାର ଢଙ୍ଗ । ଆଉ ମଇଦାନରେ ସେ ହୋଇଥିଲେ ଫ୍ଲଫ୍ । ଖାଲି ସେତିକି ନୁହେଁ ଏଥିପାଇଁ ତାଙ୍କୁ ଦଳରୁ ବାରମ୍ବାର ବାହର କରିଦିଆଯାଉଥିଲା । ତେବେ ବହୁ ବାଦବିବାଦ ପରେ ସେ ଏକ ମ୍ୟାଚରେ ଦମଦାର ଖେଳ ପ୍ରଦର୍ଶନ କରନ୍ତି କିନ୍ତୁ ପରବର୍ତ୍ତି ସମୟରେ ଯୁବାରାଜଙ୍କ ବ୍ୟାଟ୍ ଆଉ ତାଙ୍କ ବୋଲ୍ ମାନି ନଥିଲା ।
୨୦୧୭ର ଆରମ୍ଭରେ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜରେ ଯୁବରାଜଙ୍କୁ ଦଳରେ ଖେଳିବାକୁ ପୁଣି ଥରେ ସୁଯୋଗ ଦିଆଯାଇଥିଲା ଏବଂ ଯୁବରାଜ୍ ମଧ୍ୟ ନିଜ ଫ୍ୟାନ୍ସଙ୍କ ଆଶାକୁ ସଫଳ କରିବାରେ ସକ୍ଷମ ହୋଇଥିଲେ । ଶାନଦାର ବ୍ୟାଟିଂ ତଥା ଭଲ ପ୍ରଦର୍ଶନ କରି ସେ ହାସଲ କରିଥିଲେ ୧୫୦ ରନ୍ । ଏହାପରେ ପୁଣି ଥରେ ତାଙ୍କୁ ଚାମ୍ପିୟନସିପ୍ ଟ୍ରିଫିରେ ସାମିଲ ହେବାକୁ ସୁଯୋଗ ମିଳିଲା । ଯେଉଁଥିରେ ସେ ପାକିସ୍ତାନ ବିରୋଧରେ ଖେଳି ମ୍ୟାଚକୁ ଜିତାଇବାରେ ସହଯୋଗ କରିଥିଲେ ଓ ଜିତିଥିଲେ ମ୍ୟାନ୍ ଅଫ୍ ଦ ମ୍ୟାଚର ତାଜ୍ । କିନ୍ତୁ ଏହାପରେ ତାଙ୍କ ବ୍ୟାଟର ଯାଦୁ ଆଉ ଦେଖିବାକୁ ମିଳି ନଥିଲା । ଶ୍ରୀଲଙ୍କା ଏବଂ ପାକିସ୍ତାନ ବିପକ୍ଷରେ ତାଙ୍କର ବ୍ୟାଟ୍ ଆଉ ଚାଲି ନଥିଲା ଏବଂ ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ ନେଇ ଯାଇଥିଲା ପରାସ୍ତର ଦ୍ୱାରଦେଶକୁ ।
ଦିନ ଥିଲା ବିଶ୍ୱର ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଫିଲ୍ଡର୍ସଙ୍କ ମଧ୍ୟରେ ଯୁବରାଜଙ୍କ ନାଁ ଥିଲା ଶୀର୍ଷରେ ମାତ୍ର ବର୍ତ୍ତମାନ ତାଙ୍କର ସେହି ଜଲବା ଆଉ ଦେଖିବାକୁ ପାଉନାହିାଁନ୍ତି କ୍ରିକେଟ ପ୍ରେମୀ । ଇତି ମଧ୍ୟରେ ସେ ୨୦୧୯ ବିଶ୍ୱକପରେ ଖେଳିବାକୁ ନେଇ ପ୍ରଶ୍ନ ଉଠିଛି । ତେବେ ସମ୍ଭବତଃ ସେ ଅଗାମୀ ବିଶ୍ୱକପରେ ଟିମ୍ ଇଣ୍ଡିଆରେ ସାମିଲ ହୋଇ ନପାରନ୍ତି । ଏଭଳି ପରିସ୍ଥିତିରେ ସେଭଳି କେଉଁ ଖେଳାଳିମାନେ ଅଛନ୍ତି ଯିଏକି ଟିମ୍ ଇଣ୍ଡିଆରେ ଯୁବରାଜଙ୍କ ସ୍ଥାନ ଭରଣ କରିପାରିବେ । କାରଣ ଆଗାମୀ ବିଶ୍ୱକପ ପାଇଁ ବାକି ରହିଛି ମାତ୍ର ଅଳ୍ପ କିଛି ଦିନ । ତେବେ ଆସନ୍ତୁ ନଜର ପକାଇବା ସେହି ଖେଳାଳିଙ୍କ ଉପରେ ଯେଉଁମାନେ ୨୦୧୯ରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱକପରେ ସାମିଲ ହୋଇପାରନ୍ତି ।
ଯୁବରାଜଙ୍କ ସ୍ଥାନରେ ସୁରେଶ ରାଇନା ୨୦୧୯ର ବିଶ୍ୱକପରେ ଟିମ୍ ଇଣ୍ଡିଆରେ ନଜର ଆସିପାରନ୍ତି । ତାଙ୍କର ପାରଦର୍ଶିତା ଭାରତୀୟ ଦଳ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିପାରେ । ଗତ କିଛି ସମୟ ହେଲା ସେ ଦଳ ସହିତ ଜଡିତ ରହିଛନ୍ତି । ସେ ଅନେକ ଥର ବିପରୀତ ପରିସ୍ଥିତିଗୁଡିକରେ ଦଳକୁ ନିଜର ଦମଦାର ବ୍ୟାଟିଂ ବଳରେ ବିଜୟ ପଥରେ ନେବାରେ ସକ୍ଷମ ହୋଇଛନ୍ତି । ତେଣୁ ଏଥିପାଇଁ ତାଙ୍କୁ ବିଶ୍ୱକପରେ ସାମିଲ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି ।
ଚାମ୍ପିଅନ୍ସ ଟ୍ରଫିର ଶେଷ ମୁହୂର୍ତ୍ତରେ ମନୀଷ ପାଣ୍ଡେଙ୍କ ଜାଗାରେ ଦିନେସ କାର୍ତ୍ତିକଙ୍କୁ ଦଳରେ ସାମିଲ କରାଯାଇଥିଲା । ସେ ବାଙ୍ଗଲାଦେଶ ବିପକ୍ଷରେ ଖେଳିବା ପୂର୍ବରୁ ହିଁ ଅଭ୍ୟାସ ମ୍ୟାଚରେ ୯୪ ରନ୍ ପାର କରି ପ୍ରମାଣିତ କରି ଦେଇଥିଲେ କି ସେ ଜଣେ ଭଲ ଖେଳାଳି ବୋଲି । ଦିନେସ ବିଭିନ୍ନ ଘରୋଇ କ୍ରିକେଟ୍ ମ୍ୟାଚରେ ଭଲ ପ୍ରଦର୍ଶନ କରିସାରିଛନ୍ତି । ଯେଉଁଥିପାଇଁ ତାଙ୍କୁ ବିଶ୍ୱକପରେ ଖେଳିବାକୁ ଚୟନ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି ।
ମନୀଷ ପାଣ୍ଡେ ଭାରତୀୟ ଦଳର ସେହି ଯୁବ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯିଏ କି ଗତ କିଛି ଦିନ ହେଲା ଘରୋଇ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି । କିନ୍ତୁ ଏଯାବତ୍ ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରିପାରି ନାହାଁନ୍ତି ମନୀଷ । ୨୦୧୬ରେ ପାଣ୍ଡେ ଅଷ୍ଟ୍ରେଲିଆ ବିପକ୍ଷରେ ୱାନଡେ ମ୍ୟାଚ ଖେଳି ଶତକ କରି ଅନ୍ତରାଷ୍ଟ୍ରୀୟ ସ୍ଥରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ମାତ୍ର ପରବର୍ତ୍ତି ସମୟରେ ଆହତ ହେବା କାରଣରୁ ତାଙ୍କ ପାଇଁ ଏହା ଏକ ସମସ୍ୟା ସୃଷ୍ଟି କରିଥିଲା । ତେବେ ଏସବୁ ସତ୍ୱେ ମଧ୍ୟ ସମ୍ଭବତଃ ତାଙ୍କୁ ପୁଣି ଥରେ ଦଳରେ ସାମିଲ ହେବାକୁ ସୁଯୋଗ ଦିଆଯାଇପାରେ ।
ଭାରତୀୟ ଦଳରେ ୱେଷ୍ଟଣ୍ଡିଜ୍ ବିପକ୍ଷରେ ଖେଳିବା ପାଇଁ ସାମିଲ ହୋଇଥିବା ଯୁବ ଖେଳାଳି ଋଷଭ ପନ୍ତ ଜଣେ ଏଭଳି ଖେଳାଳି ଯିଏ କି ଯୁବରାଜ ଭଳି ବିନାବାଧା ତଥା ବିନ୍ଦାସରେ ବ୍ୟାଟିଂ କରନ୍ତି । ତେବେ ବାମ ହାତରେ ବ୍ୟାଟିଂ କରୁଥିବା ଋଷଭଙ୍କ ଦମଦାର ଅନ୍ଦାଜ୍ ସମସ୍ତଙ୍କୁ କରିଛି ଆକୃଷ୍ଟ । ସେ ଆଇପିଏଲରେ ଗୁଜୁରାଟ ବିପକ୍ଷରେ ମ୍ୟାଚ୍ ଖେଳି ୯୬ ରନ୍ ହାସଲ କରି ଚର୍ଚ୍ଚିତ ରହିଥିଲେ । ଯେଉଁଥି ପାଇଁ ସମ୍ଭବତଃ ତାଙ୍କୁ ୨୦୧୯ରେ ହେବାକୁ ଯାଉଥିବା ବିଶ୍ୱକପରେ ସାମିଲ କରାଯାଇପାରେ ।<eos> | OSCAR-2019 |
||
<bos>କ୍ୟାନ୍ସର ଭଳି ମରଣାନ୍ତକ ରୋଗରେ ବହୁ କମ୍ ଲୋକ ବଞ୍ôଚବାର ସୌଭାଗ୍ୟ ଲାଭ କରୁଥିବା ବେଳେ କିଛି ଲୋକ ସମୟ ପୂର୍ବରୁ ରୋଗର ଆଭାସ ନ ପାଇ ଅବହେଳା କରି ମୃତ୍ୟୁ ମୁଖରେ ପଡିଥାନ୍ତି । ଏହାର କାରଣ କ୍ୟାନ୍ସରର ହାନିକାରକ ସେଲ୍ସଗୁଡିକ ଶରୀରରେ ଦ୍ରୁତ ଗତିରେ ପ୍ରବାହିତ ହୋଇଥାଏ । ଯାହାଦ୍ୱାରା ଜୀବନ ଯିବାର ସମ୍ଭାବନା ଅଧିକ ବଢିଯାଏ ଏବଂ କିଛି ବୁଝିବା ପୂର୍ବରୁ ହିଁ ପାଖରେ ସମୟର ଅଭାବ ଦେଖାଯାଏ ।
କିନ୍ତୁ ଛତିଶଗଡର ରାୟପୁରଠାରେ ରହୁଥିବା ମମତା ତ୍ରିପାଠୀ ନାମକ ଜଣେ ଗବେଷକ ଏହି ରୋଗକୁ କମ୍ କରିବାକୁ ଔଷଧ ବାହାର କରିସାରିଛନ୍ତି । କର୍କଟ ରୋଗରେ କୌଣସି ମେଡିସିନ୍ ନଥିବା ଯୋଗୁଁ ଏଥିରେ ବହୁ ଲୋକ ନିଜ ଜୀବନ ହାରିଥାନ୍ତି । କିନ୍ତୁ ମମତାଙ୍କର ଏହି ରିସର୍ଚ୍ଚ କର୍କଟ ପୀଡିତଙ୍କ ଜୀବନ ରକ୍ଷା କରିପାରିଲେ ତାଙ୍କ ପାଇଁ ବଡ କଥା ଆଉ କିଛି ହୋଇନପାରେ ।
ମମତାଙ୍କ କହିବାନୁସାରେ,ଏହି ଗବେଷଣାକୁ ପ୍ରଥମେ ମୂଷାଙ୍କ ଉପରେ ପରୀକ୍ଷଣ କରାଯାଇଥିଲା ଏବଂ ସେ ପୁନଶ୍ଚ ଏହାକୁ ମୂଷାଙ୍କ ଉପରେ ପରୀକ୍ଷଣ କରିଦେଖିବେ ଯେ ତାଙ୍କ ଗବେଷଣାର ପ୍ରଭାବ ମୂଷାଙ୍କ ଉପରେ ପଡୁଛି କି ନାହିଁ । ୪-୫ବର୍ଷର କଠିନ ପରିଶ୍ରମରେ ସେ ଏହି ଗବେଷଣାରେ ସଫଳତା ପ୍ରାପ୍ତ କରିଛନ୍ତି । ଏହା ଶରୀରରେ ଥିବା ୭୦ ରୁ ୮୦ ପ୍ରତିଶତ କ୍ୟାନସର୍ ସେଲକୁ ନଷ୍ଟ କରିବାରେ ସହାୟକ ହେବ ।<eos> | OSCAR-2019 |
||
<bos>ବରଗଡ଼/ଅତାବିରା: ଦୀର୍ଘ ୪ ମାସ ପରେ ପୁଣି ଥରେ ପାର୍ସଲ ବୋମା ବିସ୍ଫୋରଣ ଘଟିଛି। ଗତଥର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ପାର୍ସଲ ବୋମା ଫୁଟିଥିବା ବେଳେ ଏଥର ବରଗଡ଼ ଜିଲ୍ଲାର ଅତାବିରା ଥାନା ଅନ୍ତର୍ଗତ ଭାଲୁପତରା ଗାଁରେ ପାର୍ସଲ ବୋମା ଫୁଟିବାରୁ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଚାଷୀ ଓ ବ୍ୟବସାୟୀ ସି.ଏଚ୍. ନାଗଭୂଷଣ(୪୫) ଗୁରୁତର ହେବା ପରେ ତାଙ୍କୁ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ପାଇ ବରଗଡ଼ ଏସ୍ପି ମୁକେଶ ଭାମୁ, ଏସ୍ଡିପିଓ ସୁରେଶ ଚନ୍ଦ୍ର ନାୟକ ଓ ପୁଲିସ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଉଛି।
ଆଜି ଅପରାହ୍ନରେ ୩ଟା ୩୦ରେ ଏହି ପାର୍ସଲ ଟିଫିନ ବୋମା ବିସ୍ଫୋରଣ ଘଟିଥିଲା ବୋଲି ପୁଲିସ କହିଛି। ଘର ପାଚେରୀ ସମ୍ମୁଖରେ ଅନ୍ୟ ଜିନିଷ ସହିତ ବୋମା ରଖା ଯାଇଥିଲା। ହାଇସ୍କୁଲରେ ପଢୁଥିବା ନବମ ଶ୍ରେଣୀର ଝିଅ ସି.ଏଚ୍ ସିରସା(୧୪) ଘର ବାହା ପାଚୋରୀ ନିକଟରେ ରଖାଯାଇଥିବା ଜିନିଷ ସଂପର୍କରେ ବାପାଙ୍କୁ କହିଥିଲା। ପରେ ସି.ଏଚ୍ ନାଗଭୂଷଣ ବିଲକୁ ଯିବା ପୂର୍ବରୁ ପେଟିରେ କ’ଣ ଅଛି ବୋଲି ଦେଖିବା ବେଳକୁ ଅଚାନକ ବିସ୍ଫୋରଣ ଘଟିଥିଲା। ସି.ଏଚ୍. ନାଗଭୂଷଣ ଚାଷ ସହିତ ସାର ଓ କୀଟନାଶକ ଔଷଧ ବ୍ୟବସାୟ କରନ୍ତି। ପାର୍ସଲ ବୋମା ଫୁଟିବା ଦ୍ୱାରା ତାଙ୍କର ବାମ ଆଖି କ୍ଷତବିକ୍ଷତ ହୋଇଛି।<eos> | OSCAR-2019 |
||
<bos>ଆଳି: ଆଳି ତହସିଲ ଅଧୀନ ପେତପଡା ଗ୍ରାମପଞ୍ଚାୟତ ଠାକୁରପାଟଣା ଗ୍ରାମର ଜନୈକା ବାସିନ୍ଦାଙ୍କ ବାସଗୃହ ଭାଙ୍ଗିବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଳି ତହସିଲଦାର ନୋଟିସ ଜାରି କରିଛନ୍ତି। ସଂପୃକ୍ତ ଗୃହମାଲିକ ସରକାରୀ ସଂପତ୍ତିକୁ ଜବରଦଖଲ କରି ଇନ୍ଦିରା ଆବାସ କୋଠା ନିର୍ମାଣ କରିବା ସହିତ ଗ୍ରାମବାସୀଙ୍କ ରାସ୍ତା ଅବରୋଧ କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାପାଳ ଏହି ଉଚ୍ଛେଦ ଆଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶର ପୁନର୍ବିଚାର ନିମନ୍ତେ ଅବରୋଧକାରୀଙ୍କ ପରିବାର ସହିତ ପେତପଡା ସରପଞ୍ଚ ଓ କେତେକ ଗ୍ରାମବାସୀ ଆଜି ସକାଳୁ ଆଳି ତହସିଲଦାରଙ୍କ ଅଫିସ ସାମ୍ନାରେ ଅନଶନରେ ବସି ରହିଥିିବା ଦେଖିବାକୁ ମିଳିଛି।
ପ୍ରକାଶଯୋଗ୍ୟ ଯେ ଠାକୁରପାଟଣା ଗ୍ରାମର ଜନୈକା ପତିହରା କେବତୀ ଦାସ ସର୍ବସାଧାରଣ ରାସ୍ତାକୁ ଅବରୋଧ କରି ଇନ୍ଦିରା ଆବାସ ଗୃହ ନିର୍ମାଣ କରିଥିବାରୁ ଗ୍ରାମର ୧୫ ପରିବାରଙ୍କ ଯାତାୟତ ପଥ ଅବରୋଧ ହୋଇଥିବା ସଂପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳ ରେଘୁଜୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଜିଲ୍ଲାପାଳ ତଦନ୍ତ ନିମନ୍ତେ ଆଳି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାରଙ୍କ ତଦନ୍ତ ରିପୋର୍ଟ ପରେ ଜିଲ୍ଲାପାଳ ସଂପୃକ୍ତ ବାସଗୃହକୁ ଭାଙ୍ଗିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ବୁଧବାର କୋଠା ଭଙ୍ଗାଯିବା ସଂପର୍କରେ ତହସିଲଦାର ନୋଟିସ ଜାରି କରିବା ପରେ କେବତୀ ନିରୁପାୟ ହୋଇ ଆଜି ତାଙ୍କର ଏକମାତ୍ର ଝିଅ ସୁଚିସ୍ମିତାଙ୍କୁ ଧରି ଅନଶନରେ ବସିଥିବା ବେଳେ ତାଙ୍କୁ ସମର୍ଥନ ଜଣାଇ ପେତପଡା ସରପଞ୍ଚ ଅଦ୍ୱୈତ୍ୟ ପ୍ରଧାନ, ପୂର୍ବତନ ସରପଞ୍ଚ ଶିବପ୍ରସାଦ ବେହେରା, ଗଙ୍ଗାଧର ଦାସ, ପ୍ରଫୁଲ୍ଲ ନାୟକ, ଜବାହରଲାଲ ଦାସ, ବିନୋଦ ଦାସ, ଉର୍ମିଳା ଦାସ, ପାର୍ବତୀ ଦାସ, ସ୍ୱର୍ଣଲତା ଦାସ, ମଧୁସ୍ମିତା ଦାସ, ଦାମୋଦର ଦାସ, ଦୈତ୍ୟାରୀ ବେହେରା ପ୍ରମୁଖ କେତେକ ଗ୍ରାମବାସୀ ଅନଶନରେ ବସି ରହିଥିଲେ।
ସକାଳ ୮ଟାରୁ ଅପରାହ୍ନ ଯାଏ ଅନଶନରେ ବସିବା ପରେ ଏକ ପ୍ରତିନିଧି ଦଳ ରାଜକନିକା ଗସ୍ତରେ ଥିବା କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଭେଟିଥିଲେ। ତେବେ କେନ୍ଦ୍ରାପଡା ଜିଲ୍ଲାପାଳ ନିଷ୍ପତ୍ତିର ପୁନର୍ବିଚାର ହୋଇ ପାରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଅପରପକ୍ଷରେ ଆଳି ତହସିଲଦାର ଅଶ୍ୱିନୀ କୁମାର ଭୂୟାଁଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଲେ ଯେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ୧୩ ତାରିଖରେ କେବତୀଙ୍କ ଘର ଭଙ୍ଗାଯିବ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ସରକାରୀ ସଂପତ୍ତି ଉପରେ କେବତୀ ଦାସ ସରକାରୀ ଇନ୍ଦିରା ଆବାସ ପାଇଲେ କେମିତି? ଗତ ୨୦୧୫ ମସିହା ମେ ୨୩ ତାରିଖରେ ଇନ୍ଦିରା ଆବାସ କାର୍ଯ୍ୟାଦେଶ ନମ୍ବର ୨୪୧୯ରେ ସରକାରୀ ସଂପତ୍ତି ଉପରେ କେବତୀଙ୍କୁ ଇନ୍ଦିରା ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେଲେ କେଉଁ ଅଧିକାରୀ? ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ କେବତୀଙ୍କ ଗୃହ ଉଚ୍ଛେଦ ପାଇଁ ପ୍ରଶାସନିକ ନିର୍ଦ୍ଦେଶ ହେଉଥିବା ବେଳେ କେଉଁ କାରଣରୁ ଇନ୍ଦିରା ଆବାସ ଯୋଗାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।<eos> | OSCAR-2019 |
||
<bos>ସାବଧାନ! UGC ଜାରିକଲା ୨୪ଟି ଫର୍ଜି ବିଶ୍ୱବିଦ୍ୟାଳୟର ଲିଷ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା: ଓଡ଼ିଶାରେ ୨ଟି – Odiapua.com
UGC (University Grants Commission) ୨୪ଟି ଫର୍ଜି ବିଶ୍ୱବିଦ୍ୟାଳୟର ଏକ ତାଲିକା ଜାରି କରିଛି। ଏହି ବିଶ୍ୱ ବିଦ୍ୟାଳୟ ଗୁଡ଼ିକର କୌଣସି ଡିଗ୍ରୀ ମାନ୍ୟ ନୁହେଁ। ସେଗୁଡ଼ିକ ମଧ୍ୟରୁ ୮ଟି ଦିଲ୍ଲୀରେ। ଓଡ଼ିଶାରେ ୨ଟି
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ): ବିଶ୍ଵବିଦ୍ୟାଲୟ ଅନୁଦାନ ଆୟୋଗ ଅର୍ଥାତ୍ ୟୁଜିସି ୨୪ଟି ଫର୍ଜି ବିଶ୍ଵବିଦ୍ୟାଳୟର ଏକ ଲିଷ୍ଟ ଜାରି କରିଛି ଯେଉଁଥିରେ ଆଠଟି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅଛି। ୟୁଜିସି ଏକ ନୋଟିସ ଜାରି କରି କହିଛିଯେ, ‘ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକମାନଙ୍କୁ ସୂଚିତ କରାଯାଉଛିଯେ, ବର୍ତ୍ତମାନ ଦେଶର ବିଭିନ୍ନ ଭାଗରେ ୨୪ଟି ସ୍ଵୟଂ ଏବଂ ଅଣପଞ୍ଜିକୃତ ସଂସ୍ଥା ୟୁଜିସି ଅଧିନିୟମର ଉଲ୍ଲଂଘନ କରି ଚାଲୁଛନ୍ତି’।
ୟୁଜିସି କହିଛି, ‘ଏହି ବିଶ୍ଵବିଦ୍ୟାଳୟଗୁଡ଼ିକୁ ଫର୍ଜି ଘୋଷିତ କରାଯାଇଛି ଏବଂ ଏହି ବିଶ୍ୱ ବିଦ୍ୟାଳୟଗୁଡ଼ିକର କୌଣସି ଡିଗ୍ରୀ ଦେବାର କ୍ଷମତା ନାହିଁ”।
ଦିଲ୍ଲୀରେ କମର୍ସିଆଲ ୟୁନିଭର୍ସିଟୀ, ୟୁନାଇଟେଡ ନେଶନ୍ସ ୟୁନିଭର୍ସିଟି, ଭୋକେସନଲ ୟୁନିଭର୍ସିଟି, ଏଡିଆର – ସେଣ୍ଟ୍ରିକ ଜୁରିଡିକାଲ ୟୁନିଭର୍ସିଟି, ଇଣ୍ଡିଆନ୍ ଇଂଷ୍ଟିଟ୍ୟୁସନ ଅଫ ସାଇନ୍ସ ଆଣ୍ଡ ଇଂଞ୍ଜିନିୟରିଂ, ବିଶ୍ଵକର୍ମା ଓପନ ୟୁନିଭର୍ସିଟି ଫର ସେଲ୍ଫ ଏମ୍ପ୍ଲୟଯମେଣ୍ଟ, ଆଧ୍ୟାତ୍ମିକ ବିଶ୍ଵବିଦ୍ୟାଲୟ ଏବଂ ବାରାଣସେୟ ସଂସ୍କୃତ ବିଶ୍ଵବିଦ୍ୟାଲୟ ଫର୍ଜି ୟୁନିଭର୍ସିଟିର ଲିଷ୍ଟର ସାମିଲ ଅଛନ୍ତି।
ଅନ୍ୟ ଫର୍ଜି ବିଶ୍ଵବିଦ୍ୟାଲୟ ପଣ୍ଡିଚେରୀ, ଆଲୀଗଡ଼, ବିହାର, ରାଉରକେଲା, ଓଡ଼ିଶା, କାନପୁର, ପ୍ରତାପଗଡ଼, ମଥୁରା, ନାଗପୁର, କେରଳ, କର୍ଣ୍ଣାଟକ ଏବଂ ଆଲହାବାଦରେ।<eos> | OSCAR-2019 |
||
<bos>କୌଣସି ବି କ୍ଷେତ୍ରରେ ସଫଳତା ହାସଲ କରିବାକୁ ହେଲେ ଗୋଟିଏ କଥା ଉପରେ ନିଶ୍ଚୟ ଧ୍ୟାନ ଦେବା ଜରୁରୀ କି ଆପଣଙ୍କର ଇଂଟରଭିୟୁରେ ପ୍ରମାଣିତ କରିବାର ସାମର୍ଥ୍ୟ ଥିବା ଦରକାର କି ଆପଣ ଉକ୍ତ ଚାକିରି ପାଇଁ ଉପଯୁକ୍ତ କି ନୁହେଁ । ଆପଣଙ୍କଠାରେ ଏଭଳି କି ଗୁଣ ବା ପ୍ରତିଭା ରହିଛି ଯାହାକୁ ଆଧାର କରି ଏହା କୁହାଯାଇ ପାରିବ କି ଆପଣ ହିଁ ଏହି ପଦବୀ ପାଇଁ ବାସ୍ତବରେ ହକଦାର । କିନ୍ତୁ ଇଂଟରଭିୟୁରେ ବହୁତ କମ୍ ହିଁ ଲୋକଥାନ୍ତି ଯେଉଁମାନେ କି ଏପରି କରିବାର ସାମର୍ଥ ରଖିଥାନ୍ତି ।
ଜୀବନରେ ସଫଳତା ହାସଲ କରିବାରେ ଅଛି ତ ତେବେ ସର୍ବ ପ୍ରଥମେ ଇଂଟରଭିୟୁରେ କରାଯାଉଥିବା ପ୍ରଶ୍ନର ଉତ୍ତର ଦେବାର ପ୍ରତିଭାକୁ ଶିଖିନେବା ଉଚିତ । ତେବେ ଜାଣନ୍ତୁ ଇଂଟରଭିୟୁ ସମୟରେ କରାଯାଇଥିବା ପ୍ରଶ୍ନର ଉତ୍ତରକୁ ଆପଣ କିଭଳି ସାମ୍ନା କରିବେ । ତେବେ ଆସନ୍ତୁ ଜାଣିବା ।
ତେବେ ଏହି ପ୍ରଶ୍ନର ଉତ୍ତରରେ କିଛି ଏଣୁତେଣୁ ନ ଗପି ସିଧାସଳଖ ନିଜର ମତ ରଖନ୍ତୁ । ଏବଂ ଯେଉଁ କାରଣରୁ ଆପଣ ଏହି କ୍ଷେତ୍ରଟିକୁ ଚୟନ କରିଛନ୍ତି ।
ଏହି ପ୍ରଶ୍ନର ଉତ୍ତରରେ ଆପଣ ଆପଣଙ୍କ ପ୍ରତିଭା ସଂପର୍କରେ ତାଙ୍କୁ ଅବଗତ କରାନ୍ତୁ । ଯାହା ଉପରେ ଆପଣଙ୍କର ସଂପୂର୍ଣ୍ଣ କନଫିଡେନ୍ସ ରହିଛି । ଆପଣ ଯେଉଁ ପଦ ପାଇଁ ଆବେଦନ କରିଛନ୍ତି ତାହା ସହ ଜଡିତ ପ୍ରତିଭା ବା ଗୁଣ ସଂପର୍କରେ ଆଲୋଚନା କରନ୍ତୁ । ଯାହା ଆପଣଙ୍କଠାରେ ରହିଛି । ଏଥିସହିତ ମଧ୍ୟ ଆପଣ ଆପଣଙ୍କର ଦୁର୍ବଳତା ସଂପର୍କରେ ସେମାନଙ୍କ ସହିତ ଆଲୋଚନା କରିପାରିବେ ।
ଏହି ପ୍ରଶ୍ନର ଉତ୍ତର ଆପଣ ସେତେବେଳ ଦେଇ ପାରିବେ ଯେତେବେଳେ ଆପଣଙ୍କର ଉକ୍ତ କଂପାନୀ ସଂପର୍କରେ କିଛି ଜ୍ଞାନ ଥିବ । ଏଥିପାଇଁ ଇଂଟରଭିୟୁ ପାଇଁ ଯିବା ପୂର୍ବରୁ ପ୍ରଥମେ ଉକ୍ତ କଂପାନୀ ସଂପର୍କରେ ସମସ୍ତ ତଥ୍ୟ ଜାଣିବା ଆବଶ୍ୟକ । ଏଥିସହିତ କଂପାନୀ ପାଇଁ କଣ କରିପାରିବେ ଏହାର ଉତ୍ତର ମଧ୍ୟ ତଥ୍ୟ ଆଧାରରେ ଦେବାକୁ ଚେଷ୍ଟା କରନ୍ତୁ ।
ଇଂଟରଭିୟୁ ସମୟରେ ପଚରା ଯାଉଥିବା ପ୍ରଶ୍ନ ମଧ୍ୟରୁ ଏହା ହେଉଛି ସବୁଠାରୁ ସହଜ ତଥା ସାଧାରଣ ପ୍ରଶ୍ନ ଅଟେ । ଅଧିକାଂଶ ସମୟରେ ଲୋକେ ଏହା ଉପରେ ବହୁତ ଇମୋସନାଲ୍ ହୋଇ ଉତ୍ତର ଦେଇଥାନ୍ତି । ଯେପରିକି ମୋତେ ଟଙ୍କାର ବହୁତ ଆବଶ୍ୟକତା ରହିଛି । ଏହି ଚାକିରିରେ ଅନେକ ଅସୁବିଧା ବା ସମସ୍ୟା ଥିଲା କିମ୍ବା ଏହା ମୋ ପାଇଁ ଠିକ୍ ନଥିଲା ଇତ୍ୟାଦି । ତେବେ ଏପ୍ରକାର ଉତ୍ତର ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଏଥିପାଇଁ ଏଭଳି ଜବାବ୍ ଦେବା ପରିବର୍ତ୍ତେ ଆପଣ କୁôହନ୍ତୁ କି ଆପଣଙ୍କୁ ଚାଲେଞ୍ଜ ପସନ୍ଦ ଅଟେ ଏବଂ ନୁଆ ଚାଲେଞ୍ଜ ସନ୍ଧ୍ୟାନରେ ଥିଲି ବୋଲି ।
ଏହି ପ୍ରଶ୍ନ ଜରିଆରେ ଇଂଟରଭିୟୁ ନେଉଥିବା ବ୍ୟକ୍ତି ଆପଣଙ୍କ ସଂପର୍କରେ ଜାଣିବାକୁ ଚାହିଁଥାନ୍ତି । ଏଥିପାଇଁ ଶଦ୍ଦଗୁଡିକର ସଠିକ୍ ଚୟନ ରଖିବାରେ ସାବଧାନୀ ପରଖିବା ଉଚିତ । ଯଦିଓ ଏସଂପର୍କରେ ଉକ୍ତ ବ୍ୟକ୍ତି ଜଣକ ଆପଣଙ୍କ ସହିତ ହସି ହସି କଥା ହୁଅନ୍ତୁ କିନ୍ତୁ ତାଙ୍କ ସହିତ ମଜାଳିଆମୀ ଭଳି କୌଣସି ଭୁଲ୍ କରନ୍ତୁ ନାହିଁ ।<eos> | OSCAR-2019 |
||
<bos>କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ରାଜ୍ୟର ୩୮ଟି କେନ୍ଦ୍ରରେ ଚାଲିଛି ଭୋଟ ଗଣତି। ତେବେ ପ୍ରାଥମିକ ସଙ୍କେତରୁ ଝୁଲା ବିଧାନସଭା ହେବ<eos> | OSCAR-2019 |
||
<bos>ଖୋର୍ଦ୍ଧା: ଜଟଣୀ ଥାନା ଆଇଆଇସି ସଞ୍ଜୀବ ମହାନ୍ତି ସୋମବାର ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଲାଞ୍ଚ କାରବାର ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ସଞ୍ଜୀବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଥାନାକୁ ପହଞ୍ଚି ଥିଲେ। ଲାଞ୍ଚ ନେଉଥିବା ବେଳେ ସଞ୍ଜୀବଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।
ଭୁବନେଶ୍ୱର : ହଜାର ହଜାର ବ୍ଲକ୍ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ଆସନ୍ତା ୨୩ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ‘ବ୍ଲକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ’ ପକ୍ଷରୁ ଘୋଷଣା କରାଯାଇଛି। ସଂଘ ପକ୍ଷରୁ ଆଜି ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦର ସଭା ଗୃହରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଗଙ୍ଗା ନାରାୟଣ ଦାଶ ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମାହାପାତ୍ର ଏହି ସୂଚନା ଦେଇଛନ୍ତି।
୧୯୯୪ ଅନୁଦାନ ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ ଭାବେ ଅବସ୍ଥାପିତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସୁବିଧା ପ୍ରଦାନ, ୨୦୧୭ ଅନୁଦାନ ନିର୍ଦ୍ଦେଶନାମାରୁ ସତ୍ୟପାଠ/ଲିଖିତ ସୂଚନା ଭଳି ଅପମାନଜନକ ସର୍ତାବଳୀ ପ୍ରତ୍ୟାହାର, ୧୯୭୪ ସେବା ସର୍ତ୍ତାବଳୀ ନିୟମକୁ ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ/କର୍ମଚାରୀମାନଙ୍କ ପାଇଁ ଲାଗୁ କରିବା ଓ ଏହି ସମସ୍ତ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟ ପରି ସୁବିଧା ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ସଂଘ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଆନ୍ଦୋଳନକୁ ସଫଳ କରିବା ପାଇଁ ରାଜ୍ୟର ସମସ୍ତ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଯୋଗ ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।
ବୟାନ ବଦଳାଉଛନ୍ତି ପୁଲିସ ବାବୁ : ଅଦାଲତରୁ ଖସି ଯାଉଛନ୍ତି ଅଭିଯୁକ୍ତ, ଏପିପିଙ୍କ ସହିତ ସମନ୍ଵୟ ରଖିବାକୁ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ନିର୍ଦ୍ଦେଶ<eos> | OSCAR-2019 |
||
<bos>ପୁରୁଷଙ୍କ ସ୍ୱାସ୍ଥ୍ୟ ଉପରେ ଆଧୁନିକ ଜୀବନଶୈଳୀ ନକରାତ୍ମକ ପ୍ରଭାବ ପକାଇଥାଏ। ଆଉ ଯଦି ଏହି ସମୟରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନଦେବେ ତେବେ ଆପଣଙ୍କୁ ଭବିଷ୍ୟତରେ କୌଣସି ନା କୌଣସି ଶାରୀରିକ<eos> | OSCAR-2019 |